ଶ୍ରୀନଗର : ବିଶ୍ବକୁ ଗ୍ରାସ କରିଛି କୋରୋନା ମହାମାରୀ । ପାଖାପାଖି 188 ଦେଶକୁ ଲମ୍ବିଛି ଏହାର ଚେର । ପ୍ରତିଦିନ ନେଉଛି ଶହ ଶହ ମୁଣ୍ଡ । ଏହି କିଲର ଭାଇରସ ବିଶ୍ବ ପାଇଁ ମୁଣ୍ତବ୍ୟଥାର କାରଣ ସାଜିଛି । ତେବେ ସଂକ୍ରମଣକୁ ରୋକିବାକୁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ରୋକ ଲାଗିପାରୁନି । ଭାରତରେ କୋରୋନା ପଜିଟିଭଙ୍କ ସଂଖ୍ୟା 256611 ରହିଥିବାବେଳେ ମୃତକଙ୍କ ସଂଖ୍ୟା 7135ରେ ପହଞ୍ଚିଛି ।
ଶ୍ରୀନଗରରେ ଜଣେ ସିଆରପିଏଫ କନେଷ୍ଟବଳଙ୍କର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା । ହେଲେ ସଂକ୍ରମଣରେ ପୀଡିତ ହୋଇ ତାଙ୍କର ମୃତ୍ୟୁ ହୋଇଛି ।
ସୌଜନ୍ୟ @ ANI