ETV Bharat / bharat

ବିଡେନ୍ ରାଷ୍ଟ୍ରପତି ହେଲେ ଭାରତ ଓ ଚୀନ ପ୍ରତି ଆମେରିକୀୟ ଆଭିମୁଖ୍ୟ ବଦଳିବା ସମ୍ଭାବନା କମ : ବିଶେଷଜ୍ଞ

ପର୍ଯ୍ୟବେକ୍ଷକଙ୍କ ମତରେ ପୂର୍ବତନ ଉପରାଷ୍ଟ୍ରପତି ବିଡେନ୍ ହ୍ବାଇଟ୍ ହାଉସ ଅଧିକାର କଲେ ମଧ୍ୟ ସେ ଚୀନ ଓ ଭାରତ ପ୍ରତି ବର୍ତ୍ତମାନର ଟ୍ରମ୍ପ ପ୍ରଶାସନ ଆପଣାଇଥିବା ନୀତିରେ ପରିବର୍ତ୍ତନ କରିବା ସମ୍ଭାବନା କମ ରହିଛି ।

ବିଡେନ୍ ରାଷ୍ଟ୍ରପତି ହେଲେ ଭାରତ ଓ ଚୀନ ପ୍ରତି ଆମେରିକୀୟ ଆଭିମୁଖ୍ୟ ବଦଳିବା ସମ୍ଭାବନା କମ : ବିଶେଷଜ୍ଞ
ବିଡେନ୍ ରାଷ୍ଟ୍ରପତି ହେଲେ ଭାରତ ଓ ଚୀନ ପ୍ରତି ଆମେରିକୀୟ ଆଭିମୁଖ୍ୟ ବଦଳିବା ସମ୍ଭାବନା କମ : ବିଶେଷଜ୍ଞ
author img

By

Published : Aug 9, 2020, 8:14 PM IST

Updated : Aug 13, 2020, 5:12 PM IST

ନୂଆଦିଲ୍ଲୀ : ଚଳିତ ବର୍ଷ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ ବିଜୟୀ ହେବେ ବୋଲି ବିଭିନ୍ ପ୍ରାକ୍ ନିର୍ବାଚନୀ ଜନମତ ସର୍ବେକ୍ଷଣ ଓ ଅନ୍ୟ ମଡେଲ୍ ପୂର୍ବାନୁମାନ କରିଛନ୍ତି । ୱାଂସିଟନ ଓ ବେଜିଂ ମଧରେ ବାଣିଜ୍ୟ ଯୁଦ୍ଧ ଏବଂ ଭାରତ ଓ ନୂଆ ଦୃଶ୍ୟପଟ୍ଟରେ ଆମେରିକା ସଂପର୍କ ନେଇ ଚର୍ଚ୍ଚା ମଧ୍ୟରେ ନଭେମ୍ବରର ରାଷ୍ଟ୍ରପତି ନିର୍ବାଚନରେ ବିଡେନ୍‌ଙ୍କ ବିଜୟ ନେଇ ପୂର୍ବାନୁମାନ କରାଯାଉଛି । ତେବେ ପର୍ଯ୍ୟବେକ୍ଷକଙ୍କ ମତରେ ପୂର୍ବତନ ଉପରାଷ୍ଟ୍ରପତି ବିଡେନ୍ ହ୍ବାଇଟ୍ ହାଉସ ଅଧିକାର କଲେ ମଧ୍ୟ ସେ ଚୀନ ଓ ଭାରତ ପ୍ରତି ବର୍ତ୍ତମାନର ଟ୍ରମ୍ପ ପ୍ରଶାସନ ଆପଣାଇଥିବା ନୀତିରେ ପରିବର୍ତ୍ତନ କରିବା ସମ୍ଭାବନା କମ ରହିଛି । ପାଖାପାଖି ଦୁଇ ଦଶନ୍ଧି ହେବ ଭାରତ-ଆମେରିକା ଦ୍ବିପାକ୍ଷିକ ସଂପର୍କ ଆଗକୁ ବଢିଥିବା ବେଳେ ବିଶ୍ବର ଏକ ନମ୍ବର ଶକ୍ତିଶାଳୀ ଦେଶ ହେବା ପାଇଁ ଚୀନର ଉଦ୍ୟମ ବିରୋଧରେ କଡା ମନୋଭାବ ଆପଣାଇଛି ୱାସିଂଟନ୍ । ରାଷ୍ଟ୍ରପତି ଭାବେ ସି ଜିନ ପିଙ୍ଗ୍ ଦାୟିତ୍ବ ନେବାପରଠାରୁ ଆମେରିକା-ଚୀନ ସଂପର୍କରେ ଅବନ୍ନତି ଘଟିଛି ।

