ETV Bharat / bharat

ଭାରତ-ନେପାଳ ସୀମାରେ ଜନ୍ମ ନେଲା 'ବର୍ଡର କୁମାର': ମିଳିପାରେ ଦୁଇ ଦେଶର ନାଗରିକତା

ଦୁଇ ଦେଶର ଅନ୍ତର୍ଜାତୀୟ ସୀମାର ନୋ ମ୍ୟାନ୍ସ୍ ଲ୍ୟାଣ୍ଡରେ ଜନ୍ମ ନେଇଛି ଶିଶୁ । ଯାହାର ନାମ ବର୍ଡର କୁମାର ରଖାଯାଇଛି । ଏହାସହ ପିଲାଟିକୁ ଦୁଇ ଦେଶର ନାଗରିକତ୍ବ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ସୂଚନା ଅନୁସାରେ ନେପାଳରୁ ଫେରୁଥିବା ୟୁପିର ବାହରାଇଚର ଜଣେ ମହିଳା ଅନ୍ତର୍ଜାତୀୟ ସୀମାରେ ଶିଶୁଟିକୁ ଜନ୍ମ ଦେଇଛନ୍ତି ।

child born
child born
author img

By

Published : Jun 2, 2020, 4:45 PM IST

ଲକ୍ଷ୍ନୌ: କୋରୋନା କାଳରେ ଜନ୍ମ ନେଉଥିବା ପିଲାଙ୍କ ନାମ କ୍ବାରେଣ୍ଟାଇନ, କୋରୋନା, କୋଭିଡ ଦିଆଯିବା ଖବର ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି । ଏବେ କିନ୍ତୁ ଦୁଇ ଦେଶର ଅନ୍ତର୍ଜାତୀୟ ସୀମାର ନୋ ମ୍ୟାନ୍ସ୍ ଲ୍ୟାଣ୍ଡ ରେ ଜନ୍ମ ନେଇଛି ଶିଶୁ । ଯାହାର ନାମ ବର୍ଡର କୁମାର ରଖାଯାଇଛି । ଏହାସହ ପିଲାଟିକୁ ଦୁଇ ଦେଶର ନାଗରିକତ୍ବ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ସୂଚନା ଅନୁସାରେ ନେପାଳରୁ ଫେରୁଥିବା ୟୁପିର ବାହରାଇଚର ଜଣେ ମହିଳା ଅନ୍ତର୍ଜାତୀୟ ସୀମାରେ ଶିଶୁଟିକୁ ଜନ୍ମ ଦେଇଛନ୍ତି ।

ଭାରତ-ନେପାଳ ସୀମାରେ ଥିବା ନୋ ମ୍ୟାନ୍ସ୍ ଲ୍ୟାଣ୍ଡ୍ ରେ ଜନ୍ମଗ୍ରହଣ କରିଥିବା ଶିଶୁର ପିତାମାତା ହେଉଛନ୍ତି ଲାହ ରାମ ଓ ଜାମାତାରା । ସେମାନେ ଉତ୍ତରପ୍ରଦେଶର ବହରାଇଚ୍ ଜିଲ୍ଲାର ମୋତିପୁର ତହସିଲର ଜାଲା କାଲାନ୍ ପ୍ରୀତିପୁରଭା ଗାଁର ବାସିନ୍ଦା ।

ଉଭୟ ଜୀବିକା ନିର୍ବାହ ପାଇଁ ପଡୋଶୀ ଦେଶ ନେପାଳର ନାଭାଲ ପାରାସି ଜିଲ୍ଲାର ଜଗତ ଇଟା କାରଖାନାରେ କାମ କରୁଥିଲେ । କିନ୍ତୁ କୋରୋନା କାରଣରୁ ଦୁହେଁ ବେକାର ହୋଇଗଲେ । ଲାଲା ରାମ ଶନିବାର ଦିନ ଭାରତ-ନେପାଳ ସୀମାରେ ଥିବା ସୀମାରେ ପହଞ୍ଚିଥିଲେ ଏବଂ ତାଙ୍କ ଗର୍ଭବତୀ ପତ୍ନୀ ସାଥିରେ ଥିଲେ । ବହୁ ସଂଖ୍ୟାରେ ଭାରତୀୟ ନାଗରିକ ଭାରତ ଆସିବାକୁ ଏକାଠି ହୋଇଥିଲେ ।

ଏହି ଗ୍ରୁପରେ ଥିଲେ ଲାଲା ରାମ ଓ ତାଙ୍କ ପତ୍ନୀ । ହଠାତ୍ ରାସ୍ତାରେ ଲାଲା ରାମଙ୍କ ପତ୍ନୀଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରେ ସେଠାରେ ଉପସ୍ଥିତ ଥିବା ମହିଳାମାନଙ୍କ ସାହାଯ୍ୟ ଅନ୍ତର୍ଜାତୀୟ ସୀମା ନିକଟରେ ସେ ସନ୍ତାନ ପ୍ରସବ କରିଥିଲେ । ପ୍ରାୟ 11ଟାରେ ଲାଲା ରାମଙ୍କ ପତ୍ନୀ ନୋ ମ୍ୟାନ୍ସ୍ ଲ୍ୟାଣ୍ଡରେ ଏକ ସନ୍ତାନ ଜନ୍ମ ଦେଇଥିଲେ ।

ଏହାପରେ ସୀମାରେ ଉପସ୍ଥିତ ଥିବା ପୋଲିସ ତାଙ୍କୁ ତୁରନ୍ତ ପ୍ରବେଶ ଅନୁମତି ଦେବା ସହ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ପୁଅର ଜନ୍ମ ପରେ ପିଲାଟିର ନାମ "ବର୍ଡର କୁମାର" ରଖିଯାଇଥିଲା । ଲାଲା ରାମଙ୍କର ପୂର୍ବରୁ ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଅଛି, ଏହା ତାଙ୍କର ଚତୁର୍ଥ ସନ୍ତାନ ।

ଯେତେବେଳେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଏହି ପରିବାରର ପୁରା କାହାଣୀ ଜାଣିବାକୁ ପାଇଲେ, ସେତେବେଳେ ସେ ଦଳର ନେତା ତଥା ବିଧାନ ପରିଷଦ ସଦସ୍ୟ ଡା. ରାଜ୍ୟପାଳ କାଶ୍ୟପଙ୍କୁ ଆର୍ଥିକ ସହାୟତା କରିବାକୁ କହିଥିଲେ। ବାହରାଇଚର ଏହି ଦମ୍ପତିଙ୍କୁ ରାଜ୍ୟପାଳ କାଶ୍ୟପ 50 ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.