ETV Bharat / bharat

କୋରୋନା: ନିଜ ସୁରକ୍ଷା ପାଇଁ ଇସ୍ତଫା ଦେଲେ ମହିଳା ଆଇଏଏସ ଅଧିକାରୀ - ମହିଳା ଆଇଏଏସ ଅଧିକାରୀ

କୋରୋନାର କାୟା ଦେଶରେ ବ୍ୟାପିଛି । ଏଭଳି ପରିସ୍ଥିତିରେ ନିଜକୁ ଅସୁରକ୍ଷିତ ମନେ କରୁଥିବା ହରିୟାଣାର ଆଇଏଏସ୍ ଅଧିକାରୀ ରାନୀ ନାଗର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅଧିକ ପଢନ୍ତୁ...

ନିଜ ସୁରକ୍ଷା ପାଇଁ ଇସ୍ତଫା ଦେଲେ ମହିଳା ଆଇଏଏସ ଅଧିକାରୀ

author img

By

Published : May 5, 2020, 3:39 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ଏବଂ ଲକଡାଉନ ମଧ୍ୟରେ ହରିୟାଣା କ୍ୟାଡରର 2014 ବ୍ୟାଚ୍ ଆଇଏଏସ୍ ଅଧିକାରୀ ରାନୀ ନାଗର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାନି ନାଗର ତାଙ୍କ ଇସ୍ତଫା ସମୟରେ ସରକାରୀ କର୍ତ୍ତବ୍ୟ ଉପରେ ବ୍ୟକ୍ତିଗତ ସୁରକ୍ଷା ବିଷୟରେ ଉଲ୍ଲେଖ କରିଛନ୍ତି। ହରିୟାଣାର ମୁଖ୍ୟ ସଚିବଙ୍କ ସହ ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ନିର୍ଦ୍ଦେଶକଙ୍କ ନିକଟକୁ ଇସ୍ତଫା ପତ୍ର ମଧ୍ୟ ପଠାଇଛନ୍ତି ।

ଗତ ମାସରେ ରାନୀ ନାଗର ତାଙ୍କ ଫେସବୁକରେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ କହିଥିଲେ ଯେ ସେ ତାଙ୍କ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି, ଲକଡାଉନ ହେବା ମାତ୍ରେ ସେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି କହିଥିଲେ। ସେ ମଧ୍ୟ ଇସ୍ତଫା ଦେଇ ଘରକୁ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ। ରାନୀ ଫେସବୁକ ପୋଷ୍ଟରେ ତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଛନ୍ତି ଯେ, ସେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି। ସୂଚନାମୁତାବକ, ରାନୀ ନାଗର ବର୍ତ୍ତମାନ ତାଙ୍କ ଭଉଣୀ ସହିତ ଚଣ୍ଡିଗଡ଼ରେ ରହୁଛନ୍ତି ।

ରାନୀ ତାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଟ୍ୱିଟର ଆକାଉଣ୍ଟ ଜରିଆରେ ଲୋକଙ୍କ ସହ ସେୟାର କରିଛନ୍ତି, ସେ ଟ୍ୱିଟ କରି କହିଛନ୍ତି ଯେ, ସେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କ ଭଉଣୀଙ୍କ ସହ ସରକାରଙ୍କ ଅନୁମତି ନେଇ ଘରକୁ ଯାଇଛନ୍ତି । ବାସ୍ତବରେ, 2018 ମସିହାରେ, ରାନୀ ନାଗର ତାଙ୍କର ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଉପରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ତେବେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅଧିକାରୀ ଅସ୍ୱୀକାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.