ETV Bharat / bharat

ଏମିତି ଏକ ଶିବ ମନ୍ଦିର ଯେଉଁଠି ମହିଳାଙ୍କ ପ୍ରବେଶ ନିଷେଧ

author img

By

Published : Aug 26, 2019, 11:22 AM IST

ଯୁଗଯୁଗରୁ ମହିଳାମାନେ ଭଗବାନ ଶିବଙ୍କୁ ପୂଜା କରି ମନର ମଣିଷ ପାଉଥିବାବେଳେ ଗୋଟିଏ ମନ୍ଦିରରେ କିନ୍ତୁ ଶିବଙ୍କୁ ଦର୍ଶନ କରିବାକୁ ମହିଳାଙ୍କୁ ମନା । ସେ ପୁଣି ହଜାର ବର୍ଷ ପୁରୁଣା ଶିବ ମନ୍ଦିର ଯେଉଁଠି ମହିଳାଙ୍କ ପ୍ରବେଶକୁ କରାଯାଇଛି ବର୍ଜନ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଭୋପାଳ: କୁହାଯାଏ ଭଗବାନ ସମସ୍ତଙ୍କର । ତାଙ୍କର ଅଛି କୌଣସି ଜାତି ନାଁ ଧର୍ମ । ସମସ୍ତ ଭକ୍ତ ତାଙ୍କ ପାଇଁ ସମାନ । କିନ୍ତୁ ଏପରି ଏକ ସ୍ଥାନ ରହିଛି ଯେଉଁଠି ଶିବଙ୍କ ମନ୍ଦିର ଭିତରକୁ ଯିବାକୁ ମହିଳା ମାନଙ୍କୁ ମନା କରାଯାଇଛି । ସେହିଭଳି ଏକ ସ୍ଥାନ ହେଉଛି ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ସ୍ଥିତ ବରଟ ଗାଁ ।

ଜିଲ୍ଲା ମୁଖ୍ୟାଳୟ ଠାରୁ 22 କିମି ଗଲେ ପଡେ ଏହି ଗାଁ । ଯେଉଁଠି ରହିଛି ଶିବଙ୍କର ଏକ ହଜାର ବର୍ଷ ପୁରୁଣା ମନ୍ଦିର । ଏହାକୁ ଶିବ ଯୋଗିନୀ ମନ୍ଦିର ଭାବେ ଜଣାଯାଇଥାଏ । ଏହି ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ବର୍ଜନ କରାଯାଇଛି । ତେବେ ଆଜି ପର୍ଯ୍ୟନ୍ତ କୌଣସି ମହିଳା ଏହି ମନ୍ଦିରକୁ ଯାଇନାହାନ୍ତି କି ପୂଜା ମଧ୍ଯ କରିନାହାଁନ୍ତି ।

ବରଟ ଗାଁର ଲୋକଙ୍କ କହିବାନୂଯାୟୀ, ଏହି ଘଟଣାରେ ସେମାନଙ୍କ ପାଖରେ କୌଣସି ସୂଚନା ନାହିଁ । କିନ୍ତୁ ଆଜିପର୍ଯ୍ୟନ୍ତ କେହି ମହିଳା ଏହି ମନ୍ଦିର ଭିତରକୁ ପ୍ରବେଶ କରୁଥିବାର ଆମେ ଦେଖିବାକୁ ପାଇନୁ । ଜଣେ ବୃଦ୍ଧ ସୁଖନନ୍ଦନଙ୍କ କହିବାନୂଯାୟୀ, ପୂର୍ବରୁ କିଛି ମହିଳା ଏହି ମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ହେଲେ ସେମାନଙ୍କ ସହିତ ବହୁତ ଅଘଟଣା ଘଟିଥିଲା । ଏହାପରଠାରୁ କେହି ମହିଳା ଏହି ମନ୍ଦିରକୁ ପ୍ରବେଶ କରିବାର ଆମେ କାହିଁ କେବେ ଦେଖିବାକୁ ପାଇନୁ ।

ବଡବଡ ପଥରରେ ନିର୍ମିତ ଏହି ମନ୍ଦିର ଭିତରେ ରହିଛି ଏକ ବଡ ଶିବଲିଙ୍ଗ ଓ ଭଗବାନ ଗଣେଶଙ୍କ ପ୍ରତିମା । ଏହାବ୍ୟତୀତ ମନ୍ଦିର ଭିତରେ ଅନେକ କଳାକୃତି ଦେଖିବାକୁ ମିଳେ । ଏହି ମନ୍ଦିରଟି ପ୍ରତ୍ନତତ୍ତ୍ବ ବିଭାଗ ଅଧିନରେ ଆସୁଥିଲେ ମଧ୍ୟ ବିଭାଗ ପକ୍ଷରୁ ଏହି ମନ୍ଦିରର କୌଣସି ଉନ୍ନତୀକରଣ କରାଯାଇନାହିଁ । ବର୍ଷା ଦିନମାନଙ୍କରେ ମନ୍ଦିର ଛାତରୁ ଅନବରତ ପାଣି ପଡୁଛି । ଆଉ ସୁରକ୍ଷା ଦୃଷ୍ଟିରୁ ଏକ ଚୌକିଦାର ରଖାଯାଇଛି । ଯିଏ କୁହନ୍ତି ରକ୍ଷଣାବେକ୍ଷଣ ଅଭାବରୁ ଦିନକୁ ଦିନ ଏହି ମନ୍ଦିର ନଷ୍ଟ ହେବାକୁ ବସିଲାଣି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.