ETV Bharat / bharat

ସୋସିଆଲ ମିଡିଆରେ ରାଜନେତାଙ୍କୁ ଟାର୍ଗେଟ କରି ଯୁବକ ଗିରଫ

author img

By

Published : Oct 14, 2020, 3:29 PM IST

ସୋସିଆଲ ମିଡିଆରେ କଂଗ୍ରେସ, ଏନସିପି ଏବଂ ଶିବସେନା ନେତାଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଅଭିଯୁକ୍ତକୁ ମୁମ୍ବାଇ ପୋଲିସର ସାଇବର ସେଲ ପୁଣେର ଚିଖାଲୀରୁ ଗିରଫ କରିଛନ୍ତି ।

ବିଭିନ୍ନ ଦଳ ନେତାଙ୍କୁ ସୋସିଆଲ ମିଡିଆରେ ଅଶ୍ଳିଳ ମନ୍ତର୍ବ୍ୟ ଦେଇ ଯୁବକ ଗିରଫ

ପୁଣେ: ରାଜନେତାଙ୍କ ବିରୁଦ୍ଧରେ ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ତଥା ଗାଳିଗୁଲଜ କରୁଥିବା ଅଭିଯୁକ୍ତ ଗିରଫ । ସୋସିଆଲ ମିଡିଆରେ କଂଗ୍ରେସ, ଏନସିପି ଏବଂ ଶିବସେନା ନେତାଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଅଭିଯୁକ୍ତକୁ ମୁମ୍ବାଇ ପୋଲିସର ସାଇବର ସେଲ ପୁଣେର ଚିଖାଲୀରୁ ଗିରଫ କରିଛନ୍ତି ।

ଗିରଫ ଅଭିଯୁକ୍ତ ଜଣଙ୍କ ଫେସବୁକରେ ଅପା କ୍ୟାନ୍ସର ଜବାଲଗେକର ନାମକ ଏକ ଫେକ ପ୍ରଫାଇଲ ଖୋଲିଥିଲା । ଏହି ନକଲି ପ୍ରଫାଇଲରୁ ସେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଅଶ୍ଳୀଳ କମେଣ୍ଟ କରୁଥିଲା। ଏହି ପୋଷ୍ଟକୁ ନେଇ ଅଭିଯୋଗ ହେବାପରେ ଅକ୍ଟୋବର 9 ରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ବିଭିନ୍ନ ବିଭାଗ ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ବେଳେ କ୍ରାଇମବ୍ରାଞ୍ଚର ସାଇବର ସେଲ୍ ଏହି ଫେସବୁକ୍ ପ୍ରୋଫାଇଲ ବିଷୟରେ ପ୍ରମାଣ ପାଇଥିଲା। ପରେ ଟେକ୍ନୋଲୋଜି ବ୍ୟବହାର କରି ପ୍ରମାଣ ସମ୍ପର୍କରେ ନିଶ୍ଚିତ ହୋଇଥିଲା । ତେବେ ସନ୍ଦେହ ଆଧାରରେ ପୁନେର ଚିଖାଲି ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା । କିନ୍ତୁ ପରେ ଅଭିଯୁକ୍ତ ଜଣଙ୍କ ନିଜ ଅପରାଧ ସ୍ୱୀକାର କରିଥିଲା। ଗିରଫ ଅଭିଯୁକ୍ତ ଜଣଙ୍କ ମହାରାଷ୍ଟ୍ରର ଉସମାନାବାଦ ଶ୍ରୀଶୈଇଲ ଶରଣପ୍ପା ଖଜେ । ଯିଏକି ପୁଣେର ଏକ କମ୍ପାନୀରେ କାମ କରୁଥିଲା । ତେବେ ସେ କାହିଁକି ଏପରି କରୁଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.