ETV Bharat / bharat

8 ହଜାର ମାସ୍କ ତିଆରି କରି ବାଣ୍ଟିଲେ କପଡା ଦୋକାନ ମାଲିକ - ମାସ୍କ ପ୍ରସ୍ତୁତ କରି ବିତରଣ କଲେ ଟେକ୍ସଟାଇଲ୍ ଷ୍ଟୋର ମାଲିକ

ତାମିଲନାଡୁରେ 8000 ମାସ୍କ ପ୍ରସ୍ତୁତ କରି ବିତରଣ କଲେ ଟେକ୍ସଟାଇଲ୍ ଷ୍ଟୋର୍‌ର ମାଲିକ । ଗରିବ, ପୋଲିସ ଓ ସ୍ବାସ୍ଥ୍ୟକର୍ମୀ ହେଉଛନ୍ତି ଉପକୃତ । ଅଧିକ ପଢନ୍ତୁ....

textile store owner distributed  masks to the needy
ମାସ୍କ ପ୍ରସ୍ତୁତ କରି ବିତରଣ କଲେ ଟେକ୍ସଟାଇଲ୍ ଷ୍ଟୋର ମାଲିକ
author img

By

Published : Mar 30, 2020, 8:38 AM IST

ଚେନ୍ନାଇ: ବ୍ୟାପୀ ଚାଲିଛି କୋରୋନା ଭାଇରସ । କୋରୋନା ମହାମାରୀକୁ ନେଇ ସାରା ବିଶ୍ବବାସୀ ଏବେ ଚିନ୍ତିତ । କାହିଁକି ନା ପ୍ରତିଦିନ ଏହି ଭାଇରସ ନେଉଛି ଅନେକ ମୂଲ୍ୟବାନ ଜୀବନ । କୋରୋନା ପାଇଁ କୈଣସି ପ୍ରତିଷେଧକ ବାହାରି ନଥିବା ବେଳେ ଏହାକୁ କେବଳ ପରିଷ୍କାର, ପରିଚ୍ଛନ୍ନତା ଓ ସଚେତନତା ଦ୍ବାରା ହିଁ ରୋକା ଯାଇ ପାରିବ । ସେଥିପାଇଁ ସଂକ୍ରମଣ ଦାଉରୁ ରକ୍ଷା କରିବାକୁ ମାସ୍କର ଆବଶ୍ୟକତା ପଡୁଛି । ହେଲେ, ବଜାରରେ ମାସ୍କର ଅଭାବ ରହିଛି । ଆଉ ଯେଉଁଠି ବି ମିଳୁଛି ତାହା ପୁଣି ଚଢା ଦରରେ । ହେଲେ, ଏମିତି ଜଣେ ଦରଦୀ ମଣିଷ ଅଛନ୍ତି । ଯିଏ ଗରିବ, ପୋଲିସ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ମାଗଣାରେ ମାସ୍କ ତିଆରି କରି ବଣ୍ଟନ କରୁଛନ୍ତି ।

ତାମିଲନାଡୁର ନାଡରାଜ ନାଗରରେ ଥିବା ଏକ ଟେକ୍ସଟାଇଲ୍ ଷ୍ଟୋର୍‌ର ମାଲିକ ସତୀଶକୁମାର ଅଭାବୀ, ପୋଲିସ୍ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ 8000 ସୂତା ମାସ୍କ ପ୍ରସ୍ତୁତ କରି ବିତରଣ କରିଛନ୍ତି। ସେ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି, ସୁତା କପଡା ତାଙ୍କୁ ପ୍ରଦାନ କଲେ, ଏହି ମାସ୍କ ତିଆରି କାର୍ଯ୍ୟ ଆଗକୁ ଜାରି ରହିବ ।

ସୌଜନ୍ୟ @ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.