ETV Bharat / bharat

‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିବା ଅମୁଲ୍ୟା ଲିଓନାଙ୍କୁ ମିଳିଲା ଜାମିନ - Amulya Leona

‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିବା ଅମୁଲ୍ୟା ଲିଓନାଙ୍କୁ ମିଳିଲା ଜାମିନ। ଫେବୃଆରୀ 20ରେ ଦେଶ ବିରୋଧି ମନ୍ତବ୍ୟ ଦେଇ ଗିରଫ ହୋଇଥିଲେ ସେ । ଅଧିକ ପଢନ୍ତୁ....

A Bengaluru court granted bail to Amulya Leona
‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିବା ଅମୁଲିଆ ଲିଓନାଙ୍କୁ ମିଳିଲା ଜାମିନ
author img

By

Published : Jun 12, 2020, 3:28 PM IST

ବେଙ୍ଗାଲୁରୁ: ନାଗରିକତା ସଂଶୋଧନ ଆଇନ ବିରୋଧରେ ବାଙ୍ଗାଲୋରରେ ଆୟୋଜିତ ଏକ ରାଲିରେ ପାକିସ୍ତାନ ଜିନ୍ଦାବାଦର ନାରା ଦେଇଥିବା ଅମୁଲ୍ୟା ଲିଓନାଙ୍କୁ ଗୁରୁବାର ବେଙ୍ଗାଲୁରୁର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ତେବେ ଏହା ପୂର୍ବରୁ ବୁଧବାର ସେସନ ବିଚାରପତି ବିଦ୍ୟାଧର ଶ୍ରୀରାହତି ଅମୁଲ୍ୟାଙ୍କ ଜାମିନ ନାମଞ୍ଜୁର କରିଥିଲେ । ଯଦି ଆବେଦନକାରୀଙ୍କୁ ଜାମିନ ପ୍ରଦାନ କରାଯାଏ ତାହେଲେ ସେ ଫେରାର ହୋଇପାରନ୍ତି ବୋଲି ବିଚାରପତି କହିଥିଲେ ।

ସୂଚନା ମୁତାବକ, 19 ବର୍ଷିୟା ଅମୁଲ୍ୟା ହିନ୍ଦୁ-ମୁସଲିମ-ଶିଖ-ଇସାଇ ଫେଡେରେସନ ଦ୍ବାରା ଆୟୋଜିତ ସିସିଏ ବିରୋଧୀ ରାଲିରେ ଯୋଗ ଦେଇ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଳୋଗାନ ଦେଇଥିଲେ । ଏହାପରେ ତାଙ୍କୁ ଫେବୃଆରୀ 20 ତାରିଖରେ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରାଯାଇଛି। ଏହି ସଭାରେ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମର (AIMIM ) ସଭାପତି ଅସଦୁଦ୍ଦିନ ଓୱେସୀ ମଧ୍ୟ ଯୋଗ ଦେଇଥିଲେ । ତେବେ ଓୱେସୀ ସଭାରେ ଯୋଗ ଦେବାକୁ ମଞ୍ଚ ଉପରେ ଚଢିବା କ୍ଷଣି ଅମୁଲ୍ୟା ତୁରନ୍ତ ମାଇକ ଧରି ପାକିସ୍ତାନ ଜିନ୍ଦାବାଦର ନାରା ଦେଇଥିଲେ । ଏହା ଶୁଣି ଓୱେସୀ ତୁରନ୍ତ ଅମୁଲ୍ୟାଙ୍କଠାରୁ ମାଇକ ଛଡେଇ ଆଣିଥିଲେ ଏବଂ ତାଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ ।

ପରେ ବେଙ୍ଗାଲୁରୁ ପୋଲିସ ଅମୁଲ୍ୟାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରିଥିଲା । ହେଲେ ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ ଚାର୍ଜସିଟ ଦାଖଲ ହୋଇ ନାହିଁ । ସେପଟେ ପ୍ରମାଣ ନଷ୍ଟ କରିବା ଆଶଙ୍କା କରି ଗତ ମେ ମାସ 19 ତାରିଖରେ କର୍ଣ୍ଣାଟକ ପୋଲିସ ତାଙ୍କର ଜାମିନ ଆବେଦନକୁ ବିରୋଧ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

Amulya Leona
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.