ETV Bharat / bharat

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ: ଭାଙ୍ଗିଲା ପାଚେରୀ, ଗାଡି କ୍ଷତିଗ୍ରସ୍ତ

author img

By

Published : Aug 19, 2020, 7:18 PM IST

ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷାରେ ବେହାଲ ହୋଇପଡିଛି । କିଛି ସମୟ ପାଇଁ ବର୍ଷାରେ ଦିଲ୍ଲୀ ରାଜରାସ୍ତା ପାଣି ପାଣି ହୋଇଯାଇଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ
ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ଏନସିଆର ରେ ପ୍ରବଳ ବର୍ଷା କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରମୁଖ ରାସ୍ତାରେ ବର୍ଷା ପାଣିରେ ବୁଡି ରହିବା ସହ ସମଗ୍ର ଅଞ୍ଚଳ ପାଣି ପାଣି ହୋଇଛି ।

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ; ଭାଙ୍ଗିଲା ପାଚେରୀ ଅନେକ ଗାଡି କ୍ଷତିଗ୍ରସ୍ତ

ସେକ୍ଟର 15 ଓ 31 ରେ ହିରୋହଣ୍ଡା ଛକ ଓ ଏହାର ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡିବା ପରେ ଲୋକେ ବିଭିନ୍ନ ସ୍ଥାନରେ ଫସି ରହିଥିଲେ ।

ଏହାସହ ବର୍ଷା କାରଣରୁ ବସସେବା ମଧ୍ୟ ପ୍ରଭାବିତ ହୋଇଛି । ମେଦାନ୍ତ ହସ୍ପିଟାଲ ନିକଟ ସେକ୍ଟର 14, ଡିଏଲଏଫ ଫେଜ-1, ସେକ୍ଟର 27 ସେକ୍ଟର 32 ପ୍ରମୁଖ ବର୍ଷା ଜଳରେ ବେଶ ପ୍ରଭାବିତ ହୋଇଛି ।

ସେହିପରି ଏକ ପାଚେରୀ ବର୍ଷାରେ ଭୁଷୁଡି ପଡିବାରୁ ଅନେକ ଯାନ କ୍ଷତିଗ୍ରସ୍ତ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.