ETV Bharat / bharat

କୋଭିଡ୍‌-19 ଚିହ୍ନଟ କରିବା ଲାଗି ମୋବାଇଲ୍‌ ଆପ୍‌ - ମୋବାଇଲ ଆପ

ନୋଭେଲ କରୋନା ଭାଇରସ୍‌ ଯୋଗୁଁ କାଶ ହେଉଥିଲେ, ତାହାକୁ କିପରି ଚିହ୍ନଟ କରିବେ ? ଆପଣଙ୍କର ଏହି ପ୍ରଶ୍ନର ଉତ୍ତର ହାଇଦ୍ରାବାଦର ଏକ ଷ୍ଟାର୍ଟଅପ୍‌ କମ୍ପାନି ଡକ୍‌ଟରନାଲ (Docturnal) ପାଖରେ ରହିଛି !

କୋଭିଡ୍‌-19 ଚିହ୍ନଟ କରିବା ଲାଗି ମୋବାଇଲ୍‌ ଆପ୍‌

author img

By

Published : Apr 6, 2020, 3:40 PM IST

କୋରୋନା ସଂକ୍ରମଣ ଚିହ୍ନଟ କରିବାରେ କାଶ ଏକ ପ୍ରମୁଖ ଲକ୍ଷଣ । ବାସ୍ତବରେ ନୋଭେଲ କରୋନା ଭାଇରସ୍‌ ଯୋଗୁଁ କାଶ ହେଉଥିଲେ, ତାହାକୁ କିପରି ଚିହ୍ନଟ କରିବେ ? ଆପଣଙ୍କର ଏହି ପ୍ରଶ୍ନର ଉତ୍ତର ହାଇଦ୍ରାବାଦର ଏକ ଷ୍ଟାର୍ଟଅପ୍‌ କମ୍ପାନି ଡକ୍‌ଟରନାଲ (Docturnal) ପାଖରେ ରହିଛି ! କମ୍ପାନୀ ଏଭଳି ଏକ ଆପ୍ଲିକେସନ୍‌ ବା ଆପ୍‌ ପ୍ରସ୍ତୁତ କରିଛି, ଯେଉଁଥିରେ ଜଣେ ବ୍ୟକ୍ତି କାଶକୁ ରେକର୍ଡ କରିପାରନ୍ତି । ଏହା କୋଭିଡ୍‌-19ର ଲକ୍ଷଣ କି ନୁହେଁ, ତାହା ଏଥିରେ ଥିବା ଏକ ସ୍ବତନ୍ତ୍ର ସଫ୍‌ଟୱେୟାର ଚିହ୍ନଟ କରିବ । ଏହି ଆପ୍‌କୁ ଗୋଟିଏ ମାସ ଭିତରେ ସାଧାରଣ ଲୋକଙ୍କ ବ୍ୟବହାର ଉପଯୋଗୀ କରିବା ଲାଗି ସେମାନଙ୍କ ଟିମ୍‌ କାମ କରୁଛନ୍ତି ।

ଏ ପର୍ଯ୍ୟନ୍ତ, କୋଭିଡ୍‌-19ର ଲକ୍ଷଣ ଜାଣିବା ପାଇଁ ରକ୍ତ ଏବଂ ଲାଳ ସଂଗ୍ରହ କରାଯାଇ ବିଶ୍ଳେଷଣ କରାଯାଉଛି । ପ୍ରାଥମିକ ସ୍ତରରେ କୌଣସି ରୋଗ ଚିହ୍ନଟ ପ୍ରକ୍ରିୟା ନାହିଁ । କରୋନା ଭାଇରସ୍‌ର ଲକ୍ଷଣ ଚିହ୍ନଟ କରିବା ଲାଗି ଏକ ଆପ୍‌ ପ୍ରସ୍ତୁତି ନିମନ୍ତେ ଭାରତୀୟ ଭେଷଜ ଗବେଷଣା ପରିଷଦ (ICMR) ଡକ୍‌ଟରନାଲ୍‌କୁ କହିଛନ୍ତି । ପୂର୍ବରୁ ଏହି କମ୍ପାନୀ ଟ୍ୟୁବରକ୍ୟୁଲୋସିସ୍‌ ବା ଯକ୍ଷ୍ମା ରୋଗ ଚିହ୍ନଟ ଲାଗି ଏକ ଆପ୍‌ ପ୍ରସ୍ତୁତ କରିସାରିଛନ୍ତି । ଏବେ ଏହି ଆପ୍‌ ପ୍ରସ୍ତୁତକାରୀ ସଂସ୍ଥା ଏକ ସ୍ବତନ୍ତ୍ର ସଫ୍‌ଟୱେୟାର ଡିଜାଇନ୍‌ କରିଛନ୍ତି, ଯେଉଁଥିରେ କାଶିବା ରେକର୍ଡିଂ କରାଯାଏ ଏବଂ ପୂର୍ବରୁ ସଂଗୃହୀତ ଡାଟା ସହ ଏହାକୁ ମେଳ କରାଯାଏ ।

