ETV Bharat / bharat

ବିଜେପି-ମମତାଙ୍କ ପୋଷ୍ଟକାର୍ଡ ଯୁଦ୍ଧ, ଫସୁଛି ଡାକ ବିଭାଗ - tmc

ପଶ୍ଚିମବଙ୍ଗରେ ବିଜେପି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୋଷ୍ଟକାର୍ଡ ବିବାଦରେ ପେଶି ହେଉଛି ଡାକ ବିଭାଗ ।

ଫାଇଲ ଫଟୋ
author img

By

Published : Jun 7, 2019, 12:23 PM IST

କୋଲକାତା: ପଶ୍ଚିମବଙ୍ଗରେ ଜୋର ଧରିଛି ବିଜେପି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୋଷ୍ଟକାର୍ଡ ବିବାଦ । ଗୋଟିଏ ପଟେ ବିଜେପିର ହଜାର ହଜାର ସମର୍ଥକ ପ୍ରତିଦିନ ପୋଷ୍ଟକାର୍ଡରେ 'ଜୟ ଶ୍ରୀ ରାମ ଲେଖି' ମମତାଙ୍କୁ ପଠାଉଛନ୍ତି । ଆଉ ସେପଟେ ଟିଏମସି ସମର୍ଥକ 'ଜୟ ଶ୍ରୀ ରାମ' ବଦଳରେ 'ଜୟ ହୀନ୍ଦ, ଜୟ ବାଙ୍ଗଲା' ଲେଖି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଠାଉଛନ୍ତି । ତେବେ ଏହି ଦୁଇ ଦଳର ରାଜନୈତିକ ଯୁଦ୍ଧରେ ପେଶି ହେଉଛି ଡାକ ବିଭାଗ ।

ପ୍ରତିଦିନ ଏଭଳି ହଜାର ହଜାର ପୋଷ୍ଟକାର୍ଡ ଆସୁଛି ଯାହାକୁ ସଠିକ୍‌ ଠିକଣାରେ ଏବଂ ଠିକ୍‌ ସମୟରେ ପହଞ୍ଚାଇବା ଡାକ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହି କ୍ରମରେ ଗତ କିଛିଦିନରୁ ଦକ୍ଷିଣ କୋଲକାତା ସ୍ଥିତ କାଳିଘାଟ ପୋଷ୍ଟ ଅଫିସରେ ହଜାର ହଜାର ପୋଷ୍ଟକାର୍ଡ ଆସୁଛି । କାରଣ ମମତା ବାନାର୍ଜୀଙ୍କ ଘର ଏହି ପୋଷ୍ଟ ଅଫିସର କାର୍ଯ୍ୟକ୍ଷେତ୍ର ଅଧିନରେ ଆସୁଛି । ତେବେ ପୂର୍ବରୁ ଏହି ଡାକ ବିଭାଗରେ ସିଏମ ପାଇଁ 30 ରୁ 40 ପୋଷ୍ଟକାର୍ଡ ଏବଂ ରେଜିଷ୍ଟର ଚିଠି ଆସୁଥିଲା । କିନ୍ତୁ ଏହି ବିବାଦ ପରେ ଏହା ଅନେକ ଗୁଣରେ ବଢିଯାଇଛି ।

ତେବେ ମମତା ମୁଖ୍ୟମନ୍ତ୍ରୀ ହେବା ପରଠାରୁ କାଳିଘାଟ ପୋଷ୍ଟ ଅଫିସରେ ମମତାଙ୍କ ଘର ପାଇଁ ଗୋଟିଏ ସ୍ବତନ୍ତ୍ର ପୋଷ୍ଟମ୍ୟାନକୁ ନିୟୋଜିତ କରାଯାଇଛି । କିନ୍ତୁ ଏବେ ଏତେ ପରିମାଣରେ ଚିଠି ଆସୁଛି ଯେ, ଏହାକୁ ସୁରକ୍ଷିତ ଭାବରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇବା ତାଙ୍କ ପାଇଁ ମଧ୍ୟ କାଠିକର ପାଠ ହୋଇଯାଇଛି ।

ସେପଟେ ଏଭଳି କରିବା ଦ୍ବାରା ଡାକ ବିଭାଗରେ ପୋଷ୍ଟକାର୍ଡର ଅଭାବ ଦେଖାଦେଉଛି । ତେଣୁ ପୋଷ୍ଟକାର୍ଡ ବଦଳରେ ଏବେ ଚିଠି ଛାପି ପଠାଯିବ ବୋଲି ଟିଏମସିର ଜଣେ ସମର୍ଥକ କହିଛନ୍ତି ।

Intro:Body:

gsds

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.