ETV Bharat / bharat

ବିଶ୍ବ ବାଣିଜ୍ୟ ସଂଗଠନର ନୂଆ ଡିଜି ଚୟନ ପ୍ରସଙ୍ଗ ଓ ଭାରତ

2020 ମେ ମାସ ମଧ୍ୟଭାଗରେ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ର ପଦାସୀନ ମହାନିର୍ଦ୍ଦେଶକ ( ଡିଜି ) ବ୍ରାଜିଲର ରବର୍ଟୋ ଆଜଭେଡୋ ଏହି ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ପଦ ଛାଡିବା ପାଇଁ ଘୋଷଣା କରିଥିଲେ । 4 ବର୍ଷିଆ ଦ୍ବିତୀୟ ପାଳିର ବର୍ଷକ ପୂର୍ବରୁ ପଦ ଛାଡିବେ ଆଜଭେଡୋ । ଆନ୍ତର୍ଜାତିକ ସମ୍ପର୍କ ବାଧାପ୍ରାପ୍ତ ହୋଇଥିବା ବେଳେ ଆଜଭେଡୋଙ୍କ ସ୍ଥାନରେ ନୂଆ ଡିଜି ମନୋନୟନ କରିବା ବିଶ୍ବ ବାଣିଜ୍ୟ ସଂଗଠନ ପାଇଁ ଉଭୟ ଆହ୍ବାନ ଓ ସୁଯୋଗ ସୃଷ୍ଟି କରିଛି ।

author img

By

Published : Jul 13, 2020, 11:30 AM IST

ବିଶ୍ବ ବାଣିଜ୍ୟ ସଂଗଠନର ନୂଆ ଡିଜି ଚୟନ ପ୍ରସଙ୍ଗ ଓ ଭାରତ
ବିଶ୍ବ ବାଣିଜ୍ୟ ସଂଗଠନର ନୂଆ ଡିଜି ଚୟନ ପ୍ରସଙ୍ଗ ଓ ଭାରତ

2020 ମେ ମାସ ମଧ୍ୟଭାଗରେ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ର ପଦାସୀନ ମହାନିର୍ଦ୍ଦେଶକ ( ଡିଜି ) ବ୍ରାଜିଲର ରବର୍ଟୋ ଆଜଭେଡୋ ଏହି ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ପଦ ଛାଡିବା ପାଇଁ ଘୋଷଣା କରିଥିଲେ । 4 ବର୍ଷିଆ ଦ୍ବିତୀୟ ପାଳିର ବର୍ଷକ ପୂର୍ବରୁ ପଦ ଛାଡିବେ ଆଜଭେଡୋ । ଆନ୍ତର୍ଜାତିକ ସମ୍ପର୍କ ବାଧାପ୍ରାପ୍ତ ହୋଇଥିବା ବେଳେ ଆଜଭେଡୋଙ୍କ ସ୍ଥାନରେ ନୂଆ ଡିଜି ମନୋନୟନ କରିବା ବିଶ୍ବ ବାଣିଜ୍ୟ ସଂଗଠନ ପାଇଁ ଉଭୟ ଆହ୍ବାନ ଓ ସୁଯୋଗ ସୃଷ୍ଟି କରିଛି ।

ବିଶ୍ବ ବାଣିଜ୍ୟ ସଂଗଠନରେ ସବୁ ନିଷ୍ପତି ସହମତିରେ ହୁଏ । ସଂଗଠନର ସଦସ୍ୟଙ୍କ ମଧ୍ୟରେ ସହମତି ସୃଷ୍ଟି କରିବା ପାଇଁ ଏହାର ମହାନିର୍ଦ୍ଦେଶକ ହିଁ ପରଦା ପଛରେ ରହି କାମ କରନ୍ତି । ବର୍ତମାନ ବେଶ ପରିତିତ ‘ଗ୍ରୀନ୍ ରୁମ’ ପ୍ରକ୍ରିୟାରେ ଅଧ୍ୟକ୍ଷତା କରନ୍ତି ସଂଗଠନର ମହାନିର୍ଦ୍ଦେଶକ ।