ଟିବି ବିରୋଧରେ ଭାରତର ସଂଗ୍ରାମରେ ସହଯୋଗ କରିବା ଲାଗି, 2016 ମସିହାରେ, ରାହୁଲ ପତ୍ରି, ଅର୍ପିତା ସିଂହ, ବୈଷ୍ଣବୀ ରେଡ୍ଡୀ, ବାଲାକ୍ରିଷ୍ଣା ବାଗାଡ଼ି ଏବଂ ଶେଖର ଝା ଏକ ପାଞ୍ଚଜଣିଆ ଟିମ୍‌ ଗଠନ କରିବା ସହିତ ଡକ୍‌ଟରନାଲ କମ୍ପାନୀ ପ୍ରତିଷ୍ଠା କରିଥିଲେ । IIITର ଗାଚିବାଓଲି କ୍ୟାମ୍ପସ୍‌ରୁ ଏହି ଷ୍ଟାର୍ଟଅପ୍‌ ପରିଚାଳିତ ହେଉଛି । ଏହି ଟିମ୍‌ 7,000 କାଶ ନମୁନା ସଂଗ୍ରହ କରି ମେସିନ୍‌ ଲର୍ଣ୍ଣିଂ ଆଲ୍‌ଗୋରିଦ୍‌ମ ସହାୟତାରେ ସେଗୁଡ଼ିକର ବିଶ୍ଲେଷଣ କରିଥିଲେ । ଏଥିରୁ ମିଳିଥିବା ତଥ୍ୟ ଭିତ୍ତିରେ ସେମାନେ ଦୁଇଟି ଭିନ୍ନ ଭିନ୍ନ ପ୍ରକାର ବିଶିଷ୍ଟ ଏକ ସ୍ବତନ୍ତ୍ର ସଫ୍‌ଟୱେୟାର ପ୍ରସ୍ତୁତ କରିଥିଲେ । ଏହି ସଫ୍‌ଟୱେୟାର ଉଭୟ ମାଇକ୍ରୋଫୋନ୍‌ ଏବଂ ସ୍ମାର୍ଟ ଫୋନ୍‌ରେ କାମ କରିବ । ବ୍ୟବହାରକାରୀଙ୍କ କାଶର ନମୁନା, ଟିବି ସଂକ୍ରମଣ ଜନିତ କି ନୁହେଁ ବୋଲି ଏହା ବିଶ୍ଲେଷଣ କରିବ ।

ବେଙ୍ଗାଳୁରୁର ନାରାୟଣା ହୃଦୟାଳୟରେ ଏହି ଟିବି ଆପ୍‌ର ତୃତୀୟ ପକ୍ଷ ଡାକ୍ତରୀ ପରୀକ୍ଷଣ କରାଯାଇଥିଲା । ଏହି ଆପ୍‌ 92 ପ୍ରତିଶତ କ୍ଷେତ୍ରରେ ନିର୍ଭୁଲ ଭାବରେ ଟିବି ଚିହ୍ନଟ କରିପାରୁଛି । ହେଲେ, ଏ ପର୍ଯ୍ୟନ୍ତ ଏହି ଟିବି ଆପ୍‌ ସାଧାରଣ ଲୋକଙ୍କ ପାଇଁ ଉପଲବ୍‌ଧ ନୁହେଁ । କେବଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ହସ୍ପିଟାଲ ଏବଂ ଟିବି ଚିକିତ୍ସା କେନ୍ଦ୍ରରେ ଏହି ଆପ୍‌କୁ ବ୍ୟବହାର କରାଯାଇପାରିବ । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ପିତା ସିଂହ କହିଛନ୍ତି ଯେ ସେମାନେ ଏ ପର୍ଯ୍ୟନ୍ତ 25ଟି ଯାଞ୍ଚ ଶିବିର ଆୟୋଜନ କରିସାରିଲେଣି । ଏହି ଆପ୍‌ ଦ୍ବାରା ଶ୍ବାସକ୍ରିୟାରେ ବାଧା ସଂପର୍କିତ ପୁରୁଣା ରୋଗ (COPD), ଆଜ୍‌ମା, ଶିଶୁରୋଗ ଏବଂ ଶ୍ବାସକ୍ରିୟାରେ ସମସ୍ୟା ଭଳି ରୋଗକୁ ଚିହ୍ନଟ କରାଯାଇପାରିବ ବୋଲି ସେ ବୁଝାଇ ଦେଇଥିଲେ । ସେ ଆହୁରି କହିଥିଲେ ଯେ, ଅନେକ ରୋଗର ସହଜ ନିଦାନ ଲକ୍ଷ୍ୟ ନେଇ ସେମାନେ ଡକ୍‌ଟରନାଲ ପ୍ରତିଷ୍ଠା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.