ETV Bharat / bharat

ଆତଙ୍କୀସ୍ଥାନରେ ପରିଣତ ହୋଇଛି ପଶ୍ଚିମବଙ୍ଗ: ଦିଲ୍ଲୀପ ଘୋଷ - ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ

ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କ ବୟାନ, କହିଲେ ଆତଙ୍କୀସ୍ଥାନରେ ପରିଣତ ହେବା ପରି ଲାଗିୁଛି ରାଜ୍ୟ । ଅଧିକ ପଢନ୍ତୁ....

ଆତଙ୍କୀସ୍ଥାନରେ ପରିଣତ ହୋଇଛି ପଶ୍ଚିମବଙ୍ଗ : ଦିଲ୍ଲୀପ ଘୋଷ

author img

By

Published : Nov 15, 2020, 5:12 PM IST

କୋଲକାତ: ପଶ୍ଚିମବଙ୍ଗ ଏବେ ଆତଙ୍କୀସ୍ଥାନରେ ପରିଣତ ହେବାପରି ଲାଗୁଛି । ରାଜ୍ୟ ଏମିତି ଅବସ୍ଥାରେ ପହଞ୍ଚିଲାଣି ଯେ ଏଠାରେ କାଶ୍ମୀର ଠାରୁ ମଧ୍ୟ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଏମିତି କିଛି ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ।

କିଛିଦିନ ପୁର୍ବରୁ ଅଲିପୁର ଅଞ୍ଚଳରୁ 6 ଜଣ ଅଲ-କାଏଦା ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ରାଜ୍ୟର ଅନେକ ସ୍ଥାନରେ ଏକ ନେଟୱାର୍କ ଗଠନ କରାଯାଇଛି। ଏପରିକି ବାଂଲାଦେଶ ନେତା ଖାଲେଦା ଜିଆ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ଭାରତରେ ତାଲିମ ଦିଆଯାଉଛି ଏବଂ ବାଂଲାଦେଶକୁ ପଠାଯାଇଛି। ଏହି ରାଜ୍ୟ ଆତଙ୍କବାଦୀ ତଥା ନାଗରିକ ବିରୋଧୀ କେନ୍ଦ୍ରରେ ପରିଣତ ହୋଇଛି। ସେମାନେ ଅନ୍ୟ ସ୍ଥାନରୁ ଏଠାକୁ ଆସୁଛନ୍ତି ଏବଂ ଆଶ୍ରୟ ନେଉଛନ୍ତି। ବର୍ତ୍ତମାନ କାଶ୍ମୀର ଅପେକ୍ଷା ପଶ୍ଚିମବଙ୍ଗରେ ଅବସ୍ଥା ଆହୁରି ଖରାପ ବୋଲି ବିଜେପି ଏକ କାର୍ଯ୍ୟକ୍ରମ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଘୋଷ ଅଭିଯୋଗ କରିଛନ୍ତି। ରବିବାର ପଶ୍ଚିମବଙ୍ଗର ଚବିସ ପ୍ରଗଣାରେ ଏକ କାର୍ଯ୍ୟକ୍ରମ ଅବସରରେ ସେ ସାମ୍ବାଦିକ ମାନଙ୍କୁ ଏହି ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବଙ୍ଗବାସୀ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି। ଏପରିକି ତାଙ୍କ ନାମ ଦେଶ ବିରୋଧୀ ଦଳର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ରୋହିଙ୍ଗ୍ୟା ମୁସଲମାନମାନଙ୍କ ଦ୍ବାରା ତାଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରାଯାଇଥିଲା ବୋଲି ସେ କହିଛନ୍ତି । ଆଲିପୁରଦାର ଜିଲ୍ଲାର ଜୟଗାଓଁରେ ତାଙ୍କୁ ଆକ୍ରମଣ କରାଯାଇଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି । ଯଦି ସେଦିନ ଘଟଣାର ଭିଡିଓକୁ ତର୍ଜମା କରାଯିବ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ ବୋଲି ମଧ୍ୟ ଦାବି କରିଛନ୍ତି ।

ବର୍ତ୍ତମାନ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ପ୍ରଚୁର ରୋହିଙ୍ଗ୍ୟା ଏବଂ ଅନ୍ୟାନ୍ୟ ଅନୁପ୍ରବେଶକାରୀ ଅଛନ୍ତି ଯେଉଁମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) କୁ ଭୋଟ୍ ଦେଇଛନ୍ତି ବୋଲି ଘୋଷ କହିଛନ୍ତି। ଏହା ଅତ୍ୟନ୍ତ ଉଦବେଗ ଜନକ କଥା ଯେ କିଛି ରାଜନୈତିକ ଦଳ ତାଙ୍କ ସ୍ବାର୍ଥ ପାଇଁ ଆତଙ୍କବାଦୀ ତଥା ଅସାମାଜିକ ଗୋଷ୍ଠୀ ଗୁଡିକୁ ବ୍ୟବହାର କରିୁଥିବା ଓ ପ୍ରୋତ୍ସାହନ ଦେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ପଶ୍ଚିମବଙ୍ଗରେ ଆସନ୍ତା ନିର୍ବାଚନରେ ​​ପ୍ରତିଦ୍ବନ୍ଦିତା କରିବାକୁ ଏଆଇଏମଆଏମ ମୁଖ୍ୟ ଓବେସି ଘୋଷଣା କରିଥିବା ବେଳେ ଟିଏମସି, ସିପିଆଇ, କଂଗ୍ରେସ, ଏଆଇଏମ୍ଆଇଏମ୍, ସମସ୍ତ ଦଳ ଏକାଠି ହୋଇପାରିବେ। ବିକାଶ ଚାହୁଁଥିବା ଦଳ, ଗୋଟିଏ ପଟେ ରହିବ ଏବଂ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଥିବା ଅନ୍ୟ ପଟେ ରହିବ ବୋଲି କହିଛନ୍ତି ଦିଲ୍ଲୀପ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.