ଏହି ଅଣଆନୁଷ୍ଠାନିକ ବ୍ୟବସ୍ଥା ସବୁ ମନୋନୀତ ପ୍ରତିନିଧିମଣ୍ଡଳର ମୁଖ୍ୟଙ୍କ ସମେତ ବିଶ୍ବ ବାଣିଜ୍ୟ ସଂଗଠନର ସଦସ୍ୟତା ମଧ୍ୟରେ ରହିଥିବା ସବୁ ପ୍ରମୁଖ ଗୋଷ୍ଠୀର ସଂଯୋଜକ ଏକାଠି ହୋଇ ଜଟିଳ ପ୍ରସଙ୍ଗ ଉପରେ ସହମତି ପାଇଁ ଚେଷ୍ଟା କରନ୍ତି । ଏହି ପ୍ରକ୍ରିୟାରେ ସାଧାରଣତଃ 40ଟି ପ୍ରତିନିଧିମଣ୍ଡଳକୁ ଅନ୍ତର୍ଭୁକ୍ତ କରାଯାଇଥାଏ । ଫଳସ୍ବରୂପ କଷ୍ଟକର ସମସ୍ୟାର ସମାଧାନ ପାଇଁ ଏକ ନୂଆ ଆଭିମୁଖ୍ୟ ସୃଷ୍ଟି ହୁଏ ।

ଏଭଳି ଅଣଆନୁଷ୍ଠାନିକ ବୈଠକରେ ବିଭିନ୍ନ ଦେଶର ପ୍ରତିନିଧିମଣ୍ଡଳର ବାଣିଜ୍ୟ ମନ୍ତ୍ରୀମାନେ ଭାଗ ନେଇ ‘ବାଣିଜ୍ୟ ସନ୍ତୁଳନ’ ଉପରେ ଆଲୋଚନା କରନ୍ତି । ବିଶ୍ବ ବାଣିଜ୍ୟ ସଂଗଠନ ସହ ଜଡିତ ରାଜନୈତିକ ଦୃଷ୍ଟିକୋଣରୁ ମହତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବି ଆଲୋଚନା ହୁଏ । କିଛି ଦେଶ ଦ୍ବାରା ଉଠାଯାଇଥିବା ଟେକନିକାଲ୍ ଇସ୍ୟୁର ସମାଧାନ ପାଇଁ ମହାନିର୍ଦ୍ଦେଶକଙ୍କୁ ଡକାଯାଇଥାଏ ।

‘ସବୁ କଥାରେ ସହମତି ସୃଷ୍ଟି ନ ହେଲା ପର୍ଯ୍ୟନ୍ତ କିଛି ବି ସହମତି ହୋଇନାହିଁ’ –ଏହା ହିଁ ହେଲା ‘ଗ୍ରୀନ ରୁମ୍‌’ ଅଣଆନୁଷ୍ଠାନିକ କଥାବାର୍ତା ପ୍ରକ୍ରିୟାରେ ଅନ୍ତର୍ନିହିତ ନୀତି । ଦୋହା ପର୍ଯ୍ୟାୟ କଥାବାର୍ତାରେ ଅଚଳାବସ୍ଥା ସୃଷ୍ଟି ହେବା ଯାଏଁ ‘ଗ୍ରୀନ ରୁମ୍‌’ ପ୍ରକ୍ରିୟାରୁ ଫଳାଫଳ ମିଳିଛି, ଯାହା କି ବିଶ୍ବ ବାଣିଜ୍ୟ ସଂଗଠନର ମନ୍ତ୍ରିସ୍ତରୀୟ ସମ୍ମିଳନୀର ସ୍ବୀକୃତି ମିଳିଛି ।

