ETV Bharat / bharat

ପୁଣେର ଅନନ୍ୟ ଶ୍ରୀମନ୍ତ ଡଗଡୁସେଠ ହଲୱାଇ ଗଣେଶ, ଜାଣନ୍ତୁ ମନ୍ଦିର ଐତିହ୍ୟ ସମ୍ପର୍କରେ...

ପୁଣେରେ ଗଣେଶ ଉତ୍ସବ ଏକ ପ୍ରସିଦ୍ଧ ପର୍ବ ଅଟେ । ଏହି ଉତ୍ସବ ସାରା ଦେଶରେ ପ୍ରସିଦ୍ଧ । ତେବେ ପୁଣେରେ ପଞ୍ଚମୁଖୀ ଗଣପତି ଥିଲେ ମଧ୍ୟ ଶ୍ରୀମନ୍ତ ଡଗଡୁସେଠ ହଲୱାଇ ଗଣେଶଙ୍କ ସମ୍ମାନ ଭିନ୍ନ ଅଟେ । ଏଠାରେ ଗଣେଶୋତ୍ସବକୁ ଧୁମଧାମରେ ପାଳନ କରାଯାଇଥାଏ । ଅଧିକ ପଢନ୍ତୁ...

ପୁନେର ଶ୍ରୀମନ୍ତ ଡଗଡୁସେଠ ହଲୱାଇ ଗଣେଶ, ଜାଣନ୍ତୁ ଏହି ମନ୍ଦିରର ଐତିହ୍ୟ

author img

By

Published : Aug 23, 2020, 7:03 AM IST

ପୁଣେ: ସାରାଦେଶରେ ଭିନ୍ନ ଭିନ୍ନ ଗଣେଶ ମନ୍ଦିର ରହିଛି। ପ୍ରତି ମନ୍ଦିରର କିଛି ନା କିଛି ଭିନ୍ନ କାହାଣୀ ଓ ବିଶେଷତ୍ବ ରହିଛି। ସବୁ ମନ୍ଦିରଠୁ ସମ୍ପୂର୍ଣ୍ଣ ଭିନ୍ନ ମନ୍ଦିର ହେଉଛି ଶ୍ରୀମନ୍ତ ଡଗଡୁସେଠ ହଲୱାଇ ଗଣପତି ମନ୍ଦିର ।

ଏକ ସମୟରେ ଡଗଡୁସେଠ ହଲୱାଇ ଗଣପତି ଜଣେ ପ୍ରସିଦ୍ଧ ଗୁଡିଆ ଥିଲେ । ସେ ପୁଣେର ବୁଦ୍ଧୱାର ପେଠ ଦତ୍ତା ମନ୍ଦିର ଅଞ୍ଚଳରେ ରହୁଥିଲେ । ସେ ସମୟରେ ସେ ଭଗବାନ ଗଣେଶଙ୍କ ମାର୍ବଲ ଏବଂ ମାଟି ତିଆରି ଏକ ମୂର୍ତ୍ତି ପାଇଥିଲେ । ଆଉ ଏହି ମୂର୍ତ୍ତିକୁ ଲୋକମାନ୍ୟ ତିଲକ ପ୍ରତିଷ୍ଠା କରିଥିଲେ । ଭଗବାନ ଗଣେଶଙ୍କ ଏହି ମୂର୍ତ୍ତିକୁ ଶକ୍ରୱାର ପେଠ ସ୍ଥିତ ମାରୁତି ମନ୍ଦିରରେ ରଖାଯାଇଥିଲା । ଏହାକୁ ନିୟମିତ ପୂଜା ମଧ୍ୟ କରାଯାଉଛି ।