ବିଡେନ୍ ରାଷ୍ଟ୍ରପତି ହେଲେ ଭାରତ ଓ ଚୀନ ପ୍ରତି ଆମେରିକୀୟ ଆଭିମୁଖ୍ୟ ବଦଳିବା ସମ୍ଭାବନା କମ : ବିଶେଷଜ୍ଞ

ତେବେ ବର୍ତ୍ତମାନ ଯଦି ନିର୍ବାଚନ ହୁଏ,ତାହା ହେଲେ ବିଡେନ୍ ବଡ ବିଜେତା ଭାବେ ଉଭା ହେବେ ବୋଲି ବିଭିନ୍ନ ଜନମତ ସର୍ବେକ୍ଷଣରେ ପୂର୍ବାନୁମାନ କରାଯାଇଛି । ରିୟଲ କ୍ଲିୟର ପଲିଟିକ୍ସର ଡାଟା ଆଧାରରେ ଫାଇନାନସିଆଲ୍ ଟାଇମ୍ସର ସଦ୍ୟତମ ପୋଲ୍ ଟ୍ରାକର୍ ଅନୁସାରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନ୍ ୫୩୮ ଇଲେକ୍ଟୋରାଲ କଲେଜ ଭୋଟ୍ ମଧରୁ ୩୦୮ ଭୋଟ୍ ପାଇ ବିଜୟୀ ହେବେ । ଡୋନାଲ୍ଡ ଟ୍ରମ୍ପ ମାତ୍ର ୧୧୩ଟି ଭୋଟ୍ ପାଇବେ ବୋଲି ଅନୁମାନ କରାଯାଉଛି । ୫୩୮ ଇଲେକଟୋରାଲ୍ କଲେଜ ଭୋଟ୍ ମଧ୍ୟରୁ ୨୭୦ଟି ଭୋଟ୍ ପାଇଲେ ହିଁ ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବ । ଆମେରିକାନ ୟୁନିଭର୍ସିଟିର ବିଶିଷ୍ଟ ଇତିହାସ ପ୍ରାଧ୍ୟାପକ ଆଲାନ ଲିଚମ୍ୟାନ ମଧ୍ୟ ଜୋ ବିଡେନଙ୍କ ବିଜୟ ନେଇ ସମ୍ଭାବନା ବ୍ୟକ୍ତ କରିଛନ୍ତି । ୧୩ଟି ଐତିହାସିକ କାରଣକୁ ନେଇ ସେ ବିକଶିତ କରିଥିବା ନିଜର ପ୍ରସିଦ୍ଧ ‘କିଜ୍‌’ ମଡେଲ୍ ଅନୁସାରେ ବିଡେନଙ୍କ ବିଜୟ ସମ୍ଭାବନା ବ୍ୟକ୍ତ କରିଛନ୍ତି ଲିଚମ୍ୟାନ୍ ।