ଯେପରିକି ୧୯୯୬ରେ ସିଙ୍ଗାପୁରରେ ଆୟୋଜିତ ପ୍ରଥମ ଡବ୍ଲୁଟିଓ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ ପୁଞ୍ଜି ବିନିଯୋଗ ଓ ପ୍ରତିଦ୍ବନ୍ଦ୍ବିତା ନୀତି ଭଳି ନୂଆ ପ୍ରସଙ୍ଗ ଉପରେ କଥାବାର୍ତାକୁ 1994ର ଉରୁଗୁଏ ପର୍ଯ୍ୟାୟ ଆଲୋଚନାର ମୂଳଭୂତ ରାଜିନାମାର କାର୍ଯ୍ୟକାରିତା ଯାଏଁ ଘୁଞ୍ଚାଇ ଦିଆଯାଇଥିଲା ।

ସେହିଭଳି ‘ଗ୍ରୀନ ରୁମ୍‌’ ପ୍ରକ୍ରିୟା ଅନ୍ତର୍ଗତ ବ୍ୟାପକ ଅଣଆନୁଷ୍ଠାନିକ କଥାବାର୍ତା ଫଳରେ ହିଁ ଡବ୍ଲୁଟିଓରେ ବାଣିଜ୍ୟ ବ୍ୟବସ୍ଥା ନିୟମ ନେଇ ସହମତି ହୋଇପାରିଥିଲା । 1996ରୁ 2003 ମସିହା ମଧ୍ୟରେ ଡବ୍ଲୁଟିଓ ମନ୍ତ୍ରିସ୍ତରୀୟ ସମ୍ମିଳନୀର ଅଂଶ ବିଶେଷ ଥିଲା ଅନ୍ତର୍ଗତ ଗ୍ରୀନ ରୁମ୍ ପ୍ରକ୍ରିୟା କଥାବାର୍ତା ।

ଭାରତ ସର୍ବଦା ‘ଗ୍ରୀନ ରୁମ’ ପ୍ରକ୍ରିୟାର ସକ୍ରିୟ ସଦସ୍ୟ ରହିଆସିଛି । 2003 ଜାନୁଆରୀ ମାସରେ ହୋଇଥିବା ସହମତି ଅନୁସାରେ ସଦସ୍ୟରାଷ୍ଟ୍ରଙ୍କ ମଧ୍ୟରୁ ମହାନିର୍ଦ୍ଦେଶକ ପଦ ପାଇଁ ନାମାଙ୍କନ ଆହ୍ବାନ ପାଇଁ ଡବ୍ଲୁଟିଓ ଜୁନ 8ରୁ ଜୁଲାଇ 8 ତାରିଖ ଯାଏଁ ମାସେ ସମୟ ରଖିଥିଲା । 2020 ଜୁଲାଇ 9 ତାରିଖ ସୁଦ୍ଧା ତିନି ମହିଳା ପ୍ରାର୍ଥୀ ( କେନିଆ, ନାଇଜେରିଆ ଓ ଦକ୍ଷିଣ କୋରିଆରୁ)ଙ୍କ ସତ 8ଟି ନାମାଙ୍କନ ଗ୍ରହଣ ହୋଇଛି ।

ଇଜିପ୍ଟ, ମେକ୍ସିକୋ, ମଲଡୋଭା, ସାଉଦି ଆରବ ଓ ବ୍ରିଟେନ ପକ୍ଷରୁ ମଧ୍ୟ ନାମାଙ୍କନ ଆସିଛି । ଏହି ମାସ 15ରୁ 17 ତାରିଖ ଯାଏଁ ଡବ୍ଲୁଟିଓ ସାଧାରଣ ପରିଷଦ 8ଟି ପ୍ରାର୍ଥୀଙ୍କ ସହ ଆଲୋଚନା କରି ନୂଆ ମହାନିର୍ଦ୍ଦେଶକ ପଦବୀ ଉପରେ ସହମତି ସୃଷ୍ଟି ପାଇଁ ଉଦ୍ୟମ କରିବ । ତେବେ, ବିଶ୍ବ ବାଣିଜ୍ୟ ସଂଗଠନ ସଚିବାଳୟର ନେତୃତ୍ବ ନେବା ପାଇଁ ସୁଯୋଗ ଥିଲେ ମଧ୍ୟ କାହିଁକି ଭାରତ ମହାନିର୍ଦ୍ଦେଶକ ପଦବୀ ପାଇଁ ପ୍ରାର୍ଥୀ ଦେଲା ନାହିଁ, ତାହା ବୁଝିହେଉନି ।

