ETV Bharat / bharat

ପ୍ଲାଷ୍ଟିକ ବ୍ୟାନ ପାଇଁ ପ୍ରୟାସ, ବାଇକରେ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା - ପ୍ଲାଷ୍ଟିକ

ଝାଡଖଣ୍ଡରେ 2017 ମସିହାରୁ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ରହିଛି । ତଥାପି ଅବାଧ ଭାବେ ବ୍ୟବହାର ହେଉଛି ପ୍ଲାଷ୍ଟିକ । ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ପାଇଁ ଆଗକୁ ଆସିଛନ୍ତି ଜଣେ ମନ୍ଦିର ପୂଜାରୀ । ନିଜସ୍ବ ଉଦ୍ୟମରେ ସେ ଚଳାଇଛନ୍ତି ପ୍ଲାଷ୍ଟିକ ମୁକ୍ତ ଅଭିଯାନ । ପଢନ୍ତୁ ଆମର ସ୍ବତନ୍ତ୍ର ରିପୋର୍ଟ...

fight against plastic
ପ୍ଲାଷ୍ଟିକ ବ୍ୟାନ ପାଇଁ ପ୍ରୟାସ, ବାଇକରେ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା
author img

By

Published : Dec 18, 2019, 8:00 AM IST

ରାଞ୍ଚି: ପ୍ଲାଷ୍ଟିକ କବଳରେ ସାରା ପରିବେଶ । ଏଥିରୁ ବର୍ତ୍ତି ପାରିନି ଭଗବାନଙ୍କ ପୀଠ । ମନ୍ଦିରରେ ଜମା ହେଉଛି କୁଢ କୁଢ ଆର୍ବଜନା । ଯାହାକୁ ନେଇ ଚିନ୍ତାରେ ଲୋକେ । ତେବେ ଝାଡଖଣ୍ଡର ପ୍ରସିଦ୍ଧ ଶୈବପୀଠ ଦେଓଘରରୁ ବାହାରୁଛି କୁଢ କୁଢ ଆବର୍ଜନା । ମନ୍ଦିର ସହ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ଜଣେ ମନ୍ଦିର ପୂଜକ ।

ପ୍ଲାଷ୍ଟିକ ବ୍ୟାନ ପାଇଁ ପ୍ରୟାସ, ବାଇକରେ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା

ଝାଡଖଣ୍ଡର ଦେଓଘର ହିନ୍ଦୁଙ୍କ ପାଇଁ ଏକ ପବିତ୍ର ପୀଠ ଭାବେ ବେଶ ଜଣାଶୁଣା । ଶ୍ରାବଣ ମାସରେ ଏଠାକୁ ଛୁଟେ ଶ୍ରଦ୍ଧାଳୁଙ୍କ ସୁଅ । ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ଯୋଗୁଁ ଅଳିଆ ଆବର୍ଜନା ବଢିଯାଏ । ଯାହା ପୀଠର ଗାରିମାକୁ କ୍ଷୁର୍ଣ୍ଣ କରେ । ସେପଟେ ସୁସ୍ଥ ସମାଜ ଗଠନ ସହ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ପାଇଁ ଆଗକୁ ଆସିଛନ୍ତି ମନ୍ଦିରର ଜଣେ ପୂଜକ ।

ଗତ 2017ରୁ ପ୍ଲାଷ୍ଟିକ ବ୍ୟବହାରରେ କଟକଣା ଲଗାଇଛନ୍ତି ଝାଡଖଣ୍ଡ ସରକାର । ହେଲେ ସବୁ ନିୟମକୁ ବେଖାତିର କରି ଏଠି ଚାଲିଛି ବେଧଡକ ପ୍ଲାଷ୍ଟିକ ବ୍ୟବହାର । ଏପରି ସ୍ଥିତିରେ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ନିଜେ ଅଭିଯାନ ଆରମ୍ଭ କରିଛନ୍ତି ମହେଶ ପଣ୍ଡିତ । ଏଥିପାଇଁ ସେ ନିଜ ବାଇକରେ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ମଧ୍ୟ ଲେଖିଛନ୍ତି । ଲୋକେ କିପରି ସଚେତନ ହେବେ ସେଥିପାଇଁ ସହରର ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଲୋକଙ୍କୁ କରୁଛନ୍ତି ସଚେତନ ।

ଗତ 3 ବର୍ଷ ହେବ ଏହି ଅଭିଯାନ ଚଳାଇଛନ୍ତି ସେ । କଠିନ ପରିଶ୍ରମ ଯେପରି ବୃଥା ଯାଏନାହିଁ ଠିକ୍ ସେହିପରି ପୂଜାରୀଙ୍କୁ କଥାକୁ ଧିରେ ଧିରେ ଗ୍ରହଣ କରିଲେଣି ଲୋକେ । ପୂର୍ବାପେକ୍ଷା ଏବେ ସେଠାରେ ଏକକ ବ୍ୟବହୃତ ପ୍ଲାଷ୍ଟିକର ବ୍ୟବହାର କମିଥିବା କୁହନ୍ତି ନିଜେ ପୂଜାରୀ ।

ମହେଶଙ୍କ ଏପରି ଉତ୍ସର୍ଗୀକୃତ ମନୋଭାବ ଦେଖି ତାଙ୍କୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟାନର ବ୍ରାଣ୍ଡ ଆମ୍ବାସାଡର କରିବାକୁ ଯୋଜନା କରୁଛି ଜିଲ୍ଲା ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.