ETV Bharat / bharat

ନିର୍ବାଚନ ଜିତିଲେ ମିଳିବ ମାଗଣା ଛେଳି - alcohol

2019 ନିର୍ବାଚନ ବାଜି ଜିତିଲେ ପ୍ରତି ମୁସଲିମ ପରିବାରକୁ ଇଦ୍‌ ସମୟରେ ମିଳିବ ମାଗଣାରେ ଗୋଟିଏ ଲେଖାଏଁ ଛେଳି । ସେହିପରି ହାଫରେଟରେ ମଦ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛି ସାଞ୍ଝୀ ବିରାସତ ଦଳ ।

ଫାଇଲ ଫଟୋ
author img

By

Published : Apr 17, 2019, 8:47 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଜିତିବା ପାଇଁ ଅଣ୍ଟା ଭିଡିଛନ୍ତି ଦେଶର ସମସ୍ତ ରାଜନୈତିକ ଦଳ । ନିଜର ସମସ୍ତ ଶକ୍ତି ଲଗାଇ ଦେଉଛନ୍ତି ନିର୍ବାଚନରେ । ଜନତାଙ୍କୁ ନିଜ ଆଡକୁ ଆକୃଷ୍ଠ କରିବା ପାଇଁ ଦେଉଛନ୍ତି ବିଭିନ୍ନ ପ୍ରକାରର ପ୍ରତିଶୃତି । ଜିତିଲେ କିଏ ଚାକିରି ଦେବ କହୁଛି ତ ଆଉ କିଏ ଟଙ୍କା । କିନ୍ତୁ ଉତ୍ତର ପୂର୍ବ ଦିଲ୍ଲୀର ଲୋକସଭା ଆସନରୁ ସାଞ୍ଝୀ ବିରାସତ ଦଳର ପ୍ରାର୍ଥୀ ଅମିତ ଶର୍ମା ଭିନ୍ନ ଢଙ୍ଗରେ ପ୍ରଲୋଭନ ଦେଖାଇ ଭୋଟରଙ୍କୁ ଆକୃଷ୍ଟ କରୁଥିବା ନଜର ଆସିଛନ୍ତି ।

ସେ ଜିତିଲେ ପ୍ରତି ମୁସଲିମ ପରିବାରକୁ ଇଦ୍‌ ସମୟରେ ଗୋଟିଏ ଲେଖାଏଁ ଛେଳି ମାଗଣାରେ ଦେବା ସହ ହାଫରେଟରେ ମଦ ଯୋଗାଇବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହା ବ୍ୟତିତ ମହିଳାମାନଙ୍କୁ ମାଗଣାରେ ସୁନା ଦିଆଯିବ ବୋଲି ସାଞ୍ଝୀ ବିରାସତ ଦଳ ନିଜ ଘୋଷଣା ପତ୍ରରେ ଉଲ୍ଲେଖ କରିଛି ।

ତେବେ ତାଙ୍କ ପ୍ରତିଶୃତି ଏତିକିରେ ସରିଯାଇ ନାହିଁ । ତାଙ୍କ ଘୋଷଣା ପତ୍ରରେ ଛାତ୍ରୀଛାତ୍ରଙ୍କ ପାଇଁ ରହିଛି ସ୍ବତନ୍ତ୍ର ସୁବିଧା । ସେମାନଙ୍କୁ ପିଏଚଡି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଏବଂ ମେଟ୍ରୋ ଓ ବସ୍‌ରେ ମାଗଣା ଯାତ୍ରା କରିବାର ସୁବିଧା ମିଳିବ । ଘରୋଇ ସ୍କୁଲରେ ମାଗଣା ଶିକ୍ଷା ପ୍ରଦାନ କରାଯିବ । ଲୋକଙ୍କୁ ରାସନ ସାମଗ୍ରୀ ମାଗଣାରେ ଯୋଗାଇ ଦେବାର ପ୍ରତିଶୃତି ମଧ୍ୟ ଦେଇଛି ଦଳ। ଏହା ସହିତ କନ୍ୟା ସନ୍ତାନ ଜନ୍ମ ହେଲେ ୫୦ ହଜାର ଏବଂ ବିବାହ ସମୟରେ ଅଢ଼େଇ ଲକ୍ଷ ଟଙ୍କା ଦିଆଯିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.