ତେବେ,ସାଂପ୍ରତିକ ଆନ୍ତର୍ଜାତିକ ପରିସ୍ଥିତି ଦୃଷ୍ଟିରୁ ସଦସ୍ୟରାଷ୍ଟ୍ରମାନଙ୍କ ଆଭିମୁଖ୍ୟ ଉପରେ ହିଁ ସଂଗଠନର ନୂଆ ଡିଜି ପାଇଁ ସହମତି ସୃଷ୍ଟି ନିର୍ଭର କରେ । ଏହାଛଡା ଡବ୍ଲୁଟିଓର ପ୍ରମୁଖ ବାଣିଜ୍ୟ ରାଷ୍ଟ୍ରଙ୍କ ସଂକୀର୍ଣ୍ଣ ଜାତୀୟ ସ୍ବାର୍ଥ ଉପରେ ବି ନୂଆ ଡିଜି ନେଇ ସହମତି ନିର୍ଭର କରିବ ।

ବିଶ୍ବ ବାଣିଜ୍ୟ ସଂଗଠନ ସଦସ୍ୟତାର ପ୍ରାସଙ୍ଗିକତା ରହିଛି । କାରଣ ସଂଗଠନର 164 ସଦସ୍ୟଙ୍କ ଆନ୍ତର୍ଜାତିକ ବାଣିଜ୍ୟର 98 ପ୍ରତିଶତ ଅବଦାନ ରହିଛି । ନିଜ ସଦସ୍ୟ ରାଷ୍ଟ୍ରଙ୍କୁ ଦୁଇଟି ପ୍ରମୁଖ ନୀତି ବଜାୟ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ କରିଥାଏ ଡବ୍ଲୁଟିଓ । ତାହା ହେଲା ସର୍ବାଧିକ ଅନୁଗୃହୀତ ରାଷ୍ଟ୍ର (ଏମଏଫଏନ) ଟ୍ରିଟମେଣ୍ଟ ଓ ନ୍ୟାସନାଲ ଟ୍ରିଟମେଣ୍ଟ ।

ଏସବୁ ନୀତି ଅନୁସାରେ ଡବ୍ଲୁଟିଓ ସଦସ୍ୟମାନେ ସେମାନଙ୍କ ବାଣିଜ୍ୟ ଭାଗିଦାରଙ୍କ ମଧ୍ୟରେ ଭେଦଭାବ କରିପାରିବେ ନାହିଁ ଓ ସେମାନଙ୍କ ବଜାରରେ ଉଭୟ ଆମଦାନୀ ଓ ସ୍ଥାନୀୟ ସାମଗ୍ରୀ ଓ ସେବାକୁ ସମାନ ଗୁରୁତ୍ବ ଦେବାକୁ ପଡିବ ।

ଡବ୍ଲୁଟିଓର ନୂଆ ଡିଜି ଏହି ଦୁଇ ନୀତି ପ୍ରତି କେମିତି ନିଷ୍ଠା ଦେଖାଇବେ, ତାହା ଉପରେ ଭାରତ ଭଳି ବିକାଶଶୀଳ ଦେଶର ନଜର ରହିବ । କାରଣ ପ୍ରମୁଖ ବଜାରଗୁଡିକରେ ସଂରକ୍ଷଣବାଦ ଭାବନା ବଢିବାରେ ଲାଗିଛି ।

ବିଶ୍ବ ବାଣିଜ୍ୟ ସଂଗଠନର ପରବର୍ତୀ ଡିଜିଙ୍କ ଉପରେ ପ୍ରମୁଖ ରାଷ୍ଟ୍ରଙ୍କ ମଧ୍ୟରେ ସହମତି ଦୁଇଟି ବିଷୟ ଉପରେ ନିର୍ଭର କରୁଛି । ଗୋଟିଏ ହେଲା ମାର୍କେଟ୍ ଆକସେସ୍‌ ପାଇଁ ଦୋହା ପର୍ଯ୍ୟାୟ କଥାବାର୍ତାକୁ ଶେଷ କରିବା ନେଇ ତାଙ୍କର ସାମର୍ଥ୍ୟ ଥିବା ଦରକାର ।