ପୁନେର ଶ୍ରୀମନ୍ତ ଡଗଡୁସେଠ ହଲୱାଇ ଗଣେଶ, ଜାଣନ୍ତୁ ଏହି ମନ୍ଦିରର ଐତିହ୍ୟ

1894ରେ ଲୋକମାନ୍ୟ ତିଲକ ପ୍ରଥମେ ସର୍ବସାଧାରଣରେ ଗଣେଶ ଉତ୍ସବ ଆରମ୍ଭ କରିଥିଲେ । 1896ରେ ଶ୍ରୀମନ୍ତ ଡଗଡୁସେଠ ହଲୱାଇ ପ୍ରଭୁ ଗଜାନନଙ୍କ ଆଉ ଏକ ମୂର୍ତ୍ତି ତିଆରି କରି ଉତ୍ସବ ପାଳନ କରିଥିଲେ । ଇତିମଧ୍ୟରେ ଧନୀ ଡଗଡୁସେଠ ହଲୱାଇଙ୍କ ଦେହାନ୍ତ ହୋଇଥିଲା । କିନ୍ତୁ ତାଙ୍କ ଦ୍ବାରା ଆରମ୍ଭ ହୋଇଥିବା ଗଣେଶ ଉତ୍ସବ ପରମ୍ପରା ସେହି ଅଞ୍ଚଳର ନାଗରିକ ତଥା କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଜାରି ରହିଥିଲା । ଆଉ ସେ ସମୟରେ ଏହି ଗଣେଶ ବାହୁଲି ହଉଦ ନାମରେ ସର୍ବସାଧାରଣରେ ବେଶ ଜଣାଶୁଣା ଥିଲେ । ସୁବର୍ଣ୍ଣଯୁଗ ତରୁଣ ମଣ୍ଡଳ ଦ୍ବାରା ଏହି ଉତ୍ସବର ଆୟୋଜନ କରାଯାଉଥିଲା । 1896ରେ ନିର୍ମିତ ଏହି ମୂର୍ତ୍ତିଟି ଜଟିଳ ଅବସ୍ଥା ରହିଥିଲା । ତେଣୁ 1967ରେ ଡଗଡୁସେଠ ହଲୱାଇ ଗଣପତିଙ୍କ 75 ବର୍ଷ ଅବସରରେ ସୁବର୍ଣ୍ଣଯୁଗ ତରୁଣ ମଣ୍ଡଳର ପ୍ରତାପ ଗଡସେ ଗଣେଶଙ୍କ ଏକ ନୂଆ ପ୍ରତିମା ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଆଜିର ପୂଜା ପାଉଥିବା ଗଜାନନଙ୍କ ଏହି ମୂର୍ତ୍ତି ସେ ସମୟରେ ନିର୍ମାଣ ହୋଇଥିଲା ।

