ETV Bharat / bharat

8 ଦିନ ପରେ ନିଖୋଜ ନାବାଳିକାର ଖଣ୍ଡ ବିଖଣ୍ଡିତ କଙ୍କାଳ ଉଦ୍ଧାର, ଗଣଦୁଷ୍କର୍ମ ସନ୍ଦେହ

author img

By

Published : Oct 3, 2020, 8:17 PM IST

ଉତ୍ତରପ୍ରଦେଶର ହାଥରସ ଘଟଣା ମନରୁ ନ ଲିଭୁଣୁ ପୁଣି ରାଜ୍ୟର କାନପୁରରେ ଶନିବାର ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ଗତ 8 ଦିନ ଧରି ନିଖୋଜ ଥିବା ଦଳିତ ନାବାଳିକା ଯୁବତୀର ଖଣ୍ଡ ବିଖଣ୍ଡିତ କଙ୍କାଳକୁ ପୋଲିସ ଶନିବାର ବିଲରୁ ଉଦ୍ଧାର କରିଛି । ମୃତ ଯୁବତୀର ପିତାଙ୍କ ଅଭିଯୋଗ ଅନୁସାରେ ପୋଲିସ 2ଜଣ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି । ଅଧିକ ପଢନ୍ତୁ..

ଉତ୍ତରପ୍ରଦେଶରେ ପୁଣି ଗଣଦୁଷ୍କର୍ମ, ନିଖୋଜ ନାବାଳିକାର ଖଣ୍ଡ ବିଖଣ୍ଡିତ କଙ୍କାଳ ଉଦ୍ଧାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସ ଘଟଣା ମନରୁ ନ ଲିଭୁଣୁ ପୁଣି ରାଜ୍ୟର କାନପୁରରେ ଶନିବାର ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ଗତ 8 ଦିନ ଧରି ନିଖୋଜ ଥିବା ଦଳିତ ନାବାଳିକା ଯୁବତୀର ଖଣ୍ଡ ବିଖଣ୍ଡିତ କଙ୍କାଳକୁ ପୋଲିସ ଶନିବାର ବିଲରୁ ଉଦ୍ଧାର କରିଛି । ମୃତ ଯୁବତୀର ପିତାଙ୍କ ଅଭିଯୋଗ ଅନୁସାରେ ପୋଲିସ 2ଜଣ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି ।

ଉତ୍ତରପ୍ରଦେଶର କାନପୁର ରୁରା ଥାନା ଅଧିନରେ ଥିବା ଗହୋଲିୟା ଗାଁର ଲୋକମାନେ ପାଖ ବିଲରେ ଜଣେ ଯୁବତୀର ଖଣ୍ଡ ବିଖଣ୍ଡିତ କଙ୍କାଳ, କପଡା ଓ କେଶକୁ ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ଗତ ସେପ୍ଟେମ୍ବର 26ରେ ନିଖୋଜ ଥିବା 16 ବର୍ଷର ଦଳିତ ନାବାଳିକାଙ୍କ ପିତାଙ୍କୁ ପୋଲିସ ଘଟଣାସ୍ଥଳକୁ ଡାକିଥିଲା । ମୃତ ଯୁବତୀର ପିତା କପଡାରୁ ନିଜ ଝିଅକୁ ଚିହ୍ନି ପାରିଥିଲେ । ଜମି ବିବାଦକୁ ନେଇ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ବିଲରେ ଫିଙ୍ଗି ଦେଇଥିବା କହି ମୃତ ଯୁବତୀର ପିତା 5ଜଣଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ଏହା ସହିତ ମୃତ ଯୁବତୀର ସଂପର୍କୀୟ ପୋଲିସ 8 ଦିନ ଧରି କ'ଣ କରୁଥିଲା କହି ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ତେବେ ସୂଚନା ଅନୁସାରେ 16 ବର୍ଷର ଦଳିତ ନାବାଳିକା ଗତ ସେପ୍ଟେମ୍ବର 26 ତାରିଖରେ ହଠାତ୍ ରହସ୍ୟମୟ ଭାବରେ ଘରୁ ନିଖୋଜ ହୋଇଯାଇଥିଲେ । ମୃତ ଯୁବତୀଙ୍କ ଘରଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ଯୁବତୀଙ୍କୁ ପାଇବାରେ ସକ୍ଷମ ହୋଇନଥିଲେ । ପରେ ପୀଡିତାଙ୍କ ପରିବାର ଲୋକ ରୁରା ଥାନାରେ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.