ଏହି କଥାବାର୍ତା 10 ବର୍ଷରୁ ଅଧିକ ସମୟ ଧରି ଅଚଳ ହୋଇପଡିଛି । କୃଷି ଭଳି କ୍ଷେତ୍ରରେ ମାର୍କେଟ୍ ଆକସେସ୍ ପାଇଁ ଦୋହା ପର୍ଯ୍ୟାୟ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଖାଦ୍ୟ ସୁରକ୍ଷା ଓ ନିଯୁକ୍ତି ଦୃଷ୍ଟିରୁ ଭାରତ ପାଇଁ କୃଷି କ୍ଷେତ୍ରରେ ମାର୍କେଟ୍‌ ଆକସେସ୍ ବେଶ୍ ଗୁରୁତ୍ବପୂର୍ଣ୍ଣ ।ନୂଆ ଡିଜି, ବିଶ୍ବ ବାଣିଜ୍ୟ ସଂଗଠନର ବିବାଦ ସମାଧାନ ବ୍ୟବସ୍ଥା (ଡିଏସଏମ୍ )କୁ ପୁଣି ଥରେ କାର୍ଯ୍ୟକ୍ଷମ କରିବାର ବି ସାମର୍ଥ୍ୟ ରହିବା ଦରକାର ।

1995ଠାରୁ ଡିଏସଏମ ଦ୍ବାରା 500 ବାଣିଜ୍ୟ ସଂପର୍କିତ ବିବାଦର ସମାଧାନ ହୋଇଆସିଛି । ଉଭୟ ‘ରାଜନୈତିକ ନମନୀୟତା’ ଓ ‘ଆଇନଗତ ସ୍ବଚ୍ଛତା’ର ମିଶ୍ରଣରେ ଡିଏସଏମରେ ବାଣିଜ୍ୟିକ ବିବାଦର ସମାଧାନ ହୋଇଛି । ଭାରତ ମଧ୍ୟ ଏହି ଡିଏସଏମର ସକ୍ରିୟ ବ୍ୟବହାରକାରୀ ସଦସ୍ୟ ରାଷ୍ଟ୍ର । ଆମେରିକା ଓ ୟୁରୋପୀୟ ସଂଘ ଭଳି ଅର୍ଥନୈତିକ ପାୱାରହାଉସ ବିରୋଧରେ କୌଣସି ଦ୍ବିପାକ୍ଷିକ ଚାପ ବିନା ଭାରତ ବାଣିଜ୍ୟିକ ମୋକଦ୍ଦମା ଜିତିଛି ।

ଦୁଇ ପର୍ଯ୍ୟାୟ ବିଶିଷ୍ଟ ଡିଏସଏମର ସ୍ବାଭାବିକ କାର୍ଯ୍ୟକାରିତା ଆମେରିକା ଦ୍ବାରା ବ୍ଲକ୍ କରିଦିଆଯାଇଥିଲା । ଅପିଲେଟ୍ ବଡିରେ ନୂଆ ବିଚାରପତିଙ୍କ ସହମତି ଭିତ୍ତିରେ ନିଯୁକ୍ତିକୁ ସ୍ଥଗିତ ରଖିଥିଲା ଆମେରିକା । ଫଳରେ ଅପିଲେଟ୍‌ ବଡିରେ ପଦାସୀନ ବିଚାରପତିଙ୍କ ସଂଖ୍ୟା ବାଧ୍ୟତାମୂଳକ ତିନିରୁ କମ୍ ରହିଲା ଓ ଏହା ଦ୍ବାରା କୋରମର ଅଭାବ ନିଶ୍ଚିତ କରିପାରିଲା ଆମେରିକା ।

