ETV Bharat / bharat

ରାଗିଂରୁ ଅତିଷ୍ଠ ହୋଇ ମେଡିକାଲ ଛାତ୍ରୀଙ୍କ ଆତ୍ମହତ୍ୟା - ragging

ମହାରାଷ୍ଟ୍ରର ଏକ ସରକାରୀ ମେଡିକାଲ କଲେଜରେ ରାଗିଂରୁ ଅତିଷ୍ଠ ହୋଇ ନିଜ ଜୀବନ ହାରିଲେ ଜଣେ ମେଡିକାଲ ଛାତ୍ରୀ ।

ପ୍ରତିକାତ୍ମକ ଫଟୋ
author img

By

Published : May 25, 2019, 4:30 PM IST

ମୁମ୍ବାଇ: ରାଗିଂରୁ ଅତିଷ୍ଠ ହୋଇ ନିଜ ଜୀବନ ହାରିଲେ ଜଣେ ମେଡିକାଲ ଛାତ୍ରୀ । ମହାରାଷ୍ଟ୍ରର ଏକ ସରକାରୀ ମେଡିକାଲ କଲେଜରେ ଘଟିଛି ଏହି ଅଘଟଣ । ଦୀର୍ଘଦିନ ଧରି ସିନିୟରମାନେ କରୁଥିବା ରାଗିଂ ସହି ନପାରି ମାନସିକ ଭାରସାମ୍ୟ ହରାଇ ମେଡିକାଲ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।

ଛାତ୍ରୀ ଜଣଙ୍କ ଡଃ ପାୟଲ ତଡବୀ ବୋଲି ଜଣାପଡିଛି । ପରିବାର ଲୋକଙ୍କ କହିବାନୁଯାୟୀ ସେମାନେ ହସପିଟାଲ ଡିନ୍‌, ପୋଲିସ ଓ ଏହାସହ ମନ୍ତ୍ରୀଙ୍କ ନିକଟରେ ଏ ବାବଦରେ ଗୁହାରି କରିଥିଲେ । ଲିଖିତ ଭାବରେ ଅଭିଯୋଗ କରାଯିବା ସତ୍ତ୍ବେ ବି ଏମାନଙ୍କ ମଧ୍ୟରୁ ଜଣେ ବି ରାଗିଂ ରୋକିବାକୁ କୌଣସି ପଦକ୍ଷେପ ନେଇ ନଥିବା ଛାତ୍ରୀଙ୍କ ସମ୍ପର୍କୀୟ କହିଛନ୍ତି ।

ମୁମ୍ବାଇ ପୋଲିସ ବର୍ତ୍ତମାନ 3ଜଣ ସିନିୟର ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଛି । ସମ୍ପର୍କୀୟଙ୍କ କହିବାନୁଯାୟୀ ଏହି ଡାକ୍ତରମାନେ ଛାତ୍ରୀଙ୍କୁ ରାଗିଂ ସହ ଜାତିକୁ ନେଇ ଅନେକ କଥା କହୁଥିଲେ । ଡଃ ପାୟଲ ତଡଭୀ ବିୱାଇଏଲ ହସପିଟାଲରେ ଏମଡି ପାଠ ପଢୁଥିଲେ । ତାଙ୍କର ଦ୍ବିତୀୟ ବର୍ଷ ଚାଲୁଥିବାବେଳେ ସେ ମରିବାର 4 ଘଣ୍ଟା ପୂର୍ବରୁ 3ଟି ସର୍ଜରୀ ମଧ୍ୟ କରିସାରିଥିଲେ । ସାଥୀ ଡାକ୍ତରଙ୍କ କହିବାନୁଯାୟୀ ସର୍ଜରୀ କରିବା ସମୟରେ ସେ ଟିକିଏ ବି ଟେନସନରେ ନଥିଲେ । କିନ୍ତୁ କିଛି ଘଣ୍ଟା ପରେ ହିଁ ତାଙ୍କ ରୁମ୍‌ରୁ ତାଙ୍କ ମୃତଦେହ ଜବତ କରାଯାଇଥିଲା ।

ତେବେ ଏଠାରେ ସୂଚନାଥାଉ ଯେ ସମ୍ବିଧାନରେ ରାଗିଂ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଥିବାବେଳେ 2009ରେ ଆଣ୍ଟି-ରାଗିଂ ହେଲ୍ପ ଲାଇନ ନଂ ସମ୍ବିଧାନ ପକ୍ଷରୁ ଜାରି ହୋଇଛି । ହେଲେ ବାରମ୍ବାର ଛାତ୍ରଛାତ୍ରୀ ଏହା ଉଲ୍ଲଙ୍ଘନ କରୁଥିବା ସହ ଦେଶରେ କୌଣସି ନା କୌଣସି ସ୍ଥାନରେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ଭାରତରେ ରାଗିଂ ସମୂର୍ଣ୍ଣ ଭାବରେ କେବେ ବନ୍ଦ ହେବ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.