ETV Bharat / bharat

ମେସିନର କରାମତି, 2 ମିନିଟରେ ଚଢିପାରିବେ ଗଛ

ମସୃଣ ଓ ସିଧା ଗଛରେ ଚଢିବା ହେଲା ସହଜ। ଅଳ୍ପ କେଇ ମିନିଟରେ 50ରୁ ଊର୍ଦ୍ଧ୍ବ ଗଛରୁ ଚଢିବା ପାଇଁ ଆସିଲା କ୍ଲାଇମ୍ବର ମେସିନ।

author img

By

Published : Jun 17, 2019, 10:17 AM IST

ଫଟୋ ସୌଜନ୍ୟ: ଏଏନଆଇ

ମାଙ୍ଗାଲୁର: ସହଜ ହେଲା ଗଛ ଚଢିବା । ଏବେ କେଇ ମିନିଟରେ ଚଢି ପାରିବେ 50ରୁ ଊର୍ଦ୍ଧ୍ବ ଗଛ । ସୁରକ୍ଷିତ ଭାବେ ଏବଂ ସହଜରେ ଗଛ ଚଢିବା ପାଇଁ ଏବେ ସହାୟତା କରିବ ଅତି ଉନ୍ନତ କ୍ଲାଇମ୍ବର ମେସିନ । ଅତି ମସୃଣ ଓ ସିଧା ଗଛରେ ବି ଯେକୌଣସି ବ୍ୟକ୍ତି ସୁରକ୍ଷିତ ଭାବେ ଚଢିହେବ ।

ଆଗରୁ ମଧ୍ୟ ଗଛ ଚଢିବା ନେଇ ବିଭିନ୍ନ ମେସିନ ରହିଛି । କିନ୍ତୁ ମସୃଣ କିମ୍ବା ସିଧା ଗଛରେ ସାଧାରଣତଃ ଗଛ ଚଢିବା କଷ୍ଟକର ହୋଇପଡୁଥିବା ବେଳେ କର୍ଣ୍ଣାଟକର ଜଣେ କୃଷକ ଏନେଇ ପ୍ରୟୋଗ କରିଛନ୍ତି ନିଜ ଜ୍ଞାନ କୌଶଳ । ସୁରକ୍ଷିତ ଓ ସହଜ ଭାବେ ସେ ନିର୍ମାଣ କରିପାରିଛନ୍ତି କ୍ଲାଇମ୍ବର ମେସିନ ।

ଜସିଜପାମୋଡା ଗାଁ ଗଣପଥି ଭଟ୍ଟ ଜଣେ କୃଷକ ହୋଇଥିବା ସେ ଏଭଳି ମେସିନ ଉଦ୍ଭାବନ କରିଛନ୍ତି । ଯାହା ତାଙ୍କ ଦୈନନ୍ଦିନ ଜୀବନରେ ସହାୟକ ହେବା ସହ ଅନ୍ୟ ପାଇଁ ମଧ୍ୟ ସହାୟକ ହୋଇପାରିବ । ଏହି କ୍ଲାଇମ୍ବର ମେସିନର ଓଜନ ପାଖାପାଖି 60-80 କି.ଗ୍ରା ହୋଇଥିବାବେଳେ ଏହା ପେଟ୍ରୋଲ ଚାଳିତ ।

ତେବେ ସେ ଏହାକୁ ନିର୍ମାଣ କରୁଥିବା ସମୟରେ ସେ ସୁରକ୍ଷାପ୍ରତି ଧ୍ୟାନ ଦେଇଛନ୍ତି । ତେବେ ଏହି ମେସିନ ଦ୍ବାରା ଅତି ସହଜରେ ବଡ ବଡ ଗଛକୁ ଚଢି ପାରିବା ସହ ସୁରକ୍ଷାର ସହ ବିଭିନ୍ନ ପ୍ରକାର ଫଳମୂଳକୁ ସଂଗ୍ରହ କରାଯାଇପାରିବ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.