ଅପିଲେଟ୍ ବଡିରେ ବିଚାରପତି ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ କରିବା ପଛରେ ଦୁଇଟି କାରଣ ଦର୍ଶାଇଥିଲା ଆମେରିକା । ଅପିଲେଡ୍ ବଡିର କିଛି ବିଚାରପତିଙ୍କ ଆକ୍ଟିଭିଜିମ ବା ସକ୍ରିୟତାକୁ ଦାୟୀ କରି ଆମେରିକା ସେମାନଙ୍କ ବିରୋଧରେ ଡବ୍ଲୁଟିଓ ରାଜିନାମା ଉଲ୍ଲଂଘନର

ଅଭିଯୋଗ ଆଣିଥିଲା । କିଛି ବିଚାରପତିଙ୍କ ଫାଇଦା ପାଇଁ ଅପିଲେଟ ବଡିର କାର୍ଯ୍ୟାବଳିର ଅନୁଚିତ ବ୍ୟବହାର ହେଉଥିଲା ବୋଲି ଦର୍ଶାଇଥିଲା ଆମେରିକା ।

ଏବେ ଆମେରିକା 1974ର ଟ୍ରେଡ୍‌ ଆକ୍ଟର ସେକସନ 301 ଭଳି ନିଜର ପ୍ରାକ୍‌ ଡବ୍ଲୁଟିଓ ଘରୋଇ ବିଧେୟକକୁ ପାଥେୟ କରି ଭାରତ ସମେତ ସଂଗଠନର ଅନ୍ୟ ସଦସ୍ୟଙ୍କ ବିରୋଧରେ ଏକପାଖିଆ ବାଣିଜ୍ୟିକ ବିବାଦ ଆରମ୍ଭ କରିବାକୁ ଯାଉଛି ।

ଏଣେ ୟୁରୋପୀୟ ସଂଘ ଏହି ବର୍ଷ ଜାନୁଆରୀରେ ଏକ ଅନ୍ତରୀଣ ଅପିଲେଟ୍‌ ଆର୍ବିଟେସନର ବ୍ୟବସ୍ଥା ପାଇଁ ଉଦ୍ୟମ ଆରମ୍ଭ କରିଛି । ଆମେରିକାର କଟକଣା ଉଠିବା ଯାଏଁ ଏହା ଅପିଲେଟ୍ ବଡି ଭାବେ କାର୍ଯ୍ୟ କରିବ । ୟୁରୋପୀୟ ସଂଘ,ଚୀନ୍‌, ଦକ୍ଷିଣ କୋରିଆ,ବ୍ରାଜିଲ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ସିଙ୍ଗାପୁର ଭଳି ଭାରତର ଅଧିକାଂଶ ବାଣିଜ୍ୟିକ ଭାଗିଦାର ଏହି ଅନ୍ତରୀଣ ବ୍ୟବସ୍ଥାରେ ସଦସ୍ୟ ଅଛନ୍ତି । କିନ୍ତୁ ଭାରତ ଏଥିରେ ନାହିଁ । ହେଲେ ଅପିଲେଟ୍ ବଡି ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ନ ହେଲେ ଭାରତ ପାଇଁ ବାଣିଜ୍ୟିକ ବିବାଦ କ୍ଷେତ୍ରରେ ଅଡୁଆ ପରିସ୍ଥିତି ସୃଷ୍ଟି ହେବ ।

ବିଶ୍ବ ବାଣିଜ୍ୟ ସଂଗଠନର ବିବାଦ ସମାଧାନ ବ୍ୟବସ୍ଥା ଅନ୍ତର୍ଗତ ସଂଗଠନର ମହାନିର୍ଦ୍ଦେଶକଙ୍କ ଅପିଲେଟ୍ ବଡିର କାର୍ଯ୍ୟପ୍ରଣାଳୀ ବୁଝିବା କ୍ଷେତ୍ରରେ ଭୂମିକା ରହିଛି । ଆମେରିକାର ଆପତ୍ତି ଅଭିଯୋଗର ସମାଧାନ କରି ଏବେ ଏହି ଅପିଲେଟ୍ ବଡିର ସଂପ୍ରସାରଣ ସହ ଏହାର ବିଶ୍ବସନୀୟତା ଫେରାଇ ଆଣିବା ନୂଆ ଡିଜିଙ୍କ ପାଇଁ ଚ୍ୟାଲେଞ୍ଜ ।