ଗତ ଚାରି ଦଶକ ଧରି ରାଷ୍ଟ୍ରପତି ନିର୍ବାଚନର ଫଳାଫଳର ସଠିକ ପୂର୍ବାନୁମାନ ପାଇଁ ଲିଚମ୍ୟାନ ପ୍ରସିଦ୍ଧ । ଲିଚମ୍ୟାନଙ୍କ ମେଥଡୋଲୋଜି, ଓପିନିୟନ ପୋଲ୍‌ଠାରୁ ଅଲଗା । କୋରୋନା ମହାମାରୀ ନିୟନ୍ତ୍ରଣ କ୍ଷେତ୍ରରେ ବିଫଳତା ଓ ନଭେମ୍ବରର ରାଷ୍ଟ୍ରପତି ନିର୍ବାଚନ ଘୁଂଚାଇବା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବକୁ କଡା ସମାଲୋଚନା ହେଉଥିବା ପରିପ୍ରେକ୍ଷୀରେ ଏସବୁ ପୂର୍ବାନୁମାନ କରାଯାଇଛି । ନଭେମ୍ବର ୩ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପୋଷ୍ଟାଲ ଭୋଟିଂରେ ସଠିକ ଫଳାଫଳ ଆସିବ ନାହିଁ ବୋଲି କହି ରାଷ୍ଟ୍ରପତି ଟ୍ରମ୍ପ ନିର୍ବାଚନ ଘୁଂଚାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ଆମେରିକା ଇତିହାସରେ ରାଷ୍ଟ୍ରପତି ନିର୍ବାଚନରେ କେବେ ବି ଘୁଂଚିନାହିଁ । ସେ ଯାହା ହେଉ ନା କାହିଁକି, ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ଜୋ ବିଡେନ୍ ରାଷ୍ଟ୍ରପତି ନିର୍ବାଚିତ ହେଲେ ବି ହ୍ବାଇଟ ହାଉସ ଭାରତ ଓ ଚୀନ ପ୍ରସଙ୍ଗରେ ଥିବା ତାର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିବା ସମ୍ଭାବନା କମ୍ । ଦକ୍ଷିଣ ଚୀନ୍ ସାଗରରେ ଆଧିପତ୍ୟ ପାଇଁ ଚୀନର ଉଦ୍ୟମ ପ୍ରସଙ୍ଗ ହେଉ ବା ଟ୍ରେଡ୍ ୱାର୍ – ଏସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଟ୍ରମ୍ପ ପ୍ରଶାସନର ନୀତି ବଦଳିବା ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଭାରତ-ଆମେରିକା ସଂପର୍କ ବର୍ତ୍ତମାନ ଉଚ୍ଚସ୍ତରରେ ରହିଛି ବୋଲି ଇଟିଭି ଭାରତକୁ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପୂର୍ବତନ ସଚିବ ପିନାକ ଚକ୍ରବର୍ତି ।

