ନୂଆଦିଲ୍ଲୀ: ଦେଶରେ କୋରୋନା ପରିସ୍ଥିତିରେ ପ୍ରବାସୀ ଶ୍ରମିକ ତଥା ସେମାନଙ୍କ ପରିବାର, ମହିଳା, ଶିଶୁ, ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଖାଦ୍ୟ, ଜଳ, ଆଶ୍ରୟସ୍ଥଳୀ, ଚିକିତ୍ସା ସହାୟତା ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି ।
ସାରା ଭାରତରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଲକ ଡାଉନ କରାଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ଶ୍ରମିକ ବର୍ଗର ଲୋକମାନେ ନିଜର କାମ ହରାଇଛନ୍ତି । ବାହାର ରାଜ୍ୟକୁ କାମ ପାଇଁ ଯାଇଥିବା ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏପରିକି ଗାଡିମଟର ବନ୍ଦ ଥିବାରୁ ସେମାନେ ପାଦରେ ଚାଲିଚାଲି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ଦେଖିବାକୁ ମିଳିଛି ।
ସାରା ଭାରତକୁ 21 ଦିନ ପାଇଁ ଲକ ଡାଉନ କରାଯାଇଥିବା ବେଳେ ବିଭିନ୍ନ ଜରୁରୀକାଳୀନ ଦ୍ରବ୍ୟ ଓ ସେବାକୁ ଉପଲବ୍ଧ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଭାରତରେ ବର୍ତ୍ତମାନ ସୁଦ୍ଧା 843 ଜଣ କୋରୋନା ପଜିଟିଭ ରହିଛନ୍ତି । ସେହିପରି 20 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ମୋଟ 73 ଲୋକ ସୁସ୍ଥ ହୋଇଥିବା କୁହାଯାଇଛି ।
@ANI