ETV Bharat / bharat

ଫ୍ରିଜ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଜାରି

author img

By

Published : Jun 24, 2020, 12:17 PM IST

ହରିୟାଣର ଯମୁନାନଗର ଅଞ୍ଚଳରୁ ଏକ ଫ୍ରିଜ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର । ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ...

ଫ୍ରିଜ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଚଣ୍ଡିଗଡ: ହରିୟାଣର ଯମୁନାନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ସରକାରୀ କ୍ବାଟରରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଉଲଗ୍ନ ଅବସ୍ଥାରେ ତାଙ୍କ ମୃତଦେହ ଫ୍ରିଜ ଭିତରୁ ଉଦ୍ଧାର କରାଯାଇଛି । ତେବେ ଉକ୍ତ ଘରେ ମହିଳା ଜଣଙ୍କ ଏକୁଟିଆ ରହୁଥିଲେ । ଘର ସାରା ଜିନିଷ ପତ୍ର ବିଛେଇ ହୋଇ ପଡିଥିଲା । ସୂଚନାପାଇ ଯମୁନା ନଗର ଏସପି 'ସିନ ଅଫ କ୍ରାଇମ' ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏହି ରହସ୍ୟମୟ ହତ୍ୟା ବିଷୟରେ କୌଣସି ପତ୍ତା ମିଳିନାହିଁ ।

ସୂଚନାମୁତାବକ, ଯମୁନା ନଗରର ରେଲ୍ବେ ଓ୍ବାର୍କସପ କଲୋନୀରେ ଜଣେ ବୟସ୍କା ମହିଳା ରହୁଥିଲେ । ସେ ରେଲ୍ବେ ଓ୍ବାର୍କସପ କ୍ୟାଣ୍ଟିନରେ କାମ କରୁଥିଲେ ଏବଂ ଘରେ ଏକୁଟିଆ ରହୁଥିଲେ। ତାଙ୍କ ଶରୀର ଅଧା ଫ୍ରିଜ ଏବଂ ଅଧା ବାହାରେ ବିନା ପୋଷାକରେ ମିଳିଥିଲା ​​। ତେବେ କେହି ହତ୍ୟା ପରେ ମହିଳାଙ୍କ ମୃତଦେହକୁ ପ୍ରିଜ ଭିତରେ ରଖିବାକୁ ଚେଷ୍ଟା କରାଯାଉଥିବା ପରି ମନେ ହେଉଛି ।

ଘଟଣାରେ ଏସପି କହିଛନ୍ତି ଯେ, ସରୋଜ ନାମକ ମୃତକଙ୍କ ବୟସ ପ୍ରାୟ 57 ବର୍ଷ ହେବ । ତାଙ୍କ ମୃତଦେହ ତାଙ୍କ ସରକାରୀ କ୍ୱାର୍ଟରରୁ ମିଳିଛି । ଯାହାକୁ ହତ୍ୟାକାରୀମାନେ ଫ୍ରିଜରେ ରଖିବାକୁ ଚେଷ୍ଟା କରିଥିଲେ । ତେବେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାବେଳେ, ରିପୋର୍ଟ ଆସିବା ପରେ ଆସିବା ପରେ ହିଁ ସମସ୍ତ ଘଟଣା ସ୍ପଷ୍ଟ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.