ନୂଆଦିଲ୍ଲୀ: କୁହାଯାଏ ମଦ ମଣିଷକୁ ନଷ୍ଟ କରିଦିଏ । ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆଦିଲ୍ଲୀର ମଡେଲ ଟାଉନରେ । ମଦ ପାଇଁ ପଇସା ନଦେବାରୁ ନିଜ ମାକୁ ବି ହତ୍ୟା କରିବାକୁ ପଛାଇ ନାହିଁ ପୁଅ । ମା’କୁ ହତ୍ୟା କରିବା ସହ ପୋଲିସ ପାଖରେ ପୁଅ ଆତ୍ମସମର୍ପଣ କରିଛି ।
ପୋଲିସ ଆଗରେ ଆତ୍ମସମର୍ପଣ ହୋଇ ନିଜ ମାକୁ ହତ୍ୟା କରିଥିବା ଅଭିଯୁକ୍ତ ଜଣଙ୍କ କହିଥିବା ପୋଲିସ ଜଣାଇଛି । ଆତ୍ମସମର୍ପଣ ପରେ ପୋଲିସ ତାକୁ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି । ତେବେ ମା ଆଶା ଦେବୀ ଓ ପୁଅ ଦୀପକ ବୋଲି ଜଣାପଡିଛନ୍ତି । ଆଶା ଦେବୀ ଅନେକଙ୍କ ଘରେ ମେଡ ଭାବେ କାମ କରେ ବୋଲି ପୋଲିସ ଜାଣିବାକୁ ପାଇଛି ।
ଏପଟେ ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।