ETV Bharat / bharat

ଗୁଜୁରାଟରେ ପୁଣି ଭୁଶୁଡିଲା 3 ମହଲା ସପିଂ କମ୍ପ୍ଲେକ୍ସ , ଜଣେ ମୃତ - ଭୁଶୁଡିଲା କୋଠା

ଅହମ୍ମଦାବାଦରେ ଏକ 3 ମହଲା କମ୍ପ୍ଲେକ୍ସ ଭୁଶୁଡି ପଡିଛି । ଏଥିରେ ଜଣେ ପ୍ରାଣ ହରାଇଛନ୍ତି, କୋଠା ତଳେ ଫସି ରହିରହିଥିବା 2 ଜଣଙ୍କୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ଗୁଜୁରାଟରେ ପୁଣି ଭୁଶୁଡିଲା 3 ମହଲା ସପିଂ କମ୍ପ୍ଲେକ୍ସ

author img

By

Published : Aug 28, 2020, 11:31 AM IST

ଅହମ୍ମଦାବାଦ: ଗୁଜୁରାଟ କୁବେରନଗରରେ ଏକ 3 ମହଲା ବିଶିଷ୍ଟ ସପିଂ କମ୍ପ୍ଲେକ୍ସ ଭୁଶୁଡି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ ଭାରୁଚ ଜିଲ୍ଲାର ଏକ ଗାଁରେ ଘରର କାନ୍ଥ ଭୁଶୁଡ଼ିବା ଫଳରେ ଦୁଇ ନାବାଳିକା ଭଉଣୀଙ୍କର ମୃତ୍ୟୁ ହୋଇଥିଲା।

ମଧ୍ୟରାତ୍ରିରେ ସପିଂ କମ୍ପ୍ଲେକ୍ସ ଭୁଶୁଡ଼ି ପଡ଼ିଥିବା ବେଳେ ତିନିଜଣ ଯୁବକ ବିଲଡିଂ ଭିତରେ କାମ କରୁଥିଲେ । କମ୍ପ୍ଲେକ୍ସ ଭୁଶୁଡିବା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ।

ଘଟଣା ସମ୍ପର୍କରେ ପୋଲିସ ଓ ଅଗ୍ନିଶମ ବିଭାଗ ଖବର ଦିଆଯାଇଥିଲା । ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଭିତରେ ଫସି ରହିଥିବା ତିନିଜଣ ଯୁବକଙ୍କୁ ଉଦ୍ଧାର କରିଥିଲେ । ପାଞ୍ଚ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟରେ ତିନି ଜଣ ଯୁବକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ଏଥିମଧ୍ୟରୁ ଗୁରୁତର ଆହତ ଯୁବକ ପ୍ରେମଭାଇ ଚରଣ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା । ଅନ୍ୟ 2 ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.