ETV Bharat / bharat

ମନରେ ସରଳତା ଆଣିପାରେ କାର୍ଯ୍ୟରେ ସଫଳତା - କର୍ମକ୍ଷେତ୍ର

ଅନୁଧ୍ୟାନରୁ ଜଣା ପଡିଛି କି କର୍ମକ୍ଷେତ୍ରରେ ସହକର୍ମଚାରୀଙ୍କ ହାବଭାବ ଜଣେ କର୍ମଚାରୀର ଦିନକୁ ପ୍ରଭାବିତ କରିପାରେ । ଯଦି ଅଫିସରେ ସରଳ ବା ସକାରାତ୍ମକ ପରିବେଶ ରୁହେ ତେବେ କର୍ମଚାରୀଙ୍କ କାର୍ଯ୍ୟରେ ଉନ୍ନତି ଦେଖାଯିବା ସହ ସେମାନଙ୍କ କାର୍ଯ୍ୟଶୈଳୀରେ ବିକାଶ ଦେଖିବାକୁ ମିଳିଥାଏ ।

ଡିଜାଇନ ଫଟୋ
author img

By

Published : Sep 20, 2019, 12:57 PM IST

ହାଇଦ୍ରାବାଦ: କାର୍ଯ୍ୟକ୍ଷେତ୍ରରେ ରହିଥାଏ ଅନେକ ଟେନସନ । କେଉଁଠି କାର୍ଯ୍ୟକ୍ଷେତ୍ରର ପରିବେଶକୁ ନେଇ ନାଖୁସି କର୍ମଚାରୀ ତ କେଉଁଠି ପୁଣି ନିଜ ୱାର୍କ ପ୍ରେସରକୁ ନେଇ ମାନସିକ ବିଷାଦରେ କର୍ମଚାରୀ । ତେବେ ସମୟକ୍ରମେ କର୍ମ ଜଞ୍ଜାଳ ବଢିବା ସହ ବଢୁଛି ଶାରିରୀକ ଅସୁସ୍ଥତା ଓ ମାନସିକ ଚାପ । ଯାହାକୁ କିପରି କର୍ମକ୍ଷେତ୍ରରେ କିପରେ ହାଲ୍‌କା କରାଯାଇପାରିବ ସେନେଇ ପେନସିଲଭାନିୟାସ୍ଥିତ ପେନ ଷ୍ଟେଟ ୟୁନିଭର୍ସିଟିର ଏକ ଟିମ୍‌ ଆରମ୍ଭ କରିଥିଲା ଅନୁଧ୍ୟାନ ।

ଏହି ଅନୁଧ୍ୟାନରୁ ଜଣା ପଡିଛି କି କର୍ମକ୍ଷେତ୍ରରେ ସହକର୍ମଚାରୀଙ୍କ ହାବଭାବ ଜଣେ କର୍ମଚାରୀର ଦିନକୁ ପ୍ରଭାବିତ କରିପାରେ । ଯଦି ଅଫିସରେ ସରଳ ବା ସକାରାତ୍ମକ ପରିବେଶ ରୁହେ ତେବେ କର୍ମଚାରୀଙ୍କ କାର୍ଯ୍ୟରେ ଉନ୍ନତି ଦେଖାଯିବା ସହ ସେମାନଙ୍କ କାର୍ଯ୍ୟଶୈଳୀରେ ବିକାଶ ଦେଖିବାକୁ ମିଳିଥାଏ । ଅନ୍ୟପଟେ ଯଦି ଅଫିସରେ ନକାରାତ୍ମକ ପରିବେଶ ଲାଗି ରୁହେ ତେବେ କର୍ମଚାରୀଙ୍କଠାରେ ମାନସିକ ବିଷାଦ ସହ ଚିଡଚିଡା ସ୍ବଭାବ ପରିଲକ୍ଷିତ ହୁଏ ।

