ରାଞ୍ଚି: ଝାଡଖଣ୍ଡରେ ଦେଖିବାକୁ ମିଳିଛି ସମୂହ ବିବାହ । ଏକ ଘରୋଇ ସଂସ୍ଥାର ପ୍ରୟାସରେ ରାଞ୍ଚିରେ ଏକା ସାଙ୍ଗରେ 137 ଯୋଡା ବିବାହ ଅନୁଷ୍ଠିତ ହୋଇଛି । ସବୁ ମଣ୍ଡପ ମଧ୍ୟରୁ ଗୋଟିଏ ମଣ୍ଡପ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । କାରଣ ଗୋଟିଏ ମଣ୍ଡପରେ ମା' ଓ ଝିଅ ଦୁଇଜଣଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ଏହି ନିଆରା ବିବାହର ସାକ୍ଷୀ ରହିଥିବା ସହ ମା' ଓ ଝିଅର ଆଗାମୀ ଦିନ ପାଇଁ ଶୁଭକାମନା ଜଣାଇଥିଲେ ।
ଏହାସହ ଏହି ବିବାହ ଏବେ ଐତିହାସିକ ପାଲଟିଛି । କାରଣ ମଣ୍ଡପରେ ଛୁଆଟି ନିଜ ବାପା-ମାଆଙ୍କ ବିବାହ ସହ ଅଜା ଆଈଙ୍କ ବିବାହର ମଧ୍ୟ ମୁକସାକ୍ଷୀ ରହିଛି । ଏଠାରେ ଏପରି ଯୋଡା ମଧ୍ୟ ରହିଥିଲା, ଯେଉଁଠି କିଛି ଯୋଡା ଲିଭ ଇନ ରିଲେସନସିପରେ ରହୁଥିଲେ । କିନ୍ତୁ ଅର୍ଥ ଅଭାବରୁ ବିବାହ କରି ପାରୁ ନଥିଲେ । ଏହାସହ ଏହି ବିବାହରେ ବୟସ୍କ ବ୍ୟକ୍ତିଙ୍କର ମଧ୍ୟ ବିବାହ ଅନୁଷ୍ଠିତ ହୋଇଥିଲା । ପରିଣତ ବୟସରେ ବିବାହ କରି ତାଙ୍କ ମୁହଁରେ ମଧ୍ୟ ଖୁସି ବାରି ହୋଇପଡୁଥିଲା । ଆଉ ଖୁସିରେ ସେମାନେ କହିଥିଲେ ସମାଜରେ ମୁଣ୍ଡ ଉଠାଇ ବଞ୍ଚିବାକୁ ତାଙ୍କୁ ଅଧିକାର ମିଳିଯାଇଛି । କାରଣ ଏହି 137 ଯୋଡା ବରକନ୍ୟାଙ୍କୁ ସାମାଜିକ ମାନ୍ୟତା ମିଳିପାରୁନଥିଲା । କାରଣ ଏମାନେ ନିଜ ଜୀବନ ସାଥୀ ନିଜେ ବାଛିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