ଚଣ୍ଡିଗଡ: ଦେଶରେ ଏଭଳି ଅନେକ ପ୍ରତିଭା ଅଛି, ଯେଉଁମାନେ ଘରୋଇ ଉପକରଣ କିମ୍ବା ବର୍ଜ୍ୟବସ୍ତୁ ବ୍ୟବହାର କରି ତିଆରି କରିଥାନ୍ତି ସାଇକେଲ କିମ୍ବା ମୋଟରସାଇକେଲ । ସେମିତି ଏକ ପ୍ରତିଭା ହେଉଛନ୍ତି ଚଣ୍ଡିଗଡର ଗୌରବ । ମାତ୍ର ଦଶମ ଶ୍ରେଣୀରେ ପାଠ ପଢୁଥିବାବେଳେ ସ୍କ୍ରାପ ସାମଗ୍ରୀ ବ୍ୟବହାର କରି ତିଆରି କରିଛନ୍ତି ମୋଟରସାଇକେଲ ।
![ସ୍କ୍ରାପ ସାମଗ୍ରୀରେ ମୋଟରସାଇକେଲ ତିଆରି କରିଛନ୍ତି 10ମ ଶ୍ରେଣୀ ଛାତ୍ର](https://etvbharatimages.akamaized.net/etvbharat/prod-images/8662062_bike.jpg)
ତାଙ୍କ କହିବାନୁସାରେ ପୂର୍ବରୁ ସେ ସ୍କ୍ରାପ ସାମଗ୍ରୀ ବ୍ୟବହାର କରି ବିଦ୍ୟୁତ ଚାଳିତ ମୋଟରସାଇକେଲ ତିଆରି କରିଥିଲେ ।
କିନ୍ତୁ ଏହା ଅତ୍ୟଧିକ ବେଗରେ ଚାଲି ପାରିଲା ନାହିଁ । ଫଳରେ ଏଥିରେ କିଛି ପରିବର୍ତ୍ତନ କରି ସେ ଏବେ ପେଟ୍ରୋଲରେ ଚାଳିତ ମୋଟରସାଇକେଲରେ ରୂପାନ୍ତରିତ କରିଛନ୍ତି । ଯାହା 80 କିଲୋମିଟର/ଲିଟର ପର୍ଯ୍ୟନ୍ତ ଚାଲିପାରିବ ।