ଚଣ୍ଡିଗଡ: ଲକଡାଉନରେ ପଞ୍ଜାବରେ ଦେଖାଦେଇଛି ନୂଆ ସମସ୍ୟା । ଏବେ ଯାଏଁ ପ୍ରାୟ 86 ହଜାର 371 ଜଣ ନୂଆ ଡ୍ରଗ୍ସ ଆଡିକ୍ଟ ଚିକିତ୍ସା ପାଇଁ ରେଜିଷ୍ଟର କରିଛନ୍ତି । ଏଥିପାଇଁ ସେମାନେ 198ଟି ଓଓଏଟି ଓ ଘରୋଇ କ୍ଲିନିକ୍ସରେ ନାମ ପଞ୍ଜିକରଣ କରିଛନ୍ତି ।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଏହି ସୂଚନା ଦେଇଛି । ଏହା ଅନୁସାରେ ମେ 6 ପର୍ଯ୍ୟନ୍ତ ଡ୍ରଗ୍ସ ଲଢେଇରେ ପ୍ରାୟ 5 ଲକ୍ଷ 552 ଲୋକ ସୁସ୍ଥ ହୋଇସାରିଲେଣି । ଓଓଏଟି ଏକ ଡ୍ରଗ୍ସ ନିରୋଧୀ ସଂସ୍ଥା ଓ ଏହା ଅଧୀନରେ ରାଜ୍ୟ ସରକାର ଅନେକ ଡ୍ରଗ୍ସ ରୋଗୀଙ୍କୁ ସୁସ୍ଥ କରି ସାରିଛନ୍ତି ।
ଡ୍ରଗ୍ସ ସମ୍ବନ୍ଧୀୟ କାର୍ଯ୍ୟକଳାପ ରୋକିବା ପାଇଁ ମୋଟ 5.43 ଲକ୍ଷ ଅଫିସର ନିଯୁକ୍ତି ପାଇଛନ୍ତି । ଏମାନଙ୍କ ମଧ୍ୟରୁ 88 ହଜାର 710 ଜଣ ସରକାରୀ ଅଫିସର । ବାକି 4 ଲକ୍ଷ 54 ହଜାର 332 ଜଣ ସାଧାରଣ ନାଗରିକ ।