ETV Bharat / bharat

ବ୍ୟବସାୟ ନାଁରେ ଠକେଇ, ଦମ୍ପତି ଗିରଫ

କର୍ଣ୍ଣାଟକରରେ ବ୍ୟବସାୟ ନାଁରେ ଦମ୍ପତି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଦତନ୍ତ ପରେ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ବ୍ୟବସାୟ ନାଁରେ ଠକେଇ,ଦମ୍ପତି ଗିରଫ
ବ୍ୟବସାୟ ନାଁରେ ଠକେଇ,ଦମ୍ପତି ଗିରଫ
author img

By

Published : Oct 15, 2020, 8:31 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ପୁଟେନାହଲ୍ଲୀ ଅଞ୍ଚଳରେ ବ୍ୟବସାୟ ନାଁରେ ଠକେଇ ହୋଇଥିବା ଏକ ମାମଲା ସାମ୍ନାକୁ ଆସିଛି । ଘଟଣାରେ ପୋଲିସ ଦମ୍ପତିଙ୍କୁ ଗିରଫ କରିଛି ।

ସୂଚନାଅନୁସାରେ, ସମିଜା ଓ ମୁରଲି କ୍ରିଷ୍ଣ ନାମକ ଦମ୍ପତି ହାପି କାଓ ଅରଗାନିକ ନାମକ ଏକ କମ୍ପାନୀ ଚଳାଉଥିଲେ । ସେଥିରେ ଲୋକମାନଙ୍କୁ ତାଙ୍କ କମ୍ପାନୀରେ ନିବେଶ କଲେ ନିବେଶକମାନଙ୍କ ଲାଭ ହେବ ବୋଲି କହିବା ସହ ବେଙ୍ଗାଲୁରୁର ଏକ ସଫ୍ଟୱାର ସମ୍ପାନୀ ତାଙ୍କ କମ୍ପାନୀରେ ନିବେଶ କରିଛି କହି ମିଛ ପ୍ରଲୋଭନ ହେଖାଇଥିଲେ ।

ତାଙ୍କ କଥାରେ ବିଶ୍ବନାଥ ନାମକ ଜଣେ ବ୍ୟକ୍ତି ପ୍ରଥମେ 50ଲକ୍ଷ ଟଙ୍କା ନିବେଶ କରିଥିଲେ । ନିବେଶର ଚାରି ମାସ ଯାଏଁ ବିଶ୍ବନାଥଙ୍କୁ ଠିକ ଲାଭ ମିଳିଥିଲା ହେଲେ ଏହା ପରେ ଏହି କମ୍ପାନୀ ବନ୍ଦ ହୋଇ ଯାଇଥିଲା । ବିଶ୍ବନାଥ ଏ ବିଷୟରେ ପଚାରିବାରୁ କମ୍ପାନୀ କ୍ଷତି ସ୍ଥିତିରେ ଆଛି ଲାଭ ପରେ ଦିଆଯିବ ବୋଲି କହିଥିଲେ ଦମ୍ପତି ।

କ୍ଷତିପୂରଣ ପାଇବାକୁ ଆଉ ଥରେ 50ଲକ୍ଷ ବନିଯୋଗ କରିବାକୁ କହିଥିଲେ ସମିଜା ଓ ମୁରଲି । ବିଶ୍ବନାଥ ତାଙ୍କ କଥା ମାନି ବ୍ୟାଙ୍କରୁ ଋଣ ଆଣି ପୁଣି ଥରେ ସେହି କମ୍ପାନୀରେ ନିବେଶ କରିଥିଲେ । ଏହା ପରେ କମ୍ପାନୀଟି ବନ୍ଦ ହୋଇ ଯାଇଥିଲା ।

ବିଶ୍ବନାଥଙ୍କୁ ଟଙ୍କା ଫେରାଇବାକୁ ଦମ୍ପତି ଜଣକ ମନା କରିଥିଲେ । ପରେ ବିଶ୍ବନାଥ ଆରଟି ନଗରରେ ଥିବା ଦମ୍ପତିଙ୍କ ଘରକୁ ଯାଇଥିଲେ ହେଲେ ସେମାନେ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ । ଏହା ପରେ ବିଶ୍ବନାଥ ଦମ୍ପତିଙ୍କ ବିରୁଦ୍ଧରେ ପୁଟେନାହଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କରି କେରଳର ତ୍ରିଭାଡ୍ରମରୁ ଦମ୍ପତିଙ୍କୁ ଗିରଫ କରିଥିଲା । ଆଗରୁ ଦମ୍ପତିଙ୍କ ନାଁରେ ବ୍ୟବସାୟକୁ ନେଇ ଠକେଇ ଅଭିଯୋଗ ଥିବା ପୋଲିସ ଜାଣିବାକୁ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.