ହାଇଦ୍ରାବାଦ: ମହିଳା ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ପରେ ମୃତଦେହକୁ ଜାଳିବା ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ମାହୋଲ ରହିଛି। ଲୋକେ ରାଜରାସ୍ତାକୁ ଓହ୍ଲାଇ ମହିଳାଙ୍କ ସୁରକ୍ଷାକୁ ନେଇ ସ୍ବର ଉଠାଇଛନ୍ତି। ଏପରି ସ୍ଥିତିରେ ରାଜ୍ୟରେ ହୋଇଥିବା ଏପରି ଘଟଣାକୁ ନେଇ ଖମାମ୍ ଜିଲ୍ଲାରେ ଜଣେ ଗ୍ରାଜୁଏଟ ଛାତ୍ର ବିରୋଧ ପ୍ରଦର୍ଶନ କରିବାକୁ ଯାଇ ଆତ୍ମହତ୍ୟା କରିବାର ଧମକ ଦେଇଛନ୍ତି।
ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ କଡା ଦଣ୍ଡ ଦେବା ପାଇଁ ଦାବି ଉଠୁଛି । ଏହି ଦାବିକୁ ନେଇ ତେଲେଙ୍ଗାନାର ଖମାମ ଜିଲ୍ଲାରେ ଜଣେ ଗ୍ରାଜୁଏଟ ଛାତ୍ର ଛାତ ଉପରକୁ ଚଢି ଡେଇଁ ପଡିବାର ଧମକ ଦେଇଛି। ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉ ବୋଲି ଛାତ୍ରଙ୍କ ଦାବି ଥିଲା । ଅନେକ ସମୟ ବୁଝାସୁଝା କରିବା ପରେ ସେ ତଳକୁ ଓହ୍ଲାଇଥିଲା।