ETV Bharat / bharat

ମହାମାରୀରେ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଯୋଗାଉଛି କ୍ୟାଣ୍ଡକାର୍ଟ ବୁକ ଷ୍ଟଲ - book stall at door

ଏହି ସ୍ଥିତିରେ ପିଲାମାନଙ୍କର ପାଠପଢା ପ୍ରଭାବିତ ହୋଇଛି । ପାଠ ବହି ବଜାରରେ ମିଳୁନାହିଁ । ତେଣୁ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଯୋଗାଉଛି କ୍ୟାଣ୍ଡକାର୍ଟ ବୁକ ଷ୍ଟଲ। ଅଧିକ ପଢନ୍ତୁ...

a-handcart-on-wheels-book-store-in-mumbai-comes-to-the-aid-of-students-amid-covid-19-crisis
ମହାମାରୀରେ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଯୋଗାଉଛି କ୍ୟାଣ୍ଡକାର୍ଟ ବୁକ ଷ୍ଟଲ
author img

By

Published : Jun 14, 2020, 5:53 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ବର୍ତ୍ତମାନର କୋଭିଡ-19 ସଙ୍କଟ କମିବାର ନାଁ ଧରୁନି । ଏହି ସମୟରେ ମୁମ୍ବାଇର ସିଓନ୍ ଅଞ୍ଚଳରେ ଏକ ମୋବାଇଲ୍ ବୁକ୍ ହାଉସ୍ ଆରମ୍ଭ ହୋଇଛି । ଯାହା ଛାତ୍ରମାନଙ୍କୁ ମାଗଣାରେ ବହି ଯୋଗାଇବାରେ ସାହାଯ୍ୟ କରିବ । ସିଓନ୍ ଫ୍ରେଣ୍ଡସ୍ ସର୍କଲ୍ ବୋଲାଉଥିବା ଏହି ଗୋଷ୍ଠୀକୁ ଛାତ୍ରମାନଙ୍କ ଦ୍ୱାରା ସ୍ୱାଗତ କରାଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ବଜାରରେ ଉପଲବ୍ଧ ନ ଥିବାରୁ ବହି କିଣିବାକୁ ଅସମର୍ଥ ।

ଜଣେ ଛାତ୍ର କହିଛନ୍ତି, "ମୁଁ ଏହି ମୋବାଇଲ୍ ଷ୍ଟୋରରେ ସପ୍ତମ ଶ୍ରେଣୀର ବହି ଦେଇ ମୋର ଆଗାମୀ ଶ୍ରେଣୀ ପାଇଁ ବହି ନେଇଥିଲି। ବଜାରରେ ବହି ଉପଲବ୍ଧ ନ ଥିବାରୁ ଦୋକାନ ବନ୍ଦ ଥିବାରୁ ପାଠ ପଢିବା ପାଇଁ କଷ୍ଟସାଧ୍ୟ ହୋଇପଡିଛି।" ସାରିକା ନାମକ ଜଣେ ମହିଳା କହିଛନ୍ତି , "କ୍ଲାସ ଆରମ୍ଭ ହେବ ବୋଲି ଆଶା କରାଯାଉଛି କିନ୍ତୁ ଷ୍ଟେସନାରୀ ଦୋକାନ ବନ୍ଦ ଅଛି। ମୁଁ ସେମାନଙ୍କଠାରୁ ବହି ନେଇଥିଲି, ଯାହାଦ୍ୱାରା ପିଲାମାନେ ଘରେ ପଢିପାରିବେ।

ଛାତ୍ରମାନେ କୋଭିଡ-19 ପରିସ୍ଥିତି ମଧ୍ୟରେ ବହି ପାଇବାରେ ଅସମର୍ଥ କିନ୍ତୁ ଏହି ମୋବାଇଲ୍ ବୁକ୍ ସେମାନଙ୍କୁ ଯୋଗାଇଛି ସୁବିଧା । "ସିଓନ୍ ଫ୍ରେଣ୍ଡସ୍ ସର୍କଲର ଗୋଷ୍ଠୀ ସଦସ୍ୟ ଅଶୋକ କୁର୍ମେ କହିଛନ୍ତି, "ଆମେ ଏହି ଷ୍ଟୋର୍‌ର ନାମ ରଖିଛୁ - ମାଗଣା ବୁକ୍ ହାଉସ୍। ସାମ୍ପ୍ରତିକ ପରିସ୍ଥିତି ମଧ୍ୟରେ ଆବଶ୍ୟକ ଲୋକଙ୍କୁ ବହି ଯୋଗାଇବା ଲକ୍ଷ୍ୟରେ ଆମର ଗୋଷ୍ଠୀ ଏହି ପଦକ୍ଷେପ ନେଇଛନ୍ତି। ବୁକ୍ ଷ୍ଟୋର ଯାହା କାମ କରିବା ପାଇଁ କୌଣସି ଇନ୍ଧନର ଆବଶ୍ୟକତା ନାହିଁ। ଏହା ଏକ ହ୍ୟାଣ୍ଡକାର୍ଟ। ଆମେ ଏହି ଷ୍ଟୋର୍‌କୁ ସାପ୍ତାହିକ ଭିତ୍ତିରେ ସିଓନ୍ ଦେଇ ଘୁଞ୍ଚାଇବୁ ।

ଶନିବାର ଦିନ ମହାରାଷ୍ଟ୍ରରେ ମୋଟ 3,427 ନୂତନ ମାମଲା ଏବଂ 113 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୋଟ ମାମଲା 1,04,568ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.