ETV Bharat / bharat

5 ଦିନିଆ ରିମାଣ୍ଡରେ ଗଲା ଶରଜିଲ - ସାକେତ କୋର୍ଟ

ରାଜଦ୍ରୋହ ମାମଲାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ର ଶରଜିଲ ଇମାମକୁ 5 ଦିନିଆ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍‌ । ବୁଧବାର ଶରଜିଲକୁ ସାକେତ କୋର୍ଟ ନେଇଥିଲା ପୋଲିସ । ଅଧକ ପଢନ୍ତୁ...

ଶରଜିଲକୁ 5 ଦିନିଆ ରିମାଣ୍ଡରେ ପଠାଇଲେ ସାକେତ କୋର୍ଟ

author img

By

Published : Jan 29, 2020, 7:50 PM IST

ନୂଆଦିଲ୍ଲୀ: ରାଜଦ୍ରୋହ ମାମଲାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ର ଶରଜିଲ ଇମାମକୁ 5 ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ଏହା ପୂର୍ବରୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଇମାମକୁ ନେଇ ସାକେତ କୋର୍ଟରେ ପହଞ୍ଚିଥିଲା । ଏଏମୟୁ ସମେତ ଶାହିନବାଗ, ଓ ଜେଏନୟୁରେ ଶରଜିଲ ଦେଇଥିବା ଦେଶ ବିରୋଧୀ ଭାଷଣକୁ ନେଇ ପଚରାଉଚୁରା କରାଯିବ ।

ଶରଜିଲ ଇମାକୁ 5 ଦିନିଆ ରିମାଣ୍ଡରେ ନେବା ପାଇଁ ସାକେତ କୋର୍ଟରେ ଅପିଲ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଡିସିପି ରାଜେଶ ଦେବ । ବିହାରର ଜାହାନାବାଦରୁ ଗିରଫ ହୋଇଥିବା ଶରଜିଲ ଇମାମକୁ ବୁଧବାର ପାଟନାରୁ ଦିଲ୍ଲୀ ଅଣାଯାଇଥିଲା । ଗିରଫ ପରେ ଜାହାନାବାଦ କୋର୍ଟରେ ମଙ୍ଗଳବାର ଦିଲ୍ଲୀ ପୋଲିସ ଶରଜିଲକୁ ଟ୍ରାଂଜିଟ ରିମାଣ୍ଡରେ ନେଇଥିଲା ।

ପୂର୍ବରୁ ଦିଲ୍ଲୀ ପୋଲିସକୁ 2ଟି ଭାଇରାଲ ଭିଡିଓ ମିଳିଥିବା ଡିସିପି ରାଜେଶ ଦେବ ସୂଚନା ଦେଇଥିଲେ । ଗୋଟିଏ ଭିଡିଓ 13 ଡିସେମ୍ବରର ଜାମିୟାର ହୋଇଥିବା ବେଳେ ଅନ୍ୟଟି 16 ଡିସେମ୍ବର ଏମଏମୟୁର ବୋଲି କୁହାଯାଉଛି । ଏହି 2ଟି ଭିଡିଓରେ ଶରଜିଲ ଦେଶ ବିରୋଧୀ ବୟାନ ଦେଇଥିବା ଦର୍ଶାଯାଇଛି । ଭିଡିଓକୁ ନେଇ 25 ଜାନୁଆରୀ କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ ହୋଇଥିଲା । ପରେ ବିହାରର ଜାହାନାବାଦରେ ପୋଲିସ ଚଢାଉ କରି ଶରଜିଲକୁ ଗିରଫ କରିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.