ଏହାକୁ ଦୂର କରିବା ପାଇଁ ଅନୁଧ୍ୟାନକାରୀ ଖୋଜି ବାହାର କରିଛନ୍ତି କିଛି ନୂଆ ଉପାୟ । ଯାହାକୁ ସାବ୍ୟସ୍ତ କରିବା ପାଇଁ ଚୀନର 86 ଜଣ ସେନଜେନ ବସ୍‌ ଡ୍ରାଇଭରଙ୍କୁ ନେଇ କରାଯାଇଥିଲା ଏକ ପରୀକ୍ଷା । ଏହି ପରୀକ୍ଷା ତିନି ସପ୍ତାହ ଧରି ଚାଲିଥିଲା । ଯେଉଁଥିରେ ତିନି ପର୍ଯ୍ୟାୟରେ ପରୀକ୍ଷାର ଫଳାଫଳକୁ ରେକର୍ଡ କରାଯାଇଥିଲା । ଏହି ପରୀକ୍ଷାରେ ବସ୍‌ ଡ୍ରାଇଭରଙ୍କ ଖାଦ୍ୟକୁ ନେଇ ପରୀକ୍ଷା କରାଯାଇଥିଲା।

ତିନି ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନି ସେମାନଙ୍କୁ ଦୈନିକ ଖାଦ୍ୟ ସହ ଗୋଟିଏ ତଟକା ଫଳ ଖାଇବାକୁ ଦିଆଯାଇଥିଲା । ଗୋଟିଏ ସେଓ କିମ୍ବା ଗୋଟିଏ କଦଳୀ ସେମାନଙ୍କୁ ପ୍ରତିଦିନର ଖାଦ୍ୟ ପରେ ପରଷା ଯାଇଥିଲା । ତେବେ ପରୀକ୍ଷା ଆରମ୍ଭର ଗୋଟିଏ ସପ୍ତାହ ପୂର୍ବରୁ ପ୍ରଥମେ ସମସ୍ତ ଡ୍ରାଇଭରଙ୍କ ସ୍ବାସ୍ଥ୍ୟ ପରାକ୍ଷା ସହ ସେମାନଙ୍କ ମାନସିକ ସ୍ଥିତିକୁ ପରଖାଯାଇଥିଲା । ପରେ ପରୀକ୍ଷା ମଝିରେ ସେମାନଙ୍କୁ ପୁନଃ ପରୀକ୍ଷା କରାଯାଇଥିଲା । ପରିଶେଷରେ ପରୀକ୍ଷାର ଶେଷ ହେବାର ଗୋଟିଏ ସପ୍ତାହ ପରେ ଶେଷ ଥର ପାଇଁ ଡ୍ରାଇଭରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ଫଳାଫଳ ସ୍ବରୂପ ଡ୍ରାଇଭରଙ୍କ ମାନସିକ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଦେଖାଯାଇଥିଲା । ପୂର୍ବରୁ ସିଫ୍ଟରେ ଅନିୟମିତତା, ଅଧିକ ସମୟ ଯାଏଁ ବସ୍‌ ଡ୍ରାଇଭିଂ ଓ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଅଧିକାଂଶ ସମୟ ଲାଗି ରହୁଥିଲା ଶାରିରୀକ ଅସୁସ୍ଥତା । ଏଥିସହ ରକ୍ତଚାପ ଭଳି ସମସ୍ୟାରେ ମଧ୍ୟ ପୀଡିତ ହେଉଥିଲେ ଡ୍ରାଇଭର । ତେବେ ଏହି ସମସ୍ୟାକୁ ଦୂର କରିବାରେ ଅନେକାଂଶରେ ସାହାଯ୍ୟ କରିଥିଲା ସୁସ୍ଥ ଓ ସକାରାତ୍ମକ ପରିବେଶ ସହ ତଟକା ଖାଦ୍ୟ ।

ତଟକା ଖାଦ୍ୟ ଖାଇବା ଦ୍ବାରା ମନ ଖୁସି ରହୁଥିବା ବେଳେ ସକାରାତ୍ମକ ପରିବେଶ କାର୍ଯ୍ୟରେ ମନ ଲଗାଇବାରେ ସାହାଯ୍ୟ କରିଥାଏ । ଏହା ଜଣଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ କର୍ମକ୍ଷେତ୍ରରେ ସରଳ ମନୋଭାବ ସାମୂହିକ ଫଳାଫଳକୁ ଦ୍ବିଗୁଣିତ କରିବା ସହ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସହାୟକ ଏଥିରେ ଦ୍ବିମତ ନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.