ଶ୍ରୀନଗର: ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ଭାରତରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପରିସ୍ଥିତିରେ କୋରୋନା ଯୋଗୁଁ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ଜମ୍ମୁକାଶ୍ମୀରରେ କୋରୋନା ଜନିତ ମୃତ୍ୟୁ ଏହା ପ୍ରଥମ ମାମଲା ।
ତେବେ ଶ୍ରୀନଗରରେ ଗୁରୁବାର 65 ବର୍ଷୀୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ରଶାସିତ ଅଞ୍ଚଳର ଯୋଜନା ଆୟୋଗ ସଚିବ ରୋହିତ କନସଲ ସୂଚନା ଦେଇଛନ୍ତି । ମୃତ ବ୍ୟକ୍ତିଙ୍କ ଘର ହାଇଦରପୋରାରେ ହୋଇଥିବା ଜଣାପଡିଛି । ତେବେ ବ୍ୟକ୍ତି ଜଣକ କୋରୋନାରେ ଆକ୍ରାନ୍ତ ଥିବାବେଳେ ସେ 4 ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ସେହି 4 ବ୍ୟକ୍ତିଙ୍କ ଶରୀରରେ ମଧ୍ୟ କୋରୋନା ପଜିଟିଭି ମିଳିଛି ।
ଜମ୍ମୁ କାଶ୍ମୀରକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା 11 ଜଣଙ୍କର ମୃ୍ତ୍ୟୁ ହୋଇସାରିଲାଣି । ଅନ୍ୟପକ୍ଷେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 600 ଟପିଛି । ସେହିପରି ସାରା ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 21 ହଜାର ଛୁଇଁଛି ।
@ANI