ଜୟପୁର: ରାଜସ୍ଥାନର ବୁନ୍ଦି ଅଞ୍ଚଳରେ ଜଣେ ମହିଳା କନେଷ୍ଟବଳ ଆତ୍ମହତ୍ୟା କରିବା ଘଟଣା ଏବେ ପୋଲିସ ପ୍ରଶାସନ ମଧ୍ୟରେ ହଇଚଇ ସୃଷ୍ଟି କରିଛି । ତୋଲେଡା ଥାନା ଅଞ୍ଚଳର ରଘୁନାଥପୁରାରେ ଘଟିଛି ଏହି ଅଘଟଣ । ମହିଳା କନଷ୍ଟେବଳ ହରି ରାନୀ ବାଟାଲିୟନ ଅଜମେରରେ ହେଡ କନଷ୍ଟେବଳ ପଦରେ କାର୍ଯ୍ୟରତ ଥିଲେ ।
କାଙ୍କାରିଆ ଦୋ ରଘୁନାଥପୁରାର ବାସିନ୍ଦା ଅନୀତା (35) ପିଙ୍କୁ ଗୁର୍ଜର ବିବାହ କରିଥିଲେ । ଅନୀତାଙ୍କୁ ଶାଶୁ ଘର ଲୋକେ ଯୌତୁକ ନିର୍ଯାତନା ଦେଉଥିବାର ଅଭିଯୋଗ ଆସିଛି । ସେ ଆତ୍ମହତ୍ୟା କରିଥିବା ଅନୀତାଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଡେପୁଟି ପୋଲିସ୍ ଅଧୀକ୍ଷକ ଦୀପକ ଗର୍ଗ ଏବଂ ତାଲେରା ପୋଲିସ୍ ଅଧିକାରୀ ମହେଶ ସିଂ ସାନ୍ଧୁ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