ETV Bharat / bharat

ଛତୁ ପାଇଁ ଖୁଡୀକୁ ହତ୍ୟା କଲା ପୁତୁରା - for masroom

ବିଲରୁ ଛତୁ ତୋଳାକୁ ନେଇ ଖୁଡିକୁ ହତ୍ୟା କଲା ପୁତୁରା ।

ଫାଇଲ ଫଟୋ
author img

By

Published : Jul 17, 2019, 2:28 PM IST

ଜାମସେଦପୁର: ବିଲରୁ ଛତୁ ତୋଳାକୁ ନେଇ ଖୁଡିକୁ ହତ୍ୟା କଲା ପୁତୁରା । ଗତ ମଙ୍ଗଳବାର ଝାଡ଼ଖଣ୍ଡର ସିଂଘମ ଜିଲ୍ଲାରେ ଏକ ଆଦିବାସୀ ବ୍ୟକ୍ତି ସାମାନ୍ୟ ଛତୁ ପାଇଁ ନିଜ ମା' ସମାନ ଖୁଡିକୁ ହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଛି ।

ସୂଚନା ଅନୁଯାୟୀ, ବିଶ୍ବନାଥ ସୋରେନ(30) ନିଜ ଖୁଡିଙ୍କୁ ନୂଆ ସୋରେନ ଏବଂ ଦାଦା ନନ୍ଦଲାଲ୍ ସୋରେନଙ୍କୁ ବିଲରୁ ଛତୁ ଆଣିବା ଯୋଗୁଁ ଲାଠିରେ ବହୁତ ପିଟିଥିଲା । ଫଳରେ ଘଟଣାସ୍ଥଳରେ ନୂଆ ସୋରେନଙ୍କ ମୃତ୍ୟୁ ହୋଇଥିବା ବେଳେ ଦାଦା ନନ୍ଦଲାଲ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଏପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବିଶ୍ବନାଥ ସୋରେନଙ୍କୁ ଗିରଫ କରିବା ସହ ତାକୁ 14 ଦିନ ପାଇଁ ବିଚାର ବିଭାଗୀୟ ଅଦାଲତକୁ ପଠାଯାଇଛି ।

Intro:ସ୍ଲଗ :- ଗୋପାଳପୁର ବନ୍ଦର ଓ ଆଇଆରଇ ପରିସରକୁ ଯାନବାହନ ଚଳାଚଳ କୁ ସ୍ଥାନୀୟ ଗ୍ରାମବାସୀ ଙ୍କ ବିରୋଦ୍ଧ,ଜିଲ୍ଲାପ୍ରଶାସନର ଆଲୋଚନା ପରେ ମଧ୍ୟ ସମାଧାନ ହୋଇପାରିନି ...
ରିପୋର୍ଟର:ସମୀର ଆଚାର୍ଯ୍ୟ,
ଫମାର୍ଟ :ଏଭିଓ+ବାଇଟ୍,
ସ୍ଥାନ :ବ୍ରହ୍ମପୁର,
ତାରିଖ : ୧୬-୦୭-୧୯. -(ଭିଜୁଆଲ ଓ ବାଇଟ୍ ମୋଜୋରେ ଯାଇଛି , ବୈଠକରେ ଭିଜୁଆଲ wrap ରେ ଯାଇଛି ।)
(ଆଙ୍କର):-ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର ଏବଂ ଭାରତୀୟ ବିରଳ ମୂର୍ତ୍ତିକା କାରଖାନା ପରିସରକୁ ନିୟମିତ ଭାବରେ ଯାଉଥିବା ଶହ ଶହ ଟକ୍ର ଚଳାଚଳକୁ ବିରୋଦ୍ଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ସ୍ଥାନୀୟ ଲୋକଙ୍କ ଭାରୀଯାନ ଚଳାଚଳକୁ ବନ୍ଦ କରିଦେଇଥିବା ଯୋଗୁଁ ତିନିରୁ ଚାରି ଦିନ ଧରି ଏହି ଦୁଇ ପ୍ରମୁଖ ସ୍ଥାନକୁ ଯିବା ପାଇଁ ରହିଥିବା ଯାନବାହାନ ୧୬ ନମ୍ବର ଜାତୀୟ ରାଜପଥର ହୁମ୍ମା ଠାରୁ ଚମାଖଣ୍ଡି ପର୍ଯ୍ୟନ୍ତ ଶହ ଶହ ଟ୍ରକ ଅଟକି ରହିଛି । ଯାହାକୁ ନେଇ ଜାତୀୟ ରାଜପଥରେ ଏକ ପ୍ରକାର ଟ୍ରାଫିକ ସମସ୍ୟା ଦେଖାଦେଉଥିବା ବେଳେ ଏହାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ଉପସ୍ଥିତିରେ ଏକ ତ୍ରିପାକ୍ଷିକ ଆଲୋଚନା କରିଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ । ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକରେ ଗ୍ରାମବାସୀ ଙ୍କ ଦାବୀ ସଂପର୍କରେ ଆଲୋଚନା କରାଯିବା ସହ ଗୋପାଳପୁର ବନ୍ଦର ପରିସରକୁ ଯିବା ପାଇଁ ଟ୍ରକ ଓ ଭାରୀଯାନ ଗୁଡିକୁ ରାତ୍ର ସମୟରେ ଯାତାୟତ କରିବା ଉପରେ ଆଲୋଚନା କରାଯାଇଥିବା ବେଳେ ଏହାକୁ ନେଇ ପୁଣି ଥରେ ଆସନ୍ତା ୨୧ କିମ୍ବା ୨୨ ତାରିଖରେ ପୁଣି ଆଲୋଚନା କରାଯିବ ବୋଲି କୁହାଯାଇଛି । ଏପରିକି ସ୍ଥାନୀୟ ଅଞ୍ଚଳବାସିନ୍ଦା ଙ୍କ ଦାବୀ ମୁତାବକ ଭାରୀଯାନ ଚଳାଚଳ ଯୋଗୁଁ ଖରାଫ ହୋଇରହିଥିବା ରାସ୍ତା କାର୍ଯ୍ୟର ଅନୁଧ୍ୟାନ କରାଯିବାକୁ ନିର୍ଦ୍ଧେଶ ଦିଆଯାଇଥିବା ବେଳେ ଅଞ୍ଚଳର ପାରିପାର୍ଶ୍ୱକ ବିକାଶ ପାଇଁ ପଦକ୍ଷେପ ନିଆଯିବା ନେଇ ଆଲୋଚନା କରାଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
ବାଇଟ୍- ଲକ୍ଷ୍ମୀକାନ୍ତ ସେଠୀ(ଅତିରିକ୍ତ ଜିଲ୍ଲାପାଳ-ଗଞ୍ଜାମ)
Body:ବ୍ରହ୍ମପୁର ରୁ ସମୀର କୁମାର ଆଚାର୍ଯ୍ୟ ଙ୍କ ରିପୋର୍ଟ ଇଟିଭି ଭାରତ...Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.