ETV Bharat / bharat

ଦିଲ୍ଲୀ ବିସ୍ଫୋରଣ: ଘଟଣାସ୍ଥଳରୁ ମିଳିଲା ଦରପୋଡା ଗୋଲାପୀ ଓଢଣୀ, କଣ ରହିଛି ରହସ୍ୟ?

author img

By

Published : Jan 30, 2021, 6:51 PM IST

Updated : Jan 30, 2021, 7:02 PM IST

ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ଘଟଣାସ୍ଥଳରୁ ମିଳିଛି ଦରପୋଡା ଗୋଲାପୀ ରଙ୍ଗର ଓଢଣୀ ସହ ଏକ ଚିଠି । ଜାରି ରହିଛି ଯାଞ୍ଚ । ଅଧିକ ପଢନ୍ତୁ...

ଦିଲ୍ଲୀ ବିସ୍ଫୋରଣ: ଘଟଣାସ୍ଥଳରୁ ମିଳିଲା ଦରପୋଡା ଗୋଲାପୀ ଓଢଣୀ, କଣ ରହିଛି ରହସ୍ୟ?
ଦିଲ୍ଲୀ ବିସ୍ଫୋରଣ: ଘଟଣାସ୍ଥଳରୁ ମିଳିଲା ଦରପୋଡା ଗୋଲାପୀ ଓଢଣୀ, କଣ ରହିଛି ରହସ୍ୟ?

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ଜାରି ରହିଛି ତଦନ୍ତ । ବର୍ତ୍ତମାନ ସୁଦ୍ଧା ପୋଲିସକୁ ମିଳିନାହିଁ କୌଣସି ବଡ ସଫଳତା । ହେଲେ ଘଟଣାସ୍ଥଳରୁ ମିଳିଛି ଦରପୋଡା ଗୋଲାପୀ ରଙ୍ଗର ଓଢଣୀ ସହ ଏକ ଚିଠି । ମିଳିଥିବା ଗୋଲାପୀ ରଙ୍ଗର ଓଢଣୀର ରହସ୍ୟ ଖୋଜୁଛି ତଦନ୍ତକାରୀ ଟିମ ।

ଚିଠିରେ ଲେଖା ଅଛି ଯେ ଆମେ ସାଧାରଣ ଜନତାଙ୍କୁ କ୍ଷତି ପହଞ୍ଚାଇବାକୁ ଚାହୁଁନାହୁଁ । ଆମେ କେବଳ ଆମ ମେସେଜ ପହଞ୍ଚାଇବାକୁ ଚାହୁଁଥିଲୁ । ଏହା କେବଳ ଏକ ଟ୍ରେଲର ଥିଲା । ଏହାସହ ପୋଲିସ ହାତରେ ଲାଗିଛି 3 ଦିନର ରୁଟ ମେଲ ଆଇଡି ଅର୍ଥାତ ଡମ୍ପ ଡାଟା । ଏହି ଡମ୍ପ ଡାଟାରୁ ଜଣାପଡିଛି ଯେ ବିସ୍ଫୋରଣ ସମୟରେ ଏହି ଅଞ୍ଚଳରେ 45 ହଜାର ମୋବାଇଲ ଫୋନ କାମ କରୁଥିଲା ।

କ୍ରାଇମବ୍ରାଞ୍ଚ ଓ ଏନଆଇଏ ବିସ୍ଫୋରଣ ମାମଲାର ତଦନ୍ତ କରୁଛି । ସେପଟେ ବିସ୍ଫୋରଣରେ ବ୍ୟବହୃତ ବିସ୍ଫୋରକର ମଧ୍ୟ ଯାଞ୍ଚ କରୁଛି ଏନଏସଜିର ଏକ ଟିମ । ବିସ୍ଫୋରଣ ପୂର୍ବରୁ ଅବଦୁଲ କଲାମ ମାର୍ଗରେ 3 ଘଣ୍ଟା ପର୍ଯ୍ୟନ୍ତ କେତେ ଲୋକ କ୍ୟାବରେ ଯାତାୟାତ କରିଛନ୍ତି ଏନେଇ ଓଲା ଓ ଉବେର କମ୍ପାନୀଗୁଡିକ ସହ ସମ୍ପର୍କ କରାଯାଉଛି । ସେହିପରି ଶୁକ୍ରବାର ଦିନ 3ଟାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ଏହି ରାସ୍ତା ଦେଇଯାଇଥିବା ସମସ୍ତ ଗାଡିଗୁଡିକର ତଥ୍ୟ ବାହାର କରାଯାଉଛି । ଏହାସହ ସମ୍ପୂର୍ଣ୍ଣ ରାସ୍ତାର ସିସିଟିଭି ଫୁଟେଜର ଯାଞ୍ଚ କରାଯାଉଛି ।

ସେପଟେ ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ନେଇ ନିଜକୁ ଦାୟୀ କରିଛି ଜୈଶ-ଉଲ-ହିନ୍ଦ ସଂଗଠନ । ଇସ୍ରାଏଲ ଦୂତାବାସ ବାହାରେ ବିସ୍ଫୋରଣ କରାଇଥିବା ନେଇ ଦାବି କରିଛି ଜୈଶ-ଉଲ-ହିନ୍ଦ । ତେବେ ଦେଶର ଗୁଇନ୍ଦା ବିଭାଗ ଏହି ଦାବିର ସତ୍ୟତାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।

Last Updated : Jan 30, 2021, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.