ETV Bharat / bharat

କୁନି ଝିଅ ହେଲେ 'ଗ୍ରୀନ ଆମ୍ବାସାଡର’ - 9 ବର୍ଷିୟ ଝିଅ ଆମ୍ବାସଡର

ଲଗାଇଥିବା ବୃକ୍ଷ କଟାଯିବାରୁ ଆତୁର ହୋଇ କାନ୍ଦିଲେ ଏଲଙ୍ଗବାମ ବେଲେନ୍ତିନା । ଏହି ଖବର ପହଞ୍ଚିଲା ମଣିପୁରର ମୁଖ୍ୟମନ୍ତ୍ରୀଙ୍କ ନିକଟରେ । ଏହା ପରେ ଏହି 9 ବର୍ଷିୟା କୁନି ଝିଅକୁ 'ଗ୍ରୀନ ମଣିପୁର ମିଶନ'ର ଆମ୍ବାସାଡର କରାଯାଇଛି ।

ଫାଇଲ ଫଟୋ
author img

By

Published : Aug 11, 2019, 2:43 AM IST

ଇମ୍ଫାଲ: 'ଗ୍ରୀନ ମଣିପୁର ମିଶନ'ର ଆମ୍ବାସାଡର ହେଲେ ମଣିପୁରର ଜଣେ 9 ବର୍ଷିୟା ଝିଅ । ବୃକ୍ଷ ପାଇଁ ଆତୁର ହୋଇ କାନ୍ଦୁଥିବାର ଦେଖି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ତାଙ୍କୁ ଗ୍ରୀନ ଆମ୍ବାସାଡର କରିବାକୁ ଘୋଷଣା କରିଛନ୍ତି ।

manipur
ଫଟୋ ସୌଜନ୍ୟ: ଟ୍ବିଟର@NBirenSingh

ମଣିପୁରର 9 ବର୍ଷିୟା ଏଲଙ୍ଗବାମ ବେଲେନ୍ତିନା ଜଣେ ପ୍ରକୃତି ପ୍ରେମୀ । ଗଛ ପ୍ରତି ତାଙ୍କର ରହିଛି ଭାରି ଦୁର୍ବଳତା । ତେବେ ୪ ବର୍ଷ ତଳେ ସେ ଘର ନିକଟସ୍ଥ ରାସ୍ତାରେ ଦୁଇଟି ଗଛ ଲଗାଇଥିଲେ । ସେ ଏହି ଗଛ ଗୁଡିକୁ ପ୍ରତିଦିନ ପାଣି ଦେବା ସହ ଯତ୍ନର ସହ ରକ୍ଷଣାବେକ୍ଷଣା କରୁଥିଲେ । ତେବେ ନିକଟରେ ରାସ୍ତା ଚଉଡା କରିବା ପାଇଁ ଏହି ଗଛଗୁଡିକୁ କାଟିଦିଆଯାଇଥିଲା । ଯାହାକୁ ଦେଖି ସେ ନିଜର କୋହ ସମ୍ଭାଳି ନ ପାରି ଭୋ ଭୋ ହୋଇ କାନ୍ଦିଥିଲେ । ବେଲେନ୍ତିନାଙ୍କର କାନ୍ଦୁଥିବାର ଏହି ଦୃଶ୍ୟ କେହିଜଣେ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲା । ଯାହାପରେ ଏହି ଭିଡିଓଟି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପହଞ୍ଚିଥିଲା ।

ତେବେ ବେଲେନ୍ତିନାଙ୍କର ପ୍ରକୃତି ପ୍ରତି ଏତେ ପ୍ରେମ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମୁଖ୍ୟମନ୍ତ୍ରୀ । ବେଲେନ୍ତିନା ରାଜ୍ୟବାସୀଙ୍କ ପାଇଁ ଯେପରି ଏକ ଉଦାହରଣ ସୃଷ୍ଟି କରିବେ ସେଥିପାଇଁ ତାଙ୍କୁ ଗ୍ରୀନ ଆମ୍ବାସଡର କରିବାକୁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.