ପ୍ରୟାଗରାଜ: ନ୍ୟାୟ ନ ପାଇ ଗୋଟିଏ ପରିବାରର ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ । ହେଲେ ଉପସ୍ଥିତ ପୋଲିସ ପରିବାରକୁ ଉଦ୍ଧାର କରିଛନ୍ତି । ଉତ୍ତରପ୍ରଦେଶରେ ଘଟିଛି ଏହି ଘଟଣା ।
ଲକ୍ଷ୍ନୌର ସରୋଜିନୀ ନଗରରେ ରହୁଥିବା ପ୍ରକାଶ ସିହ୍ନା ଓ ପତ୍ନୀ ଲକ୍ଷ୍ମୀ ସିହ୍ନା ନିଜ 14 ମାସର ଶିଶୁକୁ ନେଇ ଆତ୍ମହତ୍ୟା କରିବାକୁ ପହଞ୍ଚିଥିଲେ ବିଧାନସଭା ସମ୍ମୁଖରେ । ହେଲେ କିଛି ଅଘଟଣ ଘଟିବା ପୂର୍ବରୁ ସେମାନଙ୍କୁ ବଞ୍ଚାଇ ଦେଇଛି ପୋଲିସ । ସେମାନଙ୍କ ଅଭିଯୋଗ ଅନୁଯାୟୀ, ପର୍ବତାରୋହୀ ଅରୁଣିମା ସିହ୍ନା ସେମାନଙ୍କ ଜମି ହଡପ କରିବା ସହ ନାନା ହଇରାଣ କରୁଛନ୍ତି । ଏନେଇ ପୀଡିତ ପରିବାର ଥାନାର ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ହେଲେ କିଛି ସୁଫଳ ନମିଳିବାରୁ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