ଭାରତ ଓ ଆମେରିକା ଗ୍ଲୋବାଲ ଷ୍ଟ୍ରାଟେଜିକ ପାର୍ଟନରସିପକୁ ଉଭୟ ଦେଶର ସମର୍ଥନ ରହିଛି । ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଦ୍ବିପାକ୍ଷିକ , ଆଂଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ବୃଦ୍ଧିପାଉଥିବା ସମନ୍ବୟ ହିଁ ଦୁଇଦେଶ ମଧ୍ୟରେ ଗ୍ଲୋବାଲ ଷ୍ଟ୍ରାଟେଜିକ ପାର୍ଟନରସିପ୍ ପର୍ଯ୍ୟବେସିତ । ଭାରତକୁ ନିଜର ଏକ ପ୍ରମୁଖ ପ୍ରତିରକ୍ଷା ଭାଗିଦୀର ଭାବେ ବି ଗ୍ରହଣ କରିଛି ଆମେରିକା । ଏଥିଯୋଗୁଁ ନୂଆଦିଲ୍ଲୀ ବର୍ତମାନ ୱାଂସିଟନର ଘନିଷ୍ଠ ପ୍ରତିରକ୍ଷା ଓ କୂଟନୈତିକ ସହଯୋଗୀଙ୍କ ମଧ୍ୟରେ ବିବେଚି ହେଉଛି । ଭାରତ-ଆମେରିକା ରାଜନୈତିକ କାର୍ଯ୍ୟାନୁଷ୍ଠାନ କମିଟିର ପ୍ରତିଷ୍ଠାତା ସଦସ୍ୟ ରବିନ୍ଦର ସଚଦେବଙ୍କ କହିବା କଥା ହେଲା ଯେ, ଯଦି ବିଡେନ୍ କ୍ଷମତାକୁ ଆସନ୍ତି ତାହା ହେଲେ ଦୁଇ ଦେଶର ସଂପର୍କ ଆଗ ଭଳି ସେହି ଏକାବାଟରେ ଯିବ । ଆମେରିକା-ଭାରତ ସଂପର୍କ ଏକ ନିର୍ଦ୍ଦିଷ୍ଟ ସ୍ତରରେ ପହଂଚିଥିବାରୁ ସେହି ସଂପର୍କ ସର୍ବଦା ଆଗକୁ ବଢିବା ନେଇ ଆଶା କରାଯାଏ ବୋଲି ସଚଦେବ କହିଛନ୍ତି । ଦୁଇ ଦେଶର ସଂପର୍କର ଅପୱାର୍ଡ ଟ୍ରାଜେକ୍‌ଟରୀ କେତେ ବଦଳୁଛି, ତାହା ଦେଖିବାକୁ ପଡିବ । କାରଣ କିଛି ପ୍ରଶାସନ ଅମଳରେ ଏହା ଆଗକୁ ଯାଇପାରେ , ଆଉ କେତେବେଳେ ବିନା କିଛି ତୀବ୍ରତାରେ ଏହା ସେହି ଏକା ପଥରେ ହିଁ ଚାଲିଥାଏ ବୋଲି ସଚଦେବ କହିଛନ୍ତି ।

ସଚଦେବ ଆହୁରି ବି କହିଛନ୍ତି ଯେ, ଆମେରିକା କଂଗ୍ରେସର ଉଚ୍ଚ ଓ ନିମ୍ନ ସଦନ ପାଇଁ ବି ନିର୍ବାଚନ ହେବାକୁ ଯାଉଛି । ନିମ୍ନ ସଦନ ପ୍ରତିନିଧି ସଭା ବର୍ତମାନ ଡେମୋକ୍ରାଟଙ୍କ ନିୟନ୍ତ୍ରଣରେ ରହିଛି । ଉଚ୍ଚ ସଦନ ସିନେଟ୍ ରିପବ୍ଲିକାନଙ୍କ ସଂଖ୍ୟାଗରିଷ୍ଠତା ରହିଛି । ଯଦି ସିନେଟ ମଧ୍ୟ ଡେମୋକ୍ରାଟଙ୍କ ନିୟନ୍ତ୍ରଣକୁ ଆସିଯାଏ ଓ ବିଡେନ୍ ହ୍ବାଇଟ ହାଉସକୁ ଯାଆନ୍ତି, ତାହା ହେଲେ ଭାରତ-ଆମେରିକା ସଂପର୍କରେ ଶିଥିଳତା ଆସିପାରେ । କାରଣ କିଛି ପ୍ରସଙ୍ଗ ଏମିତି ରହିଛି, ଯାହାକୁ ନେଇ କିଛି ଡେମୋକ୍ରାଟ ଭାରତକୁ ବିରୋଧ କରନ୍ତି । ତେଣୁ ଉଭୟ ସିନେଟ ଓ ପ୍ରତିନିଧି ସଭାରେ ଡେମୋକ୍ରାଟଙ୍କ ନିୟନ୍ତ୍ରଣ ସେମାନଙ୍କୁ ଏକାଧିକ କ୍ଷମତା ଦେବ ବୋଲି ସଚଦେବ କହିଛନ୍ତି । ଅବଶ୍ୟ, ମନେ ରଖିବାକୁ ହେବ ଯେ, ଆମେରିକୀୟ ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତି ହିଁ ସର୍ବେସର୍ବା । କିନ୍ତୁ ପ୍ରତିନିଧି ସଭା ଓ ସିନେଟ୍ ମିଶି ରାଷ୍ଟ୍ରପତିଙ୍କ ଉପରେ ଚାପ ପ୍ରୟୋଗ କରିପାରନ୍ତି । ଏହାଛଡା ସେମାନେ ଏକାଧିକ ସର୍ତ୍ତ ବି ରଖିପାରନ୍ତି । କିଛି ବିଲ୍ ଆଗତ କରିପାରନ୍ତି ଓ ପୂବର୍ରୁ ଗୃହୀତ ବିଲରେ ସଂଶୋଧନ ବି ଆଣିପାରନ୍ତି ବୋଲି ସଚଦେବ କହିଛନ୍ତି ।

ଭାରତ ସହ ସମାନ ସୁବିଧାସୁଯୋଗ ଆଧାରରେ ଏକ ସଂପ୍ରସାରିତ ବାଣିଜ୍ୟିକ ସଂପର୍କ ରଖିବାକୁ ଚାହୁଁଛି ଆମେରିକା । ୨୦୧୯ରେ ବସ୍ତୁ ଓ ସେବାରେ ଆମେରିକା-ଭାରତ ବାଣିଜ୍ୟ କାରବାର ସାମଗ୍ରିକ ଭାବେ ଥିଲା ୧୪୯ ବିଲିଅନ ଆମେରିକୀୟ ଡଲାର । ଶକ୍ତି କ୍ଷେତ୍ରରେ ଆମେରିକୀୟ ରପ୍ତାନି ଦ୍ବିପାକ୍ଷିକ ବାଣିଜ୍ୟ ସଂପର୍କ ବୃଦ୍ଧିର ଏକ ପ୍ରମୁଖ କ୍ଷେତ୍ର ଥିଲା । ହେଲେ ବିଡେନ୍ ଯଦି ହ୍ବାଇଟ୍ ହାଉସରେ ପ୍ରବେଶ କରନ୍ତି,ତାହେଲେ ଚୀନ ସହ ଆମେରିକାର ସଂପର୍କର ସ୍ବରୂପ କଣ ରହିବ,ସେ ନେଇ ଏବେ ବ୍ୟାପକ ଚର୍ଚ୍ଚା ହେବାରେ ଲାଗିଛି ।

ବୈଦେଶିକ ମନ୍ତ୍ରାଳର ପୂର୍ବତନ ସଚିବ ପିନାକ ଚକ୍ରବର୍ତିଙ୍କ ଅନୁସାରେ ଚୀନ ଉପରେ ଆମେରିକାର ବର୍ତମାନ ନୀତିକୁ ପ୍ରତ୍ୟାହାର କରିବେ ନାହିଁ ବିଡେନ୍ । କାରଣ ଚୀନର ଉହାନରେ ସୃଷ୍ଟି ହୋଇଥିବା କୋଭିଡ-୧୯ ମହାମାରୀକୁ ଦୁଇ ଦେଶର ସଂପର୍କ ତିକ୍ତ ହୋଇସାରିଛି । ଏହାଛଡା ଦୁଇ ଦେଶ ମଧ୍ୟରେ ଏବେ ବାଣିଜ୍ୟ ଯୁଦ୍ଧ ଚାଲିଛି । ରାଷ୍ଟ୍ରପତି ଟ୍ରମ୍ପ ଚୀନ ସାମଗ୍ରୀ ଉପରେ ବିଭିନ୍ନ ଟାରିଫ୍ ଓ ଅନ୍ୟ କଟକଣା ଲଗାଇଛନ୍ତି । ଚୀନ ବିରୋଧରେ ଅନୁଚିତ ବେପାର କାର୍ଯ୍ୟକଳାପର ଅଭିଯୋଗ ଆଣି ଟ୍ରମ୍ପ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ନିଅଂଟିଆ ବାଣିଜ୍ୟ, ବୌଦ୍ଧିକ ସଂପତି ଅଧିକାରର ଚୋରି, ଚୀନକୁ ଆମେରିକୀୟ ପ୍ରଯୁକ୍ତି ବିଦ୍ୟାର ଜୋର୍ ଜବରଦସ୍ତ ଟ୍ରାନସଫର୍ ହେଉଛି ଅନୁଚିତ ବେପାର କାର୍ଯ୍ୟକଳାପ ପରିଣତି । ଏଥର ଚୀନ ଆମେରିକା ପ୍ରତି ଏକ ଷ୍ଟ୍ରାଟେଜିକ୍ ଚ୍ୟାଲେଂଜର ହୋଇଥିବାରୁ ବିଡେନ୍ ଟ୍ରମ୍ପ ପ୍ରଶାସନର ଚୀନ ବିରୋଧୀ ନୀତିରୁ ଓହିରିବେ ନାହିଁ ବୋଲି ଚକ୍ରବର୍ତି କହିଛନ୍ତି । ମହାମାରୀର ଛାୟାରେ ଚୀନ ମଧ୍ୟ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ନେଇଛି । କିନ୍ତୁ ଆମେରିକା ତାର ନୀତି ସ୍ପଷ୍ଟ କରିଛି ବୋଲି କହିଛନ୍ତି ପୂର୍ବତନ କୂଟନୀତିଜ୍ଞ ।

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ବେଜିଂର ବୃଦ୍ଧି ପାଉଥିବା ପ୍ରାଧାନ୍ୟ ବି ଆମେରିକା –ଚୀନ ସଂପର୍କକୁ ପ୍ରଭାବିତ କରିଛି । ଜାପାନର ପୂର୍ବ ଉପକୂଳଠାରୁ ଆଫ୍ରିକାର ପୂର୍ବତଟ ଯାଏଁ ବ୍ୟାପିଛି ଭାରତ- ମହାସାଗରୀୟ ବା ଇଣ୍ଡୋ-ପ୍ୟାସିଫିକ୍ ରିଜନ୍ । ଏହି ଅଂଚଳରେ ଚୀନ୍‌ର ପ୍ରାଧାନ୍ୟ ରୋକିବାକୁ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ଭାରତ ହାତ ମିଳାଇଛନ୍ତି । ଏହାକୁ ସହ୍ୟ କରିପାରୁନାହିଁ ଚୀନ । ଏହାଛଡା ଦକ୍ଷିଣ ଚୀନ ସାଗରରେ ବୃଦ୍ଧି ପାଉଥିବା ଚୀନ ସାମରିକ ସାମର୍ଥ୍ୟ ବି ଆନ୍ତର୍ଜାତିକ ଉଦବେଗ ସୃଷ୍ଟି କରିଛି । ଏହି ଅଂଚଳରେ ଚୀନ ଏକାଧିକ ଦେଶ ସହ ସୀମା ବିବାଦରେ ଜଡିତ ରହିଛି । ୨୦୧୭ରେ ଜାରି କରାଯାଇଥିବା ୟୁଏସ ନ୍ୟାସନାଲ ସିକ୍ୟୁରିଟି ଷ୍ଟ୍ରାଟେଜି ରିପୋର୍ଟର ଉଦାହରଣ ଦେଇ ପୂର୍ବତନ କୂଟନୀତିଜ୍ଞ ପିନାକ ଚକ୍ରବର୍ତି କହିଛନ୍ତି ଯେ, ସେହି ରିପୋର୍ଟରେ ଚୀନକୁ ଏକ ସଂଶୋଧନବାଦୀ ଶକ୍ତି ବା ରିଭିଜନିଷ୍ଟ ପାୱାର ବୋଲି ବର୍ଣ୍ଣନା କରାଯାଇଥିଲା । ସେ କହିଛନ୍ତି ଯେ, ଟ୍ରମ୍ପ ଆମେରିକାର ଦକ୍ଷିଣ ଚୀନ ସାଗର ନୀତି ବଦଳାଇଦେଇଲେ । ସେ ବର୍ତ୍ତମାନ ୟୁଏନ କନଭେନସନ ଅନ୍ ଦି ଲ ଅଫ୍ ଦି ସି ( ୟୁଏନସିଏଲଓଏସ୍ )କୁ ସମର୍ଥନ କରୁଛନ୍ତି । ଭାରତ-ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ ସଂଗଠନ ପ୍ରତିରୋଧମୂଳକ ପଦକ୍ଷେପ ନେବ ଓ ଚୀନ ଏହାର ପ୍ରତିବାଦ କରିବ ବୋଲି ଚକ୍ରବର୍ତି କହିଛନ୍ତି ।

ରବିନ୍ଦର ସଚଦେବଙ୍କ ଅନୁସାରେ ଚୀନ ଓ ବିଶ୍ବ ଭୂରାଜନୀତି ଉପରେ ଟ୍ରମ୍ପ ପ୍ରଶାସନର ଆଭିମୁଖ୍ୟ ତୀବ୍ର ଓ ଆକ୍ରମଣାତ୍ମକ ହେବ । ଏଭଳି ଆଭିମୁଖ୍ୟ ହିଁ ନଭେମ୍ବର ଯାଏଁ ବିଶ୍ବ ଭୂରାଜନୀତିକୁ ବଦଳାଇବାରେ ସମର୍ଥ ବୋଲି ସଚଦେବ କହିଛନ୍ତି । ଗୋଟିଏ ବାଟ ଆପଣାଇବା ପରେ,ତାହା ବଦଳିବା କଠିନ ବୋଲି କହିଛନ୍ତି ସଚଦେବ । ସେ ଟ୍ରମ୍ପ ହୁଅନ୍ତୁ ବା ବିଡେନ୍ ,ଯିଏ ବି ଆଗାମୀ ନିର୍ବାଚନରେ ବିଜୟୀ ହେବେ, ସେ ଚୀନ ବିରୋଧୀ ନୀତି ଜାରି ରଖିବେ । ସଚଦେବଙ୍କ ମତରେ ୨୦୫୦ ବା ୨୦୬୦ ସୁଦ୍ଧା ଚୀନ ବିଶ୍ବର ଅର୍ଥନୈତିକ ଶକ୍ତି ବା ବିଶ୍ବର ପ୍ରଯୁକ୍ତି ବିଦ୍ୟା ଶକ୍ତିରେ ପରିଣତ ହେବ ବୋଲି ଆମେରିକା ଭାବୁଛି । କିନ୍ତୁ ଏସିଆନ୍ ଜିଆଂଟର ଉତଥାନକୁ ବିଳମ୍ବିତ କରିବାକୁ ଉଦ୍ୟମ କରୁଛି ଆମେରିକା । ଟ୍ରମ୍ପ ଶାସନରେ ଆମେରିକା ବିଶ୍ବାସ କରିବାରେ ଲାଗିଛି ଯେ, ଚୀନର ଉତଥାନକୁ ବିଳମ୍ବ ନୁହେ ବରଂ ତାହାର ଉତଥାନ ହେବାକୁ ଦେବା ନାହିଁ । ଯାହାଫଳରେ ଚୀନ କେବେ ବି ନମ୍ବର ୱାନ ହୋଇପାରିବ ନାହିଁ । ଚୀନ ସହ ଏପରି ହିଁ ଏକ ବଡ ଲଢେଇ ଆରମ୍ଭ କରିଛନ୍ତି ଟ୍ରମ୍ପ । ବିଡେନ୍ ଯଦି କ୍ଷମତାକୁ ଆସନ୍ତି, ତାହା ହେଲେ ତାଙ୍କ ପ୍ରଶାସନ ମଧ୍ୟ ଉଣା ଅଧିକେ ଚୀନ ବିରୋଧୀ ନୀତି ଆପଣାଇବ ।

ଅରୁଣିମ ଭୂୟାଁ

Last Updated : Aug 13, 2020, 5:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.