ପୁଣେରେ ଗଣେଶ ଉତ୍ସବ ଏକ ପ୍ରସିଦ୍ଧ ପ୍ରତିଷ୍ଠିତ ପର୍ବ । ଏହି ଉତ୍ସବ ସାରା ଦେଶରେ ପ୍ରସିଦ୍ଧ । ତେବେ ପୁଣେରେ ପଞ୍ଚମୁଖୀ ଗଣପତି ଥିଲେ ମଧ୍ୟ ଶ୍ରୀମନ୍ତ ଡଗଡୁସେଠ ହଲୱାଇ ଗଣେଶଙ୍କ ସମ୍ମାନ ଭିନ୍ନ ଅଟେ । ଏଠାରେ ଗଣେଶୋତ୍ସବକୁ ଧୁମଧାମରେ ପାଳନ କରାଯାଇଥାଏ । ଭାରତରେ ପ୍ରାଚୀନ ମନ୍ଦିରଗୁଡ଼ିକର ଦୃଶ୍ୟ ନିର୍ମାଣ କରିବା ଏହାର ମୁଖ୍ୟ ବୈଶିଷ୍ଟ୍ୟ । ଆଉ ମଣ୍ଡଳର ଉଦ୍ଦେଶ୍ୟ ହେଉଛି ଯେଉଁମାନଙ୍କୁ ଦୂର ତୀର୍ଥସ୍ଥାନକୁ ଯିବାକୁ ପଡିବ ନାହିଁ ସେମାନଙ୍କୁ ମନ୍ଦିର ଦର୍ଶନ ପାଇଁ ଅନୁମତି ଦେବା । ପ୍ରତିବର୍ଷ ଗଣେଶୋତ୍ସବ ସମୟରେ ଭବ୍ୟ ମନ୍ଦିର ଗୁଡ଼ିକର ପ୍ରତିକୃତି ନିର୍ମାଣ କରାଯାଇଥାଏ । ଏଥିସହ 10 ଦିନ ଧରି ପାଳନ ହେଉଥିବା ଏହି ଉତ୍ସବରେ ପ୍ରତିଦିନ ଭିନ୍ନ ଭିନ୍ନ ଫୁଲକୁ ସଜାଇବାରେ ବ୍ୟବହାର କରାଯିବା ସହ ଆକର୍ଷଣୀୟ ଦୃଶ୍ୟ ସୃଷ୍ଟି କରାଯାଇଥାଏ । ପ୍ରତିବର୍ଷ ଦେଶର ପ୍ରସିଦ୍ଧ ମନ୍ଦିରଗୁଡ଼ିକର ପ୍ରତିକୃତିରେ ଶ୍ରୀମନ୍ତ ଡଗଡୁସେଠ ହଲୱାଇ ଗଣପତିଙ୍କୁ ପ୍ରତିଷ୍ଠା କରାଯାଇଥାଏ । ଗଣେଶୋତ୍ସବ ସମୟରେ ସମଗ୍ର ଅଞ୍ଚଳ ଆକର୍ଷଣୀୟ ଆଲୋକମାଳାରେ ସଜ୍ଜିତ ହୁଏ । ଏତଦବ୍ୟତୀତ ଦେଶର ବିଭିନ୍ନ ସ୍ଥାନରୁ ଗଣେଶ ଭକ୍ତମାନେ ସେଠାକୁ ପ୍ରାର୍ଥନା କରିବାକୁ ଆସିଥାନ୍ତି ।

ବହୁ ରାଜନେତା, ଚଳଚ୍ଚିତ୍ର ତାରକା ଏବଂ ଅନ୍ୟ କ୍ଷେତ୍ରର ସେଲିବ୍ରିଟିମାନେ ଏଠାକୁ ଦର୍ଶନ ପାଇଁ ଆସିଥାନ୍ତି । ପ୍ରତିଷ୍ଠାଠାରୁ ଆରମ୍ଭ କରି ବିସର୍ଜନ ପର୍ଯ୍ୟନ୍ତ ସବୁ କିଛି ଶାସ୍ତ୍ରର ଜ୍ଞାନ ଏବଂ ଏହାର ସମୃଦ୍ଧ ପରମ୍ପରା ସହିତ ପାଳନ କରାଯାଏ । ଏହି 10 ଦିନର ପୂଜା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥାଏ ।

ହେଲେ ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ପ୍ରସିଦ୍ଧ ଡଗଡୁସେଠ ଗଣପତି ଉତ୍ସବକୁ ସାଧାରଣ ଢଙ୍ଗରେ ପାଳନ କରାଯାଉଛି । ଗଣେଶ ଭକ୍ତଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏଥିସହ ଗଣେଶୋତ୍ସବ ସମୟରେ ଶ୍ରୀମନ୍ତ ଡଗଡୁସେଠ ହଲୱାଇ ଗଣପତିଙ୍କ ପ୍ରତିମା ବାହାରକୁ ନ ଆସିବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଗଣପତି ମୁଖ୍ୟ ମନ୍ଦିରରେ ସ୍ଥାପନ କରାଯିବ। ଚଳିତବର୍ଷ ଗଣପତିଙ୍କୁ ମୁଖ୍ୟମନ୍ଦିରରେ ସ୍ଥାପନା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.