ଅହମଦାବାଦ: ଗୁଜୁରାଟରେ ଲଗାତାର ଭୂମିକମ୍ପର ତୀବ୍ର ଝଟକା । ଗୁଜୁରାଟର କଚ୍ଛ ଅଞ୍ଚଳରେ ଭୂକମ୍ପ ଝଟକା କ୍ରମାଗତ ଭାବେ ଅନୁଭୂତ ହୋଇସାରିଲାଣି । ଭୂମିକମ୍ପର କେନ୍ଦ୍ର ସ୍ଥଳ କଚ୍ଛ ଜିଲ୍ଲାର ଭଚାଉ ବୋଲି ସୂଚନା ମିଳିଛି | ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.1 ଅନୁମାନ କରାଯାଇଛି । ରବିବାର ରାତି ଟାରୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ମୋଟ 18 ଥର ଭୂକମ୍ପ ଅନୁଭୂତ ହୋଇଛି । ସୋମବାର ଅପରାହ୍ନ ପ୍ରାୟ 4 ଟାରେ କଚ୍ଛରେ ହଠାତ୍ ଭୂକମ୍ପ ଅନୁଭୂତ ହୋଇଥିଲା ।
ବାରମ୍ବାର ଭୂକମ୍ପ ହେତୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି | ଭୂକମ୍ପ ଯୋଗୁଁ କଚ୍ଛ, ରାଜକୋଟରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି ।