ନୂଆଦିଲ୍ଲୀ: ଦିଲ୍ଲୀ ଶାହିନ ବାଗ ଅଞ୍ଚଳରେ ଜଣେ ବ୍ୟକ୍ତି ଗୁଳି ଫୁଟାଇଥିବା ନେଇ ସୂଚନା । ଗଳିଫୁଟାଇଥିବା ଯୁବକକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ପୋଲିସ ଯୁବକକୁ ଏ ସମ୍ପର୍କରେ ପଚାରଉଚୁରା ଜାରି ରଖିଛି । ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଦିଲ୍ଲୀର ଶାହିନ ବାଗରେ ଗତ ଦେଢ ମାସ ଧରି ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ ଜାରି ରହିଛି ।
ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଦିଲ୍ଲୀର ଦଲ୍ଲୁପୁରାରେ ରହୁଥିବା ଜଣାପଡିଛି । ଅଭଯୁକ୍ତ ଦିଲ୍ଲୀ ପୋଲିସର ଉପସ୍ଥିତିରେ ଗୁଳି ଚଳାଇଛି । ଗିରଫ ପରେ ଯୁବକ ଜଣକ ନିଜ ବୟାନ ଦେଇଛି । ସେ ଯୁକ୍ତ 2 ଡ୍ରପଆଉଟ ହୋଇଥିବାବେଳେ କୌଣସି ସଙ୍ଗଠନ ସହ ଜଡିତ ନଥିବା ନିଜ ବୟାନରେ କହିଛି । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ପୂର୍ବରୁ ଜାମିଆ ଅଞ୍ଚଳରେ ପ୍ରଦର୍ଶନ ସମୟରେ ଜଣେ ନାବାଳକ ଗୁଳି ଚଳାଇଥିଲା । ଏଥିରେ ଜାମିୟାର ଜଣେ ଛାତ୍ର ଆହତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