ETV Bharat / bharat

ମୋଦି ଓ ଶାହଙ୍କ ପ୍ରେସମିଟର ରୋଚକ କାହାଣୀ - election campaign

ସାମ୍ବାଦିକ ସମ୍ମିଳନୀର ଦୁଇଟି ଚିତ୍ର । ଗୋଟିଏ ମୋଦିଙ୍କ ଏବଂ ଅନ୍ୟଟି ଶାହଙ୍କ । ମୋଦିଙ୍କ ସାମ୍ବାଦିକ ସମ୍ମିଳନୀରେ ଶାହ ଏବଂ ଶାହଙ୍କ ସାମ୍ବାଦିକ ସମ୍ମିଳନୀରେ ସମ୍ବିତଙ୍କ ଭୂମିକାକୁ ନେଇ ଚର୍ଚ୍ଚା ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 18, 2019, 3:27 PM IST

ନୂଆଦିଲ୍ଲୀ: ମୋଦିଙ୍କ ସାମ୍ବାଦିକ ସମ୍ମିଳନୀ ନେଇ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ଥିବା ସମୟରେ ମୋଦି ସାମ୍ବାଦିକ ସମ୍ମିଳନୀ କରୁନଥିବା ନେଇ ବିରୋଧୀଙ୍କ ଟାର୍ଗେଟର ଶୀକାର ହୋଇଥିଲେ । ପାଞ୍ଚବର୍ଷର ଶାସନ ଭିତରେ ଗତକାଲି ପ୍ରଥମଥର ପାଇଁ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ମୋଦି । ହେଲେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ନୁହେଁ ବରଂ ନିଜ କଥା ହିଁ ସାମ୍ବାଦିକଙ୍କ ଆଗରେ ରଖିଥିଲେ । ଯାହାକୁ ନେଇ ପୁଣି ମୋଦିଙ୍କୁ ସମାଲୋଚନାର ଶୀକାର ହେବାକୁ ପଡିଛି ।

ଶୁକ୍ରବାର ସାଧାରଣ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ଥିଲା । ପ୍ରଚାର ସାରିବା ପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ପ୍ରଧାନମନ୍ତ୍ରୀ । ହେଲେ ଗୁରୁତ୍ବପୂର୍ଣ୍ଣ କଥା ଏହା ଯେ ଆରମ୍ଭରୁ ହିଁ ସ୍ପଷ୍ଟ କରାଯାଇଥିଲା ମୋଦି କୌଣସି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିବେ ନାହିଁ । ସାମ୍ବାଦିକମାନେ ଶାହଙ୍କୁ ପ୍ରଶ୍ନ କରିପାରିବେ । ଏଠାରେ ସାମ୍ବାଦିକ କ’ଣ ପ୍ରଶ୍ନ କରିଥାନ୍ତେ, ତାହା ତ ଭିନ୍ନ ପ୍ରସଙ୍ଗ । କିନ୍ତୁ ମୋଦି ଆରମ୍ଭରୁ ହିଁ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ଚାହିଁନଥିଲେ । ମୋଦି କେବଳ କହିଚାଲିଥିଲେ, ଶୁଣିଚାଲିଥିଲେ ସାମ୍ବାଦିକ । ସାମ୍ବାଦିକଙ୍କ ଯେକୌଣସି ପ୍ରଶ୍ନର ଉତ୍ତର ଦେବାକୁ ମୋଦିଙ୍କ ପାଖରେ ପ୍ରସ୍ତୁତ ହୋଇଥିଲେ ଶାହ ।

ନିକଟ ଅତୀତରେ ସାମନାକୁ ଆସିଥିଲା ଅନ୍ୟ ଏକ ଚିତ୍ର । ଚାଲିଥିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସାମ୍ବାଦିକ ସମ୍ମିଳନୀ । ହଠାତ ଜଣେ ସାମ୍ବାଦିକ ଶାହଙ୍କୁ କିଛି ପ୍ରଶ୍ନ କରିଥିଲେ । ବୋଧେ ଶାହ ସେ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ହିଁ ନଥିଲେ । ପାଖରେ ବସିଥିବା ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ପ୍ରଶ୍ନଟି ପାସ କରିଦେଇଥିଲେ ଶାହ । ହୋଇପାରେ ବ୍ୟସ୍ତତା କାରଣରୁ ସେ ଏପରି କରିଥାଇପାରନ୍ତି । ହେଲେ ଶାହ ଯେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସାହସ ଜୁଟାଇ ପାରୁନାହାଁନ୍ତି, ଏଭଳି ଏକ ବାର୍ତ୍ତା ଆସିଥିଲା ।

ବିଜେପିର ଦୁଇ ଶୀର୍ଷସ୍ତରର ନେତାଙ୍କ ସାମ୍ବାଦିକ ସମ୍ମିଳନୀରେ ସେହି ସମାନ ଚିତ୍ର । ସାମ୍ବାଦିକଙ୍କୁ ସମ୍ବୋଧନ କରିବ ଜଣେ ହେଲେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିବ ଆଉ ଜଣେ । ତଫାତ ଏତିକି ପ୍ରଶ୍ନକୁ ସାମ୍ନା କରିବା ପୂର୍ବରୁ ପାସ କରିଦେଲେ ମୋଦି ହେଲେ ପ୍ରଶ୍ନ ଶୁଣିସାରି ପାସ କରିଥିଲେ ଶାହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

sdgsd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.