ନୂଆଦିଲ୍ଲୀ: ଦିଲ୍ଲୀ ତ୍ରୀନଗର ଅଞ୍ଚଳରେ ଅଭାବନୀୟ ଘଟଣା । 9 ବର୍ଷୀୟ ନାବାଳିକା ବେକରେ ଫାଶି ଲଗାଇ କରିଛି ଆତ୍ମହତ୍ୟା । ଆଗକୁ ପରୀକ୍ଷା ଥିବାରୁ ଗତରାତିରେ ପାଠ ପଢାକୁ ନେଇ ଚିନ୍ତାରେ ଥିଲେ ନାବାଳିକା । ଫଳରେ ମା ପାଠ ପଢିବାକୁ କହି ଶୋଇବା ପାଇଁ ଚାଲିଗଲେ । ହେଲେ ଆଜି ସକାଳୁ ଝିଅଟି ଆଉ କବାଟ ଖୋଲିନଥିଲା ।
ଅନେକ ସମୟ ପର୍ଯ୍ୟନ୍ତ କବାଟ ବାଡେଇବା ପରେ କବାଟ ଭିତରୁ ବନ୍ଦ ଥିବା ଦେଖିଥିଲେ ମୃତକଙ୍କ ମାଆ। ପଡୋଶୀଙ୍କ ସହାୟତାରେ କବାଟ ଖୋଲି 9 ବର୍ଷର ଝିଅକୁ ଫାଶୀ ଲଗାଇ ଝୁଲିରହିଥିବା ଦେଖିଥିଲେ । ସଙ୍ଗେସଙ୍ଗେ ପରିବାର ଝିଅକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏବେ ସୁଦ୍ଧା ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାଠ ବୋଝ କାରଣ ହୋଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲାର ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