ETV Bharat / bharat

ଛେଳିର ନାମ ସଲମାନ, 8 ଲକ୍ଷ ତା’ର ଦାମ

ଉତ୍ତରପ୍ରଦେଶର ଲକ୍ଷ୍ନୌର ଗୋରଖପୁରରେ ଏକ ଏପରି ଛେଳି ଦେଖିବାକୁ ମିଳିଛି ଯାହାର ମୂଲ୍ୟ 8 ଲକ୍ଷ ଟଙ୍କା । ଆସନ୍ତାକାଲି ବକରି ଇଦ୍‌ ଥିବା ଯୋଗୁଁ ଆଜି ଏହି ଛେଳିର ଚର୍ଚ୍ଚାରେ ଆସିଛି । ଆଉ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

author img

By

Published : Aug 11, 2019, 10:15 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଏଏନଆଇ

ଲକ୍ଷ୍ନୌ: ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌ । ଇସଲାମ ଧର୍ମାବଲମ୍ବୀ ମାନଙ୍କ ବଡ଼ ପର୍ବ ଇଦ୍‌ । ଆଉ ଆସନ୍ତାକଲି ବହୁତ ଗୁରୁତ୍ବପୂର୍ଣ୍ଣ ଦିନ । କାରଣ କାଲି ଇସଲାମ ଧର୍ମାବଲମ୍ବୀ ପାଳିବେ ବକରି ଇଦ୍‌ । ଏଥିଲାଗି ଚଳଚଞ୍ଚଳ ମସଜିଦ ପରିସର ସାଙ୍ଗକୁ ମୁସଲୀମ ସମାଜ । ସମସ୍ତେ ଭକ୍ତି ସ୍ବରୂପ ଛେଳିକୁ ଆଲ୍ଲାଙ୍କ ନିକଟରେ ଦାନ କରନ୍ତି । ତେବେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏପରି ଏକ ଛେଳି ଅଛି ଯାହାର ଖୁବ ଚାହିଦା ରହିଛି । ଏହି ଛେଳି ପାଖରେ କଣ ଏପରି ବିଶେଷ ଗୁଣ ରହିଛି ଯାହାକୁ ନେଇ ଆଜି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆସନ୍ତୁ ଜାଣିବା...

ବକରି ଇଦ୍‌ ଉପଲକ୍ଷେ ଉକ୍ତ ଛେଳିକୁ ପାଳନ କରାଯାଇଛି । ତା ନାଁ ହେଉଛି ‘ସଲମାନ’ । ଛେଳିର ମାଲିକ ମହମ୍ମଦ ନିଜାମୁଦ୍ଦିନ ଗୋରଖପୁର ବଜାରକୁ ନେଇଥିଲେ ବିକ୍ରି କରିବା ପାଇଁ । ସଲମାନ ବିଷୟରେ ତା ମାଲିକ କୁହନ୍ତି, ସଲମା ପଛରେ ଦିନ ପିଛା 800 ଟଙ୍କା ଖର୍ଚ୍ଚ ହୁଏ । ସେ ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଖାଏ । ତେଣୁ ତା ମୂଲ୍ୟ ହେଉଛି 8 ଲକ୍ଷ୍ୟ ଟଙ୍କା । ସବୁଠୁ ବଡ଼ କଥା ହେଲା ସଲମାନ ଦେହଟି ସମ୍ପୂର୍ଣ୍ଣ ଧଳା ଏବଂ ମଝି ମଝିରେ କଳା ରଙ୍ଗର ଛିଟା ପଡିଛି । ଆଉ ଏହି ଛିଟାକୁ ଯୋଡିଦେଲେ ଆଲ୍ଲା ଶବ୍ଦ ଗଠନ ହୁଏ । ବର୍ତ୍ତମାନ ଛେଳି ସଲମାନର ଓଜନ 95 କିଲୋଗ୍ରାମ ।

ଉକ୍ତ ଛେଳିର ଚାହିଦ ବଢିବାରେ ଲାଗିଛି । ତେଣୁ ତା ମୂଲ୍ୟ 8 ଲକ୍ଷ ଟଙ୍କା ହୋଇଛି । ତେଣୁ ଏହି ଛେଳିଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୂଚନା ଥାଉକି ଇସଲାମ ଧର୍ମାବଲମ୍ବୀଙ୍କ ଏକ ବିଶ୍ବାସ ରହିଛି । ଆଲ୍ଲାଙ୍କ ଦୂତ ଆବ୍ରାହାମଙ୍କୁ ସ୍ବପ୍ନାଦେଶ ହୋଇଥିଲା ଯେ ସେ ନିଜର ଅତି ପ୍ରିୟ ଜିନିଷକୁ ଆଲ୍ଲାଙ୍କ ନିକଟରେ ଅର୍ପଣ କରିବା । ଏହି ଆଦେଶ କ୍ରମେ ଆବ୍ରାହମ ନିଜର ପୁଅକୁ ବଳି ଦେବାକୁ ଉଦ୍ୟମ କରିଥିଲେ । ଠିକ ସେତିକିବେଳେ ଆଲ୍ଲା ଇବ୍ରାହିମଙ୍କ ଭକ୍ତିରେ ପ୍ରସନ୍ନ ହୋଇଥିଲେ । ଏହାକୁ ଆଧାର କରି ସେହିଦିନଠାରୁ ଯୁଗ ଯୁଗ ଧରି ପ୍ରତିବର୍ଷ ବକ୍ରି ଇଦ୍‌ ବା ଇଦ-ଉଲ-ଜୁହା ପାଳନ କରାଯାଏ ।

Intro:ରାଜ୍ୟ ରେ ବଜ୍ରପାତ ଆଶଙ୍କା ,Body:ରାଜ୍ୟ ରେ ବଜ୍ରପାତ ଆଶଙ୍କା ,ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା। ବର୍ତ୍ତମାନ ଶୁଦ୍ଧା 6 ଟି ଜିଲ୍ଲାକୁ ବଜ୍ରପାତ ର ସର୍ତକ ଘଣ୍ଟି ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼,ମୟୁରଭଞ୍ଜ, ଦେବଗଡ଼, ସମ୍ବଲପୁର, ବାଲେଶ୍ଵର ଓ କେନ୍ଦୁଝର । ଅନ୍ୟ ପଟେ କାଲିଠାରୁ ଲଘୁଚାପଜନିତ ବର୍ଷା ରେ ଖାସ କରି ଉତ୍ତର ଓଡ଼ିଶା ଭିଜିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ର ରୁ ଜଣା ପଡ଼ିଛି।
ବାଇଟ ଡ ବାସ୍କେConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.