ନୂଆଦିଲ୍ଲୀ: ପାକିସ୍ତାନକୁ ବେଆଇନ ଭାବରେ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଜଣେ 26 ବର୍ଷୀୟ ସେନା କିରାଣୀଙ୍କୁ ଗିରଫ କରାଯାଇଛି । ସେ ମଧ୍ୟପ୍ରଦେଶର ମହୁସ୍ଥିତ ପଦାତିକ ବାହିନୀରେ କାର୍ଯ୍ୟ କରୁଥିବା ଜଣାପଡିଛି । ଗୁଇନ୍ଦା ବିଭାଗ, ସେନା ଗୁଇନ୍ଦା ବିଭାଗ ଓ ପୋଲିସ୍ ଦ୍ବାରା କରାଯାଇଥିବା ଏକ ମିଳିତ ଅପରେସନରେ ତାଙ୍କୁ ଗିରଫ କରାଯାଇଛି ।
ଗିରଫ ହୋଇଥିବା ସେନା ଅଧିକାରୀ ଜଣକ ପାକିସ୍ତାନର ଜଣେ ମହିଳାଙ୍କ ସହ ସଂପର୍କରେ ରହିଥିଲେ । ପରେପରେ ଅଧିକାରୀ ଜଣକ ମହିଳାଙ୍କୁ ସେନାର ଗତିବିଧି ଓ କାର୍ଯ୍ୟକଳାପ ସଂପର୍କରେ ସୂଚନା ଦେଉଥିବା କଥା ଗୁଇନ୍ଦା ଅପରେସନରୁ ଜଣାପଡିଥିଲା ।