ETV Bharat / bharat

ଜମ୍ମୁ-କାଶ୍ମୀରରେ ହିଜବୁଲ ମୁଜାହିଦ୍ଦିନର 4 ହାର୍ଡକୋର ଆତଙ୍କୀ ନିହତ - ଆତଙ୍କୀ ନିପାତ

ପ୍ରତିରକ୍ଷା ବାହିନୀ ସୂତ୍ରରୁ ପ୍ରକାଶ ଯେ 24 ଘଣ୍ଟାରୁ ଅଧିକ ସମୟ ଧରି ଜାମ୍ମୁ କାଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀ 9 ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । 9ଜଣ ଆତଙ୍କୀଙ୍କ ମଧ୍ୟରୁ ଚାରିଜଣ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନର ବୋଲି ଜଣାପଡିଛି ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 5, 2020, 6:30 PM IST

Updated : Apr 5, 2020, 6:37 PM IST

ଶ୍ରୀନଗର: ଗତ 24 ଘଣ୍ଟା ମଧ୍ୟରେ ଜମ୍ମୁ କାଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀ ଦ୍ୱାରା 9 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଜଣେ ସୁରକ୍ଷା କର୍ମୀ ଏହି ଘଟଣାରେ ସହିଦ ହୋଇଛନ୍ତି। 9ଜଣ ଆତଙ୍କୀଙ୍କ ମଧ୍ୟରୁ ଚାରିଜଣ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନର ଥିବା ସୂଚନା ରହିଛି ।

ପ୍ରତିରକ୍ଷା ବାହିନୀ ସୂତ୍ରରୁ ପ୍ରକାଶ ଯେ 24 ଘଣ୍ଟାରୁ ଅଧିକ ସମୟ ଧରି ଜାମ୍ମୁ କାଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀ 9 ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ।

ଶନିବାର ଦକ୍ଷିଣ କାଶ୍ମୀରର ବାଟପୁରା ଅଞ୍ଚଳରେ ନିହତ ହୋଇଥିବା 9 ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଚାରିଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଥିଲେ ଯେଉଁମାନେ ସାଧାରଣ ନାଗରିକଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ, ଏକ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଉପରେ କୁଲଗାମରେ CRPF ଏବଂ SOG (ସ୍ପେଶାଲ ଅପରେସନ୍ସ ଗ୍ରୁପ୍) ର ମିଳିତ ଅପରେସନ୍ କରାଯାଇଥିଲା। ଗୋଟିଏ ଦିନର ଏନକାଉଣ୍ଟରରେ ଚାରିଜଣ ହାର୍ଡକୋର ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।

କୁଲଗାମ ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀମାନେ କୁଲଗାମର ଏଜାଜ ଅହମ୍ମଦ ନାଏକୋ (ମୋଶା) ବୋଲି ଜଣାପଡିଛି, ଯିଏକି 2018 ମସିହାରୁ ସକ୍ରିୟ ଥିଲେ, 2019 ରୁ ସକ୍ରିୟ ଥିବା ସହିଦ ଅହମ୍ମଦ ମଲିକ (କୁଲଗାମ), ଗତ ମାସରେ ମୃତ୍ୟୁବରଣ କରିଥିବା ୱାକର ଫାରୁକ୍ (କୁଲଗାମ)। ଏବଂ ଅନନ୍ତନାଗର ମହମ୍ମଦ ଆଶରଫ ମଲିକ (ସାଦାମ) ଭାବରେ ହତ୍ୟା କରାଯାଇଥିଲା।

ଏଥି ସହିତ, ଉତ୍ତର କାଶ୍ମୀରର କିରଣ ଅଞ୍ଚଳରେ ଚାଲିଥିବା ଅନ୍ୟ ଏକ ଅନୁପ୍ରବେଶ ବିରୋଧୀ ଅପରେସନରେ ଯବାନମାନେ ଏପର୍ଯ୍ୟନ୍ତ ନିୟନ୍ତ୍ରଣ ଲାଇନ୍ ଦେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ସେମାନେ ଖରାପ ପାଗର ସୁଯୋଗ ନେଇ ଅନୁପ୍ରବେଶ କରୁଥିଲେ।

ସୂତ୍ରରୁ ପ୍ରକାଶ ଯେ, ଏହି ଅପରେସନରେ ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରବଳ ତୁଷାରପାତ ଏବଂ ଖରାପ ରାସ୍ତା ଯୋଗୁଁ ଆହତମାନଙ୍କୁ ସ୍ଥାନାନ୍ତର କରିବାରେ ସମସ୍ୟା ଦେଖାଦେଇଛି।

@IANSଇନପୁଟ

Last Updated : Apr 5, 2020, 6:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.