ନୂଆ ଡିଜି ମନୋନୟନରେ ସହମତି ପାଇଁ ଭାରତ ପାଇଁ ବି ଏହି ପ୍ରସଙ୍ଗ ପ୍ରାଥମିକତା ରହିବା ଦରକାର । 2001 ଡିସେମ୍ବରରେ ଚୀନ୍‌ର ଅଭ୍ୟୁଦୟଠାରୁ ବିଶ୍ବ ବାଣିଜ୍ୟ ସଂଗଠନର ସ୍ବରୂପରେ ବ୍ୟାପକ ପରିବର୍ତନ ହୋଇଛି । ଆଉ ସଂଗଠନର ନୂଆ ଡିଜିଙ୍କ ସହମତି ଆଧାରରେ ଚୟନ ଉଣାଅଧିକ ଏହା ଉପରେ ନିର୍ଭର କରୁଛି । ବର୍ତମାନ ଚାଲିଥିବା ଡବ୍ଲୁଟିଓ କଥାବାର୍ତାରେ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟର ବାଣିଜ୍ୟିକ ସ୍ବାର୍ଥର ପାରସ୍ପରିକ କ୍ରିୟା ‘ଗ୍ରୀନ୍ ରୁମ’ ଡାଇନାମିକ୍ସକୁ ସାମଗ୍ରିକ ଭାବେ ପ୍ରଭାବିତ କରିବ ।

ବିଶ୍ବ ବାଣିଜ୍ୟ ସଂଗଠନର ସଦସ୍ୟତା ଯୋଗୁଁ 1995 ମସିହାଠାରୁ ଭାରତରେ ପର୍ଯ୍ୟାୟ ଭିତିକ ଅର୍ଥନୈତିକ ସଂସ୍କାର ସମ୍ଭବ ହୋଇପାରିଛି । ବିଶେଷକରି ଫାଇନାନସିଆଲ୍ ସେବା, ଟେଲିକମ କ୍ଷେତ୍ରରେ ସଂସ୍କାରର ହୋଇପାରିଛି । ଏସବୁ କ୍ଷେତ୍ର ହିଁ 2024 ସୁଦ୍ଧା 5 ଟ୍ରିଲିଅନ ଡଲାର ଅର୍ଥନୀତି ପାଇଁ ଭାରତର ଆକାଂକ୍ଷାର ମୂଳଦୁଆ ପକାଇଛି । ବିଶ୍ବବ୍ୟାଙ୍କ ଅନୁସାରେ 2018 ଜିଡିପିରେ ଭାରତର ଆନ୍ତର୍ଜାତିକ ବାଣିଜ୍ୟର ଯୋଗଦାନ ଥିଲା ପାଖାପାଖି 40 ପ୍ରତିଶତ ।

ଯୁକ୍ତିସଂଗତ ଭାବେ ଭାରତ ବିଶ୍ବ ବାଣିଜ୍ୟ ସଂଗଠନର ପରବର୍ତୀ ଡିଜିଙ୍କ ଚୟନ ପ୍ରକ୍ରିୟାରେ ସକ୍ରିୟ ଭୂମିକା ନେବା ଦରକା । ଏହା ହେଲେ ହିଁ ଗଠନମୂଳକ ଭାଗିଦାରୀ ଜରିଆରେ ବହୁଦେଶୀୟ ସଂସ୍କାର ହାସଲ ଦିଗରେ ଭାରତର ସାମର୍ଥ୍ୟ ପ୍ରତିପାଦିତ ହୋଇପାରିବ ।

ଲେଖକ-ଅଶୋକ ମୁଖାର୍ଜୀ(1995ରୁ 1998 ପର୍ଯ୍ୟନ୍ତ ଡବ୍ଲୁଟିଓ କଥାବାର୍ତାରେ ଭାରତର ପ୍ରତିନିଧି ଥିଲେ )

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.