ପାଟନା: ବିହାରର ରାଜଧାନୀ ପାଟନା ସ୍ଥିତ କୋତଓ୍ବାଲୀ ଥାନା ଅଞ୍ଚଳରେ ବଡ ଅଘଟଣ ନେଇ ଖବର ସାମ୍ନାକୁ ଆସିଛି । ଏଠାରେ ଏକ କୋଠା ଭୁଶୁଡି ପଡିଛି । ଏହି ଘଟଣାରେ ପାଖାପାଖି 5 ଜଣ ଶିଶୁ ଭଗ୍ନାବଶେଷ ତଳେ ଚାପି ରହିବା ନେଇ ଅନୁମାନ କରାଯାଉଛି ।
ଏହି ପୁରୁଣା କୋଠା ନିକଟରେ କିଛି ଶିଶୁ ଖେଳୁଥିଲେ । ମିଳିଥିବା ସୂଚନା ଅନୁଯାୟୀ ଆହତ 3 ଜଣ ଶିଶୁଙ୍କୁ ପିଏମସିଏଚ ସ୍ଥାନାନ୍ତର କରାଯାଇଛି । ଗୁରୁତର ଅବସ୍ଥାରେ ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।