ETV Bharat / bharat

ଚେନ୍ନାଇ ଏୟାରପୋର୍ଟରୁ 90 ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଜବତ

author img

By

Published : Nov 25, 2020, 9:56 PM IST

ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ 90 ଲକ୍ଷ 40 ହଜାର ମୂଲ୍ୟର ସୁନା ଜବତ କଲା ପୋଲିସ । ଅଧିକ ପଢନ୍ତୁ...

90.4 lakhs worth of gold seized from chennai international airport
ଚେନ୍ନାଇ ଏୟାରପୋର୍ଟରୁ 90 ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଜବତ

ଚେନ୍ନାଇ: ପୁଣି ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଲକ୍ଷାଧିକ ଟଙ୍କାର ସୁନା ଜବତ । ବୁଧବାର ଏହି ବିମାନ ବନ୍ଦର ନିକଟରୁ 90 ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଜବତ କରିଛି ପୋଲିସ । ଘଟଣାରେ 3 ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।

ସୂଚନା ମୁତବକ, ବୁଧବାର ତିନି ଜଣ ବ୍ୟକ୍ତି ଦୁବାଇରୁ ଚେନ୍ନାଇକୁ ବିମାନ ଯୋଗେ ଆସିଥିଲେ । ବିମାନ ବନ୍ଦରରେ ପୋଲିସ ସେମାନଙ୍କୁ ଯାଞ୍ଚ କରିବାରୁ ତାଙ୍କ ନିକଟରୁ ବିପୁଳ ସୁନା ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 90 ଲକ୍ଷ 40 ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ତେବେ ବିଗତ କିଛି ଦିନ ମଧ୍ୟରେ ଅନେକ ଥର ଏହି ବିମାନ ବନ୍ଦରରୁ କୋଟି କୋଟି ଟଙ୍କା ମୂଲ୍ୟର ସୁନା ଜବତ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.