ETV Bharat / bharat

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ଜଣେ ଦୋକାନୀ ମୃତ - shirinagar terrorist attack

ଜମ୍ମୁରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଦୋକାନୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶ୍ରୀନଗର ହରି ସିଂହ ଅଞ୍ଚଳରେ କିଛି ଆତଙ୍କବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡ଼ିଛି। ଅଧିକ ପଢ଼ନ୍ତୁ...

a shopkeeper found dead after terrorist attack in jammu
ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ଜଣେ ଦୋକାନୀ ମୃତ
author img

By

Published : Dec 31, 2020, 7:25 PM IST

ଶ୍ରୀନଗର: ଜମ୍ମୁରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଦୋକାନୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶ୍ରୀନଗର ହରି ସିଂହ ଅଞ୍ଚଳରେ କିଛି ଆତଙ୍କବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣା ପଡ଼ିଛି। ଏହି ଅଞ୍ଚଳରେ ଗତ କିଛି ଦିନ ହେଲା ସୁରକ୍ଷାକର୍ମୀ ଜୋରଦାର ଅପରେସନ ଚଳାଇଛନ୍ତି। ସେମାନଙ୍କୁ ସ୍ଥାନୀୟ ବାସିନ୍ଦା ସହଯୋଗ କରୁଥିବା ସନ୍ଦେହ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।

ତେବେ ଏହି ଅଞ୍ଚଳରେ ଆତଙ୍କବାଦୀ କେଉଁଆଡୁ ଆସିଲେ ସେନେଇ କୌଣସି ତଥ୍ୟ ମିଳିପାରିନାହିଁ। ସେପଟେ ବର୍ଷ ଶେଷ ହୋଇ ନୂଆବର୍ଷ ଆରମ୍ଭ ହେବାକୁ ଥିବା ବେଳେ ପାକିସ୍ତାନର ପୁରୁଣା ବୃତ୍ତି ଛାଡ଼ିବାକୁ ନାରାଜ ରହିଥିବା ଦେଖାଯାଇଛି। ଆଜି(ଗୁରୁବାର) ସୀମାରେ ପୁଣି ପାକିସ୍ତାନ ସୈନ୍ୟମାନେ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ସୁରକ୍ଷାକର୍ମୀ ଓ ପାକିସ୍ତାନ ସୈନ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି।

2020 ବର୍ଷରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି। ଏହାର ଉଚିତ ଜବାବ ମଧ୍ୟ ଦେଇଛନ୍ତି ଭାରତୀୟ ସେନା। ଭାରତୀୟ ସେନା ପକ୍ଷରୁ ବିଦାୟୀ ବର୍ଷରେ 203 ଜଣ ଆତଙ୍କବାଦୀଙ୍କ ଏନକାଉଣ୍ଟର କରାଯାଇଛି। ଏହାସହ ପ୍ରାୟ 80ରୁ ଅଧିକ ସ୍ଥାନୀୟ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାବାହିନୀ। ଏନକାଉଣ୍ଟରକୁ ନେଇ ସୁରକ୍ଷାକର୍ମୀ ଦେଇଥିବା ରିପୋର୍ଟ କାର୍ଡରୁ ଏହି ତଥ୍ୟ ମିଳିଥିଲା।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.