ଶ୍ରୀନଗର : ଭାରତ ଚୀନ ଆକ୍ରମଣ ପରେ ଦେଶରେ ଚାଇନା ବିରୋଧରେ ଜଳୁଛି ଅସନ୍ତୋଷର ନିଆଁ । ଭାରତରେ ଚାଇନା ସାମଗ୍ରୀ ବିକ୍ରିକୁ ମଧ୍ୟ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି । ହେଲେ ଜମ୍ମୁରେ ଜଣେ ମାସ୍କ ଦୋକାନୀ ଚାଇନା ବଏକଟର ମାସ୍କ ବିକ୍ରି କରୁଛନ୍ତି। । ଆଉ ଯାହାର ଚାହିଦା ମଧ୍ୟ ବେଶ ରହିଛି । ମାସ୍କରେ ଚାଇନା ବଏକଟ ଲେଖା ମଧ୍ୟ ରହିଛି । ଯେଉଁଥି ପାଇଁ ଗ୍ରାହକ ଏହାକୁ ଅଧିକ ପସନ୍ଦ କରୁଥିବା କହିଛନ୍ତି ଦୋକାନୀ ଜଣକ ।
ତେବେ ଗତ 15 ତାରିଖରେ ଲଦାଖ ସୀମାରେ ଚାଇନା ଆକ୍ରମଣରେ ଭାରତରେ 20 ଯବାନ ଶହୀଦ ହୋଇଥିଲେ ।
ସୌଜନ୍ୟ @ANI