ନୂଆଦିଲ୍ଲୀ: ଦିଲ୍ଲୀ ସାଉଥ ଏଭିନ୍ୟୁ ଅଞ୍ଚଳରେ କେହି ଦୁର୍ବୃତ୍ତ ଏଟିଏମ ଭାଙ୍ଗି ଥିବା ନେଇ ଅଭିଯୋଗ ଆସିଥିଲା । ଫଳରେ ପୋଲିସ ଘଟଣାର ତଦନ୍ତ କରିବା ପାଇଁ ଏଟିଏମରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା ତାକୁ ବିଶ୍ବାସ କରିପାରିନଥିଲା ।
କାରଣ ଏଟିଏମଟି କୌଣସି ମଣିଷ ନୁହେଁ ବରଂ ଗୋଟିଏ ମାଙ୍କଡ ଭାଙ୍ଗିଥିଲା । ମାଙ୍କଡଟି ହଠାତ ଏଟିଏମ ଭିତରେ ପଶି ଡିଆଁଡିଇଁ କରିବା ପରେ ଏଟିଏମ ମେସିନକୁ ନିଜ ହାତରେ ଭାଙ୍ଗୁଥିବା ଭିଡିଓରେ ଦେଖିବାକୁ ମିଳିଛି ।
ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ସିସିଟିଭି ଫୁଟେଜ। ଟ୍ବିଟର ୟୁଜର୍ସ ରଖିଛନ୍ତି ନିଜର କୌତୁକିଆ ମନ୍ତବ୍ୟ । ସାଗର ପାଠକ ନାମକ ଜଣେ ୟୁଜର ମାଙ୍କଡର ଟଙ୍କା ଆବଶ୍ୟକ ରହିଛି ବୋଲି ଏହି ଭାଇରାଲ ଭିଡିଓରେ ନିଜର ମତ ରଖିଛନ୍ତି ।