ETV Bharat / bharat

ଦିଲ୍ଲୀରେ ଚାଞ୍ଚଲ୍ୟ, 86 ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଗିରଫ ହେଲା ଅମଣିଷ - ବୃଦ୍ଧାଙ୍କୁ ଦୁଷ୍କର୍ମ

ଜାତୀୟ ରାଜଧାନୀର ଚାୱଲା ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ 37 ବର୍ଷୀୟ ବ୍ୟକ୍ତି ଦ୍ବାର 86 ବର୍ଷୀୟା ବୃଦ୍ଧା ଦୁଷ୍କର୍ମର ଶୀକାର ହୋଇଛନ୍ତି। ଘଟଣାସ୍ଥଳରୁ ଗ୍ରାମବାସୀଙ୍କ ସହାୟତାରେ ବ଼ୃଦ୍ଧାଙ୍କୁ ଉଦ୍ଧାର କରାଯିବା ସହ ଅଭିଯୁକ୍ତଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି।

ଦିଲ୍ଲୀରେ ଚାଞ୍ଚଲ୍ୟ, 86 ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଗିରଫ ହେଲା ନର ରାକ୍ଷସ

author img

By

Published : Sep 9, 2020, 7:39 AM IST

ନୂଆଦିଲ୍ଲୀ: ହିତାହିତ ଜ୍ଞାନ,ସଂସ୍କାର ଓ ସମ୍ମାନର ସଂଜ୍ଞା ଭୁଲି ଗଲାଣି ସଭ୍ୟ ମଣିଷ। ଦେହ ଲୋଭୀ ନର ରାକ୍ଷସ ବିଭିନ୍ନ ସମୟରେ ଏମିତି କିଛି କାଣ୍ଡ ଘଟାଉଛି ଯାହା ଚର୍ଚ୍ଚାର ପରିସର ସହ ଲଜ୍ଜାରେ ମୁଣ୍ଡ ତଳକୁ କରିଦେଉଛି। କିଛି ସମୟର ସୁଖକୁ ଚରିତାର୍ଥ କରିବାକୁ ଭୁଲି ଯାଉଛି ବୟସର ସରହଦ, ସୀମା ଡେଉଁଛି ବର୍ବରତା। ନିଜ ଠୁ ସାତ ସାନ ଓ ବୃଦ୍ଧାଙ୍କ ଉପରୁ ମଧ୍ୟ ନିଜର ଲୋଲୁପ ଦୃଷ୍ଟି ହଟାଇପାରୁନି। ଆଠ ମାସରୁ ଆରମ୍ଭ ଅଶି ବର୍ଷ ପର୍ଯ୍ୟନ୍ତ ସମସ୍ତେ ତାର କ୍ଷୁଧା ଲାଳସାର ଶିକାର ହେଉଛନ୍ତି।

ବର୍ତ୍ତମାନ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଜାତୀୟ ରାଜଧାନୀର ଚାୱଲା ଅଞ୍ଚଳରେ। ଜଣେ 37 ବର୍ଷୀୟ ବ୍ୟକ୍ତି ଦ୍ବାର 86 ବର୍ଷୀୟା ବୃଦ୍ଧା ଦୁଷ୍କର୍ମର ଶୀକାର ହୋଇଛନ୍ତି। ଘଟଣାଟି ଏମିତିକି,‘ଅଭିଯୁକ୍ତ ବୃଦ୍ଧା ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ନିକଟସ୍ଥ ଏକ ଫାର୍ମକୁ ନେଇ ଦୁଷ୍କର୍ମ କରିଥିଲା, ବୃଦ୍ଧା ଜଣକ ବାରମ୍ବାର ସେ କାକୁତି ମୀନତି କରିଥିଲେ ବି ତାକୁ ଅଣଦେଖା କରିଥିଲେ। ସେ ତାଙ୍କ ଜେଜେମା’ଙ୍କ ବୟସ ବୋଲି ମଧ୍ୟ କହିଥିଲେ।

କେବଳ ସେତିକି ନୁହେଁ ଅତି ନିର୍ମମ ଭାବରେ ଆକ୍ରମଣ କରିବା ସହ ଯେତେବେଳେ ସେ ନିଜକୁ ପ୍ରତିରୋଧ କରିବାକୁ ତଥା ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ... ପରେ, ସେହି ଅଞ୍ଚଳ ଦେଇ ଯାଉଥିବା ସ୍ଥାନୀୟ ଗ୍ରାମବାସୀ ତାଙ୍କ ଚିତ୍କାର ଶୁଣି ତାଙ୍କୁ ସାହାଯ୍ୟ କରିବାକୁ ଦୈଡିଥିଲେ।ଏହାସହ ଅଭିଯୁକ୍ତକୁ କାବୁ କରି ପୋଲିସକୁ ଡାକିଥିଲେ।

ପୋଲିସ କହିଛି ଯେ ମହିଳାଙ୍କ ଚିତ୍କାରରେ ସ୍ଥାନୀୟ ଲୋକେ ଉଠିପଡିବା ସହ ସାହାଯ୍ୟ ପାଇଁ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କରିଥିଲେ। ଡେପୁଟି କମିଶନର (ଦ୍ୱାରକା) ସାନ୍ତୋଷ କୁମାର ମୀନା କହିଛନ୍ତି ଯେ ଉକ୍ତ ପ୍ଲମ୍ବର ନାମରେ ଛୱଲା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ମହିଳା ଜଣକ ଶରୀରରୁ ଅତ୍ୟଧିକ ରକ୍ତସ୍ରାବ ଏବଂ ଅତ୍ୟଧିକ ଆଘାତ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ମାମଲାରେ ଆମେ ପରିବାରକୁ ଅଧିକ ଆଇନଗତ ପ୍ରକ୍ରିୟାରେ ସାହାଯ୍ୟ କରିବୁ ବୋଲି